ETV Bharat / bharat

ଜେଏନୟୁ କୁଳପତିଙ୍କୁ ବହିଷ୍କାର ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବେ 100 ବିଧାୟକ: ୟେଚୁରୀ

author img

By

Published : Jan 8, 2020, 10:53 AM IST

ଜେଏନୟୁ ହିଂସା ଘଟଣାରେ କୁଳପତିଙ୍କ ବହିଷ୍କାର ପାଇଁ 100 ଜଣ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିବେ। ଅଧିକ ପଢନ୍ତୁ...

JNU Vice Chancellor
ଜେଏନୟୁ କୂଳପତିଙ୍କୁ ବହିଷ୍କାର ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବେ 100 ବିଧାୟକ

ନୂଆଦିଲ୍ଲୀ: ଜେଏନୟୁ ଆକ୍ରମଣ ଘଟଣାରେ ମଙ୍ଗଳବାର ସିପିଆଇଏମ ନେତା ସୀତାରାମ ୟେଚୁରୀ ଶିକ୍ଷକ ଓ ଛାତ୍ର ସଂଘ ଦ୍ବାରା ଆୟୋଜିତ ଏକ ବୈଠକରେ ଯୋଗଦେଇଥିଲେ। ଏହି ବୈଠକୁ ସମ୍ଭୋଧିତ କରି ୟେଚୁରୀ କହିଛନ୍ତି ଯେ, ଜେଏନୟୁ କୁଳପତିଙ୍କୁ ବହିଷ୍କାର କରିବାପାଇଁ ପ୍ରାୟ 100 ଜଣ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିବେ।

ସେ ଏହା ମଧ୍ୟ କହିଛନ୍ତି ଯେ, 100 ଜଣ ବିଧାୟକଙ୍କ ସହ ଏନେଇ ଆଲୋଚନା କରାଯାଇଥିଲା। ସେମାନେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପତ୍ରରେ ଜେଏନୟୁ କୁଳପତିଙ୍କୁ ବହିଷ୍କାର କରିବା ପାଇଁ ଅନୁରୋଧ କରାଯିବ।

ଅନ୍ୟପଟେ ଜେଏନୟୁ ହିଂସା ମାମଲାରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ଜେଏନୟୁ କୂଳପତି ଏମ. ଜଗଦିଶ କୁମାର। ଏନେଇ ସେ କହିଛନ୍ତି ଯେ, ଏହି ଘଟଣା ଅତି ଦୂର୍ଭାଗ୍ୟପୂର୍ଣ୍ଣ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଯଦି ଆଇନ ବ୍ୟବସ୍ଥାରେ କୌଣସି ସମସ୍ୟା ହୋଇଥାଏ, ଆମେ ପୋଲିସ ପାଖକୁ ନଯାଇ ଆମ ସୁରକ୍ଷା କର୍ମୀ ଏହାକୁ ସମାଧାନ କରିପାରୁଛନ୍ତି କି ନାହିଁ ଆମେ ଅପେକ୍ଷା କରି ଦେଖିଥାଉ । ରବିବାର ଯେତବେଳେ ଆମକୁ ଖବର ମିଳିଲା ଯେ, ଛାତ୍ରଙ୍କୁ ଆକ୍ରମଣ ହେବାର ସମ୍ଭାବନା ରହିଛି ସେନେଇ ଆମେ ପୋଲିସକୁ ଜଣାଇଥିଲୁ।

ଜବାହାରଲାଲ ନେହରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ମାମାଲାରେ ଷ୍ଟୁଡେଣ୍ଟ ୟୁନିୟନ ଅଧ୍ୟକ୍ଷ ଓଇଶୀ ଘୋଷ ସମେତ 19 ଜଣ ଛାତ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜେଏନୟୁ କର୍ତ୍ତୃପକ୍ଷ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.