ETV Bharat / bharat

ଦିଲ୍ଲୀ ହିଂସା: ପ୍ରାଥମିକ ସଦସ୍ୟ ପଦରୁ ତାହିର ହୁସେନଙ୍କୁ ନିଲମ୍ବନ କଲା ଆପ - ତାହିର ହୁସେନ

ଆମ୍ ଆଦମୀ ପାର୍ଟି (ଆପ)ର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ ହେଲେ କାଉନସିଲର ତାହିର ହୁସେନ । ଦୟାଲପୁର ପୋଲିସ ଷ୍ଟେସନରେ ହତ୍ୟା ଭଳି ସଂଗୀନ ଅପରାଧରେ ସାମିଲ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ଦଳ ପକ୍ଷରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 27, 2020, 11:02 PM IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ)ର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ ହେଲେ କାଉନସିଲର ତାହିର ହୁସେନ । ଦୟାଲପୁର ପୋଲିସ ଷ୍ଟେସନରେ ହତ୍ୟା ଭଳି ସଂଗୀନ ଅପରାଧରେ ସାମିଲ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ଦଳ ପକ୍ଷରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।

ଗୁରୁବାର ଦିଲ୍ଲୀ ହିଂସାରେ ସମ୍ପୃକ୍ତି ନେଇ ଦୟାଲପୁର ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା 302 (ହତ୍ୟା ପାଇଁ ଲାଗୁ ଧାରା) ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗୁରୁବାର ନେହେରୁ ବିହାରର ଆମ୍ ଆଦମୀ ପାର୍ଟି ନଗର କାଉନସିଲର ତାହିର ହୁସେନଙ୍କ ଚାନ୍ଦ ବାଗ ସ୍ଥିତ ଘର ଛାତ ଉପରେ ଅନେକ ପେଟ୍ରୋଲ୍ ବୋମା ବୋତଲ, ଏସିଡ୍ ପାଉଚ୍ ଏବଂ ପଥର ପେଡି ରହିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଗୁଇନ୍ଦା ବିଭାଗ (ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ବୁଧବାର ଦିନ ଦଙ୍ଗା ପ୍ରଭାବିତ ହୋଇଥିବା ଇଲାକାର ଏକ ନାଳରୁ ଉଦ୍ଧାର କରାଯାଇଥିଲା । ଅଙ୍କିତଙ୍କ ପରିବାର ସଦସ୍ୟ ତାହିର ହୁସେନଙ୍କୁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କହିଥିଲେ । ଏବେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଦିଲ୍ଲୀ ପୋଲିସ AAP କାଉନସିଲର ତାହିର ହୁସେନ୍‌ଙ୍କ ଘରକୁ ସିଲ୍ କରିଛି । ଏହାସହ ହତ୍ୟା ମାମଲାରେ ଓ ଘର ଛାତ ଉପରେ ହିଂସାରେ ବ୍ୟବହୃତ ସାମାନ ମିଳିବା ଆଦି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଗୁରୁବାର ଏକ ପ୍ରେସ କନଫରେନ୍ସରେ ଆପ୍‌ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଦଙ୍ଗାରେ ସାମିଲ ସମସ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ପାଇଁ କହିଥିଲେ । ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଦିଲ୍ଲୀ ହିଂସାରେ ଆପ୍‌ର କେହି ସାମିଲ ରହିଥାନ୍ତି ତେବେ ତାଙ୍କୁ ଦୁଇ ଗୁଣା ଦଣ୍ଡ ଦିଆଯାଉ ।

ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 38 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡରେ 200ରୁ ଊର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.