ETV Bharat / bharat

ଜାମିଆ ହିଂସା: ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିବା ପୋଲିସକର୍ମୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !

ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟ ପାଠାଗାର ମଧ୍ୟରେ ପ୍ରବେଶ କରି ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି । ଏହି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେବାପରେ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଛି । ଅଧିକ ପଢନ୍ତୁ...

jamia violence
ଜାମିଆ
author img

By

Published : Feb 20, 2020, 2:09 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟକୁ ନେଇ ଜାରି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ଜାମିଆର ପାଠାଗାର ମଧ୍ୟରେ ପ୍ରବେଶ କରି ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି । ଏହି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେବାପରେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ତେବେ ଏହି ଫୁଟେଜରେ ନଜର ଆସିଥିବା ସୁରକ୍ଷାକର୍ମୀଙ୍କୁ ଚିହ୍ନଟ କରିବାକୁ ଲାଗିପଡିଛି କ୍ରାଇମବ୍ରାଞ୍ଚ । ସେମାନଙ୍କ ପରିଚୟ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ମାସ 15 ତାରିଖରେ ଜାମିଆ ଅଞ୍ଚଳରେ ସିଏଏ ବିରୋଧୀ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ପ୍ରଦର୍ଶନକାରୀ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ କରିଥିଲେ । ଯାହାକୁ ରୋକିବା ପାଇଁ ସୁରକ୍ଷାକର୍ମୀ ଜାମିଆ ବିଶ୍ବବିଦ୍ୟାଳୟର ପାଠାଗାରରେ ପ୍ରବେଶ କରିଥିଲେ ଏବଂ ସେଠାରେ ବସି ପଢୁଥିବା ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲେ ।

ନିକଟରେ ଏହି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହୋଇଥିଲା । ତେବେ ଭିଡିଓ ଭାଇରାଲ ହେବାପରେ ମାମଲାର ତଦନ୍ତ ଜୋରସୋରରେ କରାଯାଉଛି । ଭିଡିଓରେ ନଜର ଆସିଥିବା ସୁରକ୍ଷାକର୍ମୀଙ୍କୁ ଚିହ୍ନଟ କରିବା ଲାଗି ପ୍ରୟାସ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ଏହି ଘଟଣା ଦିନ କେଉଁ କେଉଁ ପୋଲିସକର୍ମୀ ଡ୍ୟୁଟିରେ ଥିଲେ ଏବଂ ଏହି ସବୁ ପୋଲିସକର୍ମୀ କେଉଁସ୍ଥାନରେ ଥିବେ ସେ ନେଇ ତଦନ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.