ଡେରାଡୁନ୍: ବୟସ ମାତ୍ର ୧୫। ଏହି କମ୍ ବର୍ଷୀୟ ଯୁବକଙ୍କ ନାଁ ହେଉଛି ଅଭିନବ କୁମାର ଶର୍ମା। ଅଭିନଵ ବର୍ତ୍ତମାନ ଡେରାଡୁ୍ନର ଏକ ସ୍କୁଲରେ ପାଠ ପଢୁଛନ୍ତି। ସେ ଗତ ମାର୍ଚ୍ଚ ୨୬ ତାରିଖରେ ଇମେଲ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଅଭିନବ ଚିଠି ଲେଖି ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି ।
ଏଥିରେ ସେ ଲେଖିଥିଲେ ଯେ, କୋରୋନା ଏବଂ ଲକଡାଉନ୍ ପାଇଁ ଦେଶର ଅର୍ଥ ବ୍ୟବସ୍ଥାକୁ ଏକ ବଡ଼ ଝଟକା ଲାଗିବ। ତେଣୁ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ନିଜ ସମ୍ପତ୍ତିର ୮୦ ପ୍ରତିଶତ ଅଂଶ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିବାକୁ ସେ କହିଛନ୍ତି। ଏହାଫଳରେ ଏହି ଟଙ୍କା ଲୋକମାନଙ୍କ କାମରେ ଆସିପାରିବ ବୋଲି ସେ କହିଛନ୍ତି। ଲକଡାଉନ୍ ଯୋଗୁ ହଜାର ହଜାର ପ୍ରବାସୀ ଶ୍ରମିକ ନିଜର କାମ ହରାଇସାରିଛନ୍ତି।
ଯେଉଁ କାରଣରୁ ଏବେ ସେମାନେ ନିଜର ଜୀବନ ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। ଯଦି ଧାର୍ମିକ ଅନୁଷ୍ଠାନମାନେ ଏଭଳି କରନ୍ତି, ତେବେ ଏହି ଗରିବ ଲୋକମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେନାହିଁ। ଅଭିନବଙ୍କ ଏଭଳି ଚିନ୍ତାଧାରକୁ ଲୋକମାନେ ବେଶ୍ ପ୍ରଂଶସା କରିଛନ୍ତି।
କୋଭିଡ୍-19 ପାଇଁ ଏବେ ସାରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ୨୧ ଦିନ ପାଇଁ ଭାରତକୁ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ଘୋଷଣା କରିଛନ୍ତି। ଯେଉଁ କାରଣରୁ ଭାରତର ଅର୍ଥନୀତି ବହୁତ ତଳକୁ ଖସିଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଭଳି ପରିସ୍ଥିତିର ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ନିଜର ୮୦ ପ୍ରତିଶତ ସମ୍ପତ୍ତି ଦାନ କରିବା ଜରୁରୀ ବୋଲ ଅନେକ ଅନୁଷ୍ଠାନ ପକ୍ଷରୁ ବି ଦାବି ହେଲାଣି ।