ETV Bharat / bharat

ଜାଣନ୍ତୁ, ଦିଲ୍ଲୀ ବିଜେପିର ନୂଆ ସଭାପତି ଆଦେଶ ଗୁପ୍ତାଙ୍କ ବିଷୟରେ

author img

By

Published : Jun 2, 2020, 5:45 PM IST

ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଏକ ବଡ ପରିବର୍ତ୍ତନ କରିଛି । ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ ଗୁପ୍ତାଙ୍କୁ ଦିଲ୍ଲୀ ବିଜେପି ସଭାପତି କରାଯାଇଛି।

adesh gupta
ମନୋଜ ତିୱାରୀଙ୍କୁ ରିପ୍ଲେସ୍ କରିଥିବା ଆଦେଶ ଗୁପ୍ତା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଏକ ବଡ ପରିବର୍ତ୍ତନ କରିଛି । ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ ଗୁପ୍ତାଙ୍କୁ ଦିଲ୍ଲୀ ବିଜେପି ସଭାପତି କରାଯାଇଛି।

ଦିଲ୍ଲୀର ତୃଣମୂଳସ୍ତରର ରାଜନୀତି ସହ ଜଡିତ ନେତା ଭାବେ ଆଦେଶ ଗୁପ୍ତା ଜଣାଶୁଣା। ଆଦେଶ ଗୁପ୍ତା ଜଣେ କାଉନସିଲର ତଥା ଉତ୍ତର ଦିଲ୍ଲୀର ମେୟର ଭାବରେ ଅଭିଜ୍ଞତା ରହିଛି । ଅର୍ଥାତ୍ ଦିଲ୍ଲୀ ରାଜନୀତିରେ ତାଙ୍କର ଅଭିଜ୍ଞତା ବହୁତ ଅଧିକ।ତେବେ ଆଦେଶ ଗୁପ୍ତା ମନୋଜ ତିୱାରୀଙ୍କ ପରି ଜଣାଶୁଣା ଚେହେରା ନୁହଁନ୍ତି ।

ଆଦେଶ ଗୁପ୍ତା ମଧ୍ୟ ଏନଡିଏମସି ଷ୍ଟାଣ୍ଡିଂ କମିଟିର ସଦସ୍ୟ ରହିଛନ୍ତି। ଦୀର୍ଘ ଦିନ ପରେ ଦିଲ୍ଲୀ ବିଜେପିକୁ ପରିବର୍ତ୍ତନ କରାଯାଇଛି। ମନୋଜ ତିୱାରୀଙ୍କୁ 2016 ରେ ବିଜେପିର ଭାର ଦିଆଯାଇଥିଲା । 2017 ରେ ମନୋଜ ତିୱାରୀଙ୍କ ନେତୃତ୍ୱରେ ବିଜେପି ଏମସିଡି ନିର୍ବାଚନରେ ​​ଜିତିଥିଲା। ତେବେ ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଦଳ ପରାଜୟର ସମ୍ମୁଖୀନ ହୋଇଥିଲା ।

ମନୋଜ ତିୱାରୀ ଲୋକସଭା ସାଂସଦ ତଥା କଳାକାର ଭାବରେ ଲୋକପ୍ରିୟ ଚେହେରା, କିନ୍ତୁ ଆଦେଶ ଗୁପ୍ତାଙ୍କୁ ଜଣେ ରାଜନୈତିକ ଚେହେରା ମଧ୍ୟରେ ଗଣାଯାଏ । କିନ୍ତୁ ସମସ୍ତ ବଡ ନାମ ଛାଡି ଦଳ ଦିଲ୍ଲୀର କମାଣ୍ଡ ଆଦେଶ ଗୁପ୍ତାଙ୍କୁ ଦେଇଛି।

ଆଦେଶ ଗୁପ୍ତା ଉତ୍ତରପ୍ରଦେଶବାସୀ । କଲେଜ ଶେଷ କରିବା ପରେ ସେ ଦିଲ୍ଲୀ ଆସିଥିଲେ। ଏଠାରେ ସେ ପ୍ରାରମ୍ଭିକ ଦିନରେ ଶିକ୍ଷାଦାନ କରିରୋଜଗାର କରୁଥିଲେ । ଏକ ସମୟରେ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ରାଜନୀତିରେ ତାଙ୍କର ଆଗ୍ରହ ମଧ୍ୟ ଜାରି ରହିଥିଲା। ସେ ବିଜେପି ଯୁବ ମୋର୍ଚ୍ଚାରେ ମଧ୍ୟ ସକ୍ରିୟ ଥିଲେ। ଏହା ସହିତ ସେ ଏକ କଣ୍ଟ୍ରାକ୍ଟର ଭାବରେ କାମ କରିବା ଆରମ୍ଭ କଲେ ଯେଉଁଥିରେ ସେ ବହୁତ ଅଗ୍ରଗତି କଲେ । 2017 ରେ, ଆଦେଶ ଗୁପ୍ତା ଏମସିଡି ନିର୍ବାଚନରେ ​​ଟିକେଟ ପାଇ ଜିତିଥିଲେ। ଏହା ପରେ ତାଙ୍କୁ ଉତ୍ତର ଦିଲ୍ଲୀର ମେୟର କରାଯାଇଥିଲା। ଏବେ ଦିଲ୍ଲୀର ବିଜେପି ସଂଗଠନର ଦାୟିତ୍ୱ ଆଦେଶ ଗୁପ୍ତାଙ୍କ କାନ୍ଧରେ ରଖାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.