ETV Bharat / bharat

ପୋଲିସ ହେପାଜତରେ ଗୁଳିକରି କଏଦୀର ଆତ୍ମହତ୍ୟା, 5 ପୋଲିସକର୍ମୀ ନିଲମ୍ବିତ

author img

By

Published : Jun 11, 2020, 3:06 PM IST

ମଧ୍ୟପ୍ରଦେଶ ପୋଲିସ ହେପାଜତରେ ଜଣେ ଅଭିଯୁକ୍ତ ନିଜକୁ ଗୁଳି କରି ଆତ୍ମହତ୍ୟା କରିବା ପରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଶୁଭମ ବଇରାଗି (25) ଙ୍କୁ ଗିରଫ କରାଯାଇଥିଲା । ଅଧିକ ପଢନ୍ତୁ...

ପୋଲିସ ହେପାଜତରେ ଗୁଳିକରି କଏଦୀର ଆତ୍ମହତ୍ୟା, 5 ପୋଲିସକର୍ମୀ ନିଲମ୍ବିତ
ପୋଲିସ ହେପାଜତରେ ଅଭିଯୁକ୍ତ ନିଜକୁ ଗୁଳି କରି ଆତ୍ମହତ୍ୟା, ପାଞ୍ଚ ପୋଲିସ କର୍ମଚାରୀ ନିଲମ୍ବିତ

ଭୋପାଳ: ମଧ୍ୟପ୍ରଦେଶ ପୋଲିସ ହେପାଜତରେ ଜଣେ ଅଭିଯୁକ୍ତ ନିଜକୁ ଗୁଳି କରି ଆତ୍ମହତ୍ୟା କରିବା ପରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ମଙ୍ଗଳବାର ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଶୁଭମ ବଇରାଗି (25) ଙ୍କୁ ଗିରଫ କରାଯାଇଥିଲା ବୋଲି ଜବଲପୁର ରେଞ୍ଜର ଇନ୍ସପେକ୍ଟର ଭଗବନ୍ତ ସିଂ ଚୌହାନ କହିଛନ୍ତି ।

ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ମଧ୍ୟ ସମ୍ପୃକ୍ତ ଥିଲା । ଏହି ଅଭିଯୁକ୍ତକୁ ଧରିବା ପାଇଁ ନିକଟରେ 3000 ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିବା ସେ କହିଛନ୍ତି । ଯେତେବେଳେ ପୋଲିସ ତାକୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ସ୍ଥାନକୁ ନେଇ ଯାଇଥିଲା ସେଠାରେ ପୂର୍ବରୁ ଲୁଚାଇ ରଖିଥିବା ଏକ ପିସ୍ତଲରେ ନିଜକୁ ଗୁଳି କରିଥିଲା ବୋଲି ଆଇଜିପି କହିଛନ୍ତି । ଶେଷରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅବହେଳା କାରଣରୁ ଦୁଇ ସହକାରୀ ସବ୍-ଇନ୍ସପେକ୍ଟରଙ୍କ ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଏହି ଘଟଣାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚୌହାନ କହିଛନ୍ତି। ପୋଷ୍ଟମର୍ଟମ ପରେ ଅଭିଯୁକ୍ତଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏନେଇ ମୃତକଙ୍କ ପରିବାର ଲୋକ ମୃତ ଦେହକୁ ରାସ୍ତାରେ ରଖି ଏକ ଶୋଭାଯାତ୍ରା କରିବା ସହ ମୃତକଙ୍କ ଭଉଣୀ ସୋନମ ବଇରାଗି ପୋଲିସ କର୍ମଚାରୀଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.