ETV Bharat / bharat

ୟୁଜର୍ସ ଡାଟା କଲେକ୍ସନରେ ବେଷ୍ଟ ‘ଆରୋଗ୍ୟ ସେତୁ’ ଆପ୍‌ - କୋଭିଡ-19 ଟ୍ରାକର

ସାରା ଦେଶରେ ବର୍ତ୍ତମାନ ଆରୋଗ୍ୟ ସେତୁ ଆପ୍‌ର ରହିଛନ୍ତି 100 ମିଲିୟନ ୟୁଜର୍ସ । ତେବେ ଏହି ଆପ୍‌ ୟୁଜର୍ସ ଡାଟା ସମୟ ମଧ୍ୟରେ ଡିଲିଟ କରିବା ସହ ଅତ୍ୟାବଶ୍ୟକୀୟ ଡାଟା କଲେକ୍ସନ କରିବାରେ ସଫଳ ହୋଇଥିବା ଅନୁଧ୍ୟାନରୁ ଜଣାପଡିଛି ।

aarogya setu app, indian covid-29 tracker app, covid-19 tracker, mit technology, ଆରୋଗ୍ୟ ସେତୁ ଆପ୍‌, ଭାରତୀୟ କୋଭିଡ-19 ଟ୍ରାକର ଆପ୍‌, କୋଭିଡ-19 ଟ୍ରାକର, ଏମଆଇଟି ଟେକ୍ନୋଲୋଜି
ୟୁଜର୍ସ ଡାଟା କଲେକ୍ସନରେ ବେଷ୍ଟ ‘ଆରୋଗ୍ୟ ସେତୁ’ ଆପ୍‌
author img

By

Published : May 11, 2020, 12:46 AM IST

ହାଇଦ୍ରାବାଦ: ଏମଆଇଟି ଟେକ୍ନୋଲୋଜି ରିଭ୍ୟୁ ଦ୍ବାରା ନିକଟରେ 25 ଦେଶରେ କୋଭିଡ-19 ଆପ୍‌ର ରିଭ୍ୟୁ ପ୍ରକାଶ ପାଇଛି । ଏହି ଆପ୍‌ ଗୁଡିକ ମୁଖ୍ୟତଃ ଏନଫୋର୍ସମେଣ୍ଟ, ଡାଟା ହ୍ୟାଣ୍ଡେଲ, ପ୍ରାଇଭେସି ଓ ଟ୍ରାନ୍ସରେନ୍ସି ଆଦି 25ଟି କ୍ୟାଟାଗୋରୀରେ ପରିଚାଳିତ । ତେବେ ଏହି କ୍ୟାଟାଗୋରୀରରେ ଆରୋଗ୍ୟ ସେତୁକୁ କିଛି ସେକ୍ସନରେ ପଜିଟିଭ ପଏଣ୍ଟ ମିଳିଛି ତ କେଉଁଠି ପଛୁଆ ପଡିଯାଇଛି ଆପ୍‌ । ତେବେ ଆରୋଗ୍ୟ ସେତୁ ଆପ୍‌ର କ’ଣ ରହିଛି ବିଶେଷତ୍ବ, ଜାଣନ୍ତୁ...

ସାରା ଦେଶରେ ବର୍ତ୍ତମାନ ଆରୋଗ୍ୟ ସେତୁ ଆପ୍‌ର ରହିଛନ୍ତି 100 ମିଲିୟନ ୟୁଜର୍ସ । ତେବେ ଏହି ଆପ୍‌ ୟୁଜର୍ସ ଡାଟା ସମୟ ମଧ୍ୟରେ ଡିଲିଟ କରିବା ସହ ଅତ୍ୟାବଶ୍ୟକୀୟ ଡାଟା କଲେକ୍ସନ କରିବାରେ ସଫଳ ହୋଇଥିବା ଅନୁଧ୍ୟାନରୁ ଜଣାପଡିଛି । ସେପଟେ ସ୍ବତଃପ୍ରବୃତ୍ତ ବ୍ୟବହାର, ଡାଟା ୟୁସେଜ ଲିମିଟେସନ ଓ ଟ୍ରାନ୍ପପରେନ୍ସି କ୍ଷେତ୍ରରେ ପଛୁଆ ପଡିଛି ଏହି ଆପ୍‌ । ତେବେ ଏହି ଭାରତୀୟ ଆପ୍‌ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ।

ଅନ୍ୟ ଦେଶମାନଙ୍କରେ ପ୍ରସ୍ତୁତ ହୋଇଥିବା ଆପ୍‌ ଲିମିଟେଡ ସର୍ଭିସ ଯଥା ବ୍ଲୁଟୁଥ ଓ ଜିପିଏସ ବ୍ୟବହାର ଦ୍ବାରା ହିଁ ଅଧିକ ନୋଟିଫିକେସନ ଯଥା ଆପଣ କେହି କୋରୋନା ସଂକ୍ରମିତଙ୍କ ସହ କଥା ହୋଇଛନ୍ତି କି ତାଙ୍କ ପାର୍ଶ୍ବ ଦେଇ ଗତି କରୁଛନ୍ତି ତାହା ଦର୍ଶାଇଥାଏ । ହେଲେ ଭାରତୀୟ ଆପ୍‌ ଏହି ସବୁ ତୁଳନାରେ ଅଧିକ ବିକଶିତ ଓ ଅଲ-ଇନ-ୱାନ ଅଣ୍ଡରଟେକିଂ ଆପ୍‌ ବୋଲି ପ୍ରମାଣିତ ହୋଇଛି । ଏହି ଆପ୍‌ ଦ୍ବାରା ଲୋକେ ଟେଲି ମେଡିସିନ, ଇ-ଫାର୍ମାସୀ ଓ ଡାଏଗ୍ନୋଷ୍ଟିକ ସର୍ଭିସ ଆଦିକୁ ଆକ୍ସେସ କରିପାରିବେ । ଏଥିପାଇଁ ସ୍ବତନ୍ତ୍ର ଭାବେ ସମସ୍ତ ଭାରତୀୟ ଟେଲିକମ କମ୍ପାନୀମାନେ ଏହି ଆପ୍‌କୁ ହାଇଟଲିଷ୍ଟରେ ସାମିଲ କରିଛନ୍ତି । ଯାହା ଦ୍ବାରା ଆପ୍‌ ଜରିଆରେ ଏହି ସମସ୍ତ ସର୍ଭିସକୁ ଆକ୍ସେସ କଲେ କୌଣସି ଡାଟା ଲିମିଟ ଗଣାଯିବ ନାହିଁ ।

ଗତ ମେ 6ରେ ଏହି ଆପ୍‌ର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିବା ବେଳେ ଜବାବ ଦେଇ ଟିମ୍‌ ଆରୋଗ୍ୟ ସେତୁ ପ୍ରକାଶ କରିଛି କି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । ଏହି ଆପ୍‌ ଦ୍ବାରା ସଂଗ୍ରହ ହୋଇଥିବା ୟୁଜର୍ସଙ୍କ ଲୋକେସନ ଡାଟା ସର୍ଭରରେ ଏନକ୍ରିପ୍ଟେଡ ଓ ଆନୋନିମାଇଜ ହୋଇ ସୁରକ୍ଷିତ ରହେ । ତେବେ ଏହି ଆପ୍‌କୁ ନ୍ୟାସନାଲ ଇନଫର୍ମେଟିକ ସେଣ୍ଟର (ଏନଆଇସି) ପ୍ରସ୍ତୁତ କରିଥିବା ବେଳେ ଏହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟରତ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.