ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବିପୁଳ ବୃଦ୍ଧିକୁ ନେଇ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି ଆମ୍ ଆଦମୀ ପାର୍ଟି (AAP)। ଜୁଲାଇ 1 ରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବିରୋଧରେ ଆମ୍ ଆଦମୀ ପାର୍ଟି ଦେଶବ୍ୟାପୀ ବିରୋଧ କରିବ ବୋଲି ଦଳ ନେତା ଗୋପାଳ ରାୟ ମଙ୍ଗଳବାର ଦିନ କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ସମେତ ଅନେକ ଦଳ ପ୍ରଦର୍ଶନ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ଅର୍ଥାତ୍ ବୁଧବାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇନାହିଁ।
ବିଶେଷଜ୍ଞଙ୍କ ଅନୁଯାୟୀ ତୈଳ ମୂଲ୍ୟକୁ ନେଇ ଦେଶବ୍ୟାପୀ ବିରୋଧ ପରେ କମ୍ପାନୀଗୁଡିକ ଉପରେ ଚାପ ରହିଛି। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୁଇ ଦିନରୁ ସ୍ଥିର ରହିଆସିଛି। ସୂଚନାଯୋଗ୍ୟ ଯେ ଗତ ମାସରେ ଅର୍ଥାତ୍ ଜୁନ୍ ମାସରେ ଡିଜେଲ ଦିଲ୍ଲୀରେ 11.14 ଟଙ୍କା ବ୍ୟୟବହୁଳ ହୋଇଥିବାବେଳେ ପେଟ୍ରୋଲର ମୂଲ୍ୟ 9.17 ଟଙ୍କା ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଅପେକ୍ଷା ଅଧିକ ମୂଲ୍ୟରେ ଡିଜେଲ ବିକ୍ରି ହେଉଛି। ଦିଲ୍ଲୀର ଏକ ଲିଟର ପେଟ୍ରୋଲର ମୂଲ୍ୟ 80.43 ଟଙ୍କା ଥିବା ବେଳେ ଡିଜେଲର ଏକ ଲିଟର ମୂଲ୍ୟ 80.53 ଟଙ୍କା ରହିଛି।