ETV Bharat / bharat

ରେକର୍ଡ ସଂଖ୍ୟକ 9.8କୋଟି ସ୍ମାର୍ଟ ଫୋନରେ ଆରୋଗ୍ୟ ସେତୁ ଆପ୍, ଜିଓ ଫୋନରେ ଖୁବଶୀଘ୍ର - 9.8କୋଟି ସ୍ମାର୍ଟ ଫୋନରେ ଆରୋଗ୍ୟ ସେତୁ ଆପ୍

ଏ ପର୍ଯ୍ୟନ୍ତ ଦେଶରେ ଆରୋଗ୍ୟ ସେତୁ ଆପ୍ 9.8 କୋଟି ସ୍ମାର୍ଟ ଫୋନରେ ଡାଉନଲୋଡ ହୋଇଛି । ସୋମବାର ଆପ୍ ଉପରେ ଅଧିକ ବିବରଣୀ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ କୁମାର ସାଇନୀ କହିଛନ୍ତି ଯେ,ଏହା ଆସନ୍ତାକାଲି ଠାରୁ ଜିଓ ଫିଚର ସ୍ମାର୍ଟଫୋନରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

Aarogya Setu App
Aarogya Setu App
author img

By

Published : May 11, 2020, 8:43 PM IST

ନୂଆଦିଲ୍ଲୀ: କୋରୋନା କାଳରେ ସରକାରଙ୍କ ସମୟୋପଚିତ ପଦକ୍ଷେପ ମାନଙ୍କ ମଧ୍ୟରୁ ଆରୋଗ୍ୟ-ସେତୁ ଆପ୍ ଅନ୍ୟତମ । ସୋମବାର ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ଦେଶରେ ଆରୋଗ୍ୟ ସେତୁ ଆପ୍ 9.8 କୋଟି ସ୍ମାର୍ଟ ଫୋନରେ ଡାଉନଲୋଡ ହୋଇଛି ।

ସୋମବାର ଆପ୍ ଉପରେ ଅଧିକ ବିବରଣୀ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ କୁମାର ସାଇନୀ କହିଛନ୍ତି ଯେ,ଏହା ଆସନ୍ତାକାଲି ଠାରୁ ଜିଓ ଫିଚର ସ୍ମାର୍ଟଫୋନରେ ଉପଲବ୍ଧ ହେବ । ସେ କହିଛନ୍ତି ଯେ ଆମେ ଆରୋଗ୍ୟ ସେତୁ ଆପ୍ ବ୍ୟବହାରକାରୀଙ୍କ ଡାଟା ଗୋପନୀୟତା ଉପରେ ଅଧିକ କାର୍ଯ୍ୟ କରାଯାଇଛି । ଏହାର ଉପଭୋକ୍ତା ତଥ୍ୟର ଗୋପନୀୟତା ସୁରକ୍ଷିତ ବୋଲି ସେ କହିଛନ୍ତି ।

ଆରୋଗ୍ୟ ସେତୁ ଆପ୍ କଣ୍ଟାକ ଟ୍ରେସିଂରେ ବ୍ୟବହୃତ ହୋଇଥାଏ । ଏହା ଅନୁଯାୟୀ ଗତ କିଛି ଦିନ ମଧ୍ୟରେ 1,40,000 ଲୋକ COVID-19 ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ମୋବାଇଲ୍ ଆପ୍ଲିକେସନ୍, ଆରୋଗ୍ୟ ସେତୁ ଆପ୍ , COVID-19 ର ପ୍ରସାରକୁ ରୋକିବା ପାଇଁ କଣ୍ଟାକ-ଟ୍ରେସିଂ ଏବଂ ଉପଭୋକ୍ତାମାନଙ୍କୁ କୋରନା ବିସ୍ତାର ତଥା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରଦାୱ କରିଥାଏ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ କଣ୍ଟନମେଣ୍ଟ ଜୋନରେ ରହୁଥିବା ଲୋକଙ୍କ ପାଇଁ ମୋବାଇଲ୍ ଆପ୍ ବାଧ୍ୟତାମୂଳକ । ସେହିପରି ଏହି ଆପ୍ କୁ ବହୁଳ ବ୍ୟବହାର ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.