ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲାରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମାନସିକ ବିକାରଗ୍ରସ୍ତ ମହିଳା ନିଜର 11 ଦିନର ଶିଶୁର ଆଙ୍ଗୁଠିକୁ ନିଆଁରେ ପୋଡି ଦେଇଥିବାର ଘଟଣା ସାମ୍ନାକୁ ଆସିଛି ।
ତେବେ ଏ ସମ୍ପର୍କରେ ପଡଶୀ ଜାଣିବା ପରେ ଶିଶୁକୁ ଉଦ୍ଧାର କରିବା ସହ ନିକଟସ୍ଥ ଥାନାକୁ ଅଗବତ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଶିଶୁକୁ ଉଦ୍ଧାର କରିବା ସହ ଡାକ୍ତରଖାନା ଭର୍ତ୍ତି କରାଇଥିଲା ।
ଶିକୋହାବାଦ ନିବାସି ରାମପ୍ରେମ ଅଟୋ ଚାଳକ ଏବଂ ତାଙ୍କ ପରିବାର ସହ ବରେଲାରେ ରୁହନ୍ତି । ନିକଟରେ ତାଙ୍କ ପତ୍ନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେିଥିଲେ । ଏହାପରେ ରାମପ୍ରେମଙ୍କ ସ୍ତ୍ରୀ ରତ୍ନେସଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଥିଲା । ମଙ୍ଗଳବାର ସକାଳେ ରାମପ୍ରେମ କାମକୁ ଯିବାପରେ ଏ ଘଟଣା ଘଟିଥିଲା ।
ପୋଲିସର କହିବା ଅନୁସାରେ, ପ୍ରସବ ପରେ ରତ୍ନେସଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଥିଲା । ଯେଉଁ କାରଣରୁ ସେ ଏପରି ଘଟଣା ଘଟାଇଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କ ଘରୁ ଚିତ୍କାରର ସ୍ବର ଶୁଣାଯିବା ନେଇ ପଡୋଶୀ କହିଛନ୍ତି।