ETV Bharat / bharat

ଆରୋଗ୍ୟ ସେତୁ ଆପ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ: ରବିଶଙ୍କର ପ୍ରସାଦ

author img

By

Published : May 30, 2020, 12:35 PM IST

କୋଭିଡ-19ର ପରବର୍ତ୍ତୀ ଅବସ୍ଥା କିପରି ରହିବ । କେଉଁ ସବୁ ଚ୍ୟାଲେଞ୍ଜ ଦେଇ ଆମକୁ ଅତିକ୍ରମ କରିବାକୁ ପଡିବ । ଏନେଇ ଆୟୋଜିତ ଏକ ବୈଠକରେ ଯୋଗ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଯେ ପୋଷ୍ଟ କୋଭିଡ-19 ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛି । ଏପରି କେତେଦିନ ଚାଲିବ କହି ହେବ ନାହିଁ । ଆରୋଗ୍ୟ ସେତୁ ଆପ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ । ଏହାକୁ ସମସ୍ତେ ବ୍ୟବହାର କରିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ।

ଆରୋଗ୍ୟ ସେତୁ ଆପ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ: ରବିଶଙ୍କର ପ୍ରସାଦ
ଆରୋଗ୍ୟ ସେତୁ ଆପ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପର ଗୋପନୀୟତାକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଲାଗି ରହିଛି ବାଦ ବିବାଦ । ତେବେ ଏହାକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଆରୋଗ୍ୟ ସେତୁ ଆପ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ । ଏହା କୌଣସି ନିୟମ ଉଲଙ୍ଘନ କରିନାହିଁ ।

ସେ କହିଛନ୍ତି ଯେ ଆରୋଗ୍ୟ ସେତୁ ଆପ ହେଉଛି ଭାରତର ଡିଜିଟାଲ ମାଇଣ୍ଡର ଏକ ଉତ୍ପାଦ ଯାହା ସଂକ୍ରମଣ ବ୍ୟାପିବାରୁ ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରିଥାଏ ।

ଯଦି ଆପଣ କୌଣସି କୋରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଆରୋଗ୍ୟ ସେତୁ ଆପ ଆପଣଙ୍କୁ ନ୍ୟାୟପୂର୍ଣ୍ଣ ଭାବରେ ତାଙ୍କୁ ଟ୍ରେସ କରିବାକୁ ସହଯୋଗ କରିବ । ଏହା ସମ୍ପୂର୍ଣ୍ଣ ଭାବରେ ଗୋପନୀୟତାକୁ ବଜାୟ ରଖିଥାଏ । ଏହା ସୁରକ୍ଷିତ ଅଟେ । ପ୍ରଭାବିତଙ୍କ ଶେଷ ତଥ୍ୟ ବ୍ୟତୀତ ସମସ୍ତ ତଥ୍ୟ ଏଥିରେ ରେକର୍ଡ ହୋଇଛି ଯାହ ଜିଲ୍ଲା ପ୍ରଶାସନକୁ ଜଣାଯାଇଛି । ଏନେଇ ମୁଁ ପ୍ରୋଟୋକଲ ପ୍ରସ୍ତୁତ କରିସାରିଛି, ତଥ୍ୟ 180 ଦିନରୁ ଅଧିକ ରଖାଯିବ ବୋଲି କହିଛନ୍ତି ରବି ଶଙ୍କର ପ୍ରସାଦ ।

ତେବେ କୋର୍ଟ କାର୍ଯ୍ୟ ବନ୍ଦ ରହିଥିବା ନେଇ ସେ କହିଛନ୍ତି ଯେ ଆମକୁ ଭିଡିଓ କନଫରେନ୍ସିଂର ସାହାଯ୍ୟ ନେବାକୁ ପଡିବ । ଇ-ଫିଲିଙ୍ଗ ଆଦିକୁ ବ୍ୟବହାର କରିବାକୁ ପଡିବ । କାରଣ ଲକଡାଉନ ପରର ଦୁନିଆ ବୋଧେ ଆମକୁ ଏପରି ବଞ୍ଚିବାକୁ ପଡିବ । ଏରି କେତେ ଦିନ ଧରି ଚାଲିବ ତାହା କହିବା ମୁସକିଲ । ଏବେ ଏକ ଚ୍ୟାଲେଞ୍ଜିଂ ସମୟର ଦେଇ ଆମେ ଗତି କରୁଛୁ । ଯେତେବେଳେ ମଣିଷ ମଙ୍ଗଳଗ୍ରହକୁ ଯିବାକୁ ଚେଷ୍ଟା କରୁଥିଲା ସେତେବେଳେ ଏହି ଭାଇରସ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଗୋଟିଏ ଭୂତାଣୁ ସମଗ୍ର ବିଶ୍ବକୁ ନଷ୍ଟ କରିଦେଇଛି ।

ଇ-ଫିଲିଙ୍ଗ୍ ଏବଂ ଇ-ଆର୍ଗୁମେଣ୍ଟସ୍ ଶିଖ, ଏହା ହେଉଛି ନୂଆ ଦୁନିଆ, ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ଜଣା ନାହିଁ। ପୋଷ୍ଟ କୋଭିଡ-19 ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ଇଣ୍ଡିଆ ପୋଷ୍ଟ କୋଭିଡ ପାଇଁ ଲିଗାଲ ଆଣ୍ଡ ଡିଜିଟାଲ ଚ୍ୟାଲେଞ୍ଜେସ ଉପରେ ଆରଏସଏସ ସହ ଜଡିତ ଏକ ସଂଗଠନ ଅଖିଳ ଭାରତୀ ଆଦିବାକତା ପରିଷଦ ଦ୍ବାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.