ETV Bharat / bharat

ଅଭିନନ୍ଦନଙ୍କ ନିଶକୁ ମିଳିବ ଜାତୀୟ ନିଶର ମାନ୍ୟତା !

author img

By

Published : Jun 24, 2019, 5:14 PM IST

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହସିକତା ପାଇଁ ତାଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବା ସହିତ ତାଙ୍କ ନିଶକୁ ‘ଜାତୀୟ ନିଶ’ ଭାବେ ଘୋଷଣା କରିବା ପାଇଁ ଲୋକସଭାରେ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ  ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶ ବିଦେଶ ପରେ ଏବେ ଲୋକସଭା ପର୍ଯ୍ୟନ୍ତ ପହଞ୍ଚିଛି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବୀରତ୍ବର କାହାଣୀ । ଲୋକସଭାରେ ତାଙ୍କ ପ୍ରଶଂସାର ଫୁଲ ବର୍ଷାଯାଇଛି । ସାହସିକତା ପାଇଁ ତାଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବା ସହିତ ତାଙ୍କ ନିଶକୁ ‘ଜାତୀୟ ନିଶ’ ଭାବେ ଘୋଷଣା କରିବା ପାଇଁ ଲୋକସଭାରେ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।

ଲୋକସଭାରେ ଅଭିଭାଷଣ ଦେବା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପ୍ରଶଂସା କରି କହିଛନ୍ତି, ଅଭିନନ୍ଦନଙ୍କ ସାହସିକତା ପାଇଁ ପୁରା ଦେଶ ଗର୍ବିତ । ବୀରତ୍ବ ପାଇଁ ତାଙ୍କୁ ପୁରସ୍କାର ମିଳିବା ଉଚିତ୍‌ । ତାଙ୍କ ନିଶକୁ ଜାତୀୟ ନିଶ ଭାବରେ ଘୋଷଣା କରିବା ଉଚିତ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀରେ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ପାକ୍ ନିଜ ଲଢୁଆ ବିମାନ ଏଫ-16କୁ ଭାରତ ଅଭିମୁଖେ ପଠାଇଥିଲା । ଯାହାକୁ ଯୋଦ୍ଧା ଅଭିନନ୍ଦନ ପ୍ରତିହତ କରିଥିଲେ । ତେବେ ଏହି ସମୟରେ ସେ ଭୁଲବଶତଃ ପାକିସ୍ତାନରେ ଖସିପଡିଥିଲେ । ଏହା ପରେ ପାକ୍‌ ସେନା ତାଙ୍କୁ ନିଜ କବ୍‌ଜାକୁ ନେଇଥିଲା ଏବଂ ବହୁ ବାଦବିବାଦ ପରେ ଭାରତକୁ ହସ୍ତାନ୍ତର କରିଥିଲା । ତେବେ ଏହା ପରଠାରୁ ଅଭିନନ୍ଦନ ଦେଶ ବିଦେଶରେ ଚର୍ଚ୍ଚାୟ ବିଷୟ ପାଲଟିଥିଲେ ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.