ETV Bharat / bharat

ଦିଲ୍ଲୀ ହିଂସା ମାମଲାରେ ଆପ ସାଂସଦଙ୍କ ବିକ୍ଷୋଭ; ବର୍ଷିଲେ ସଞ୍ଜୟ

author img

By

Published : Mar 3, 2020, 7:08 PM IST

ଦିଲ୍ଲୀ ହିଂସା ମାମଲାରେ ଆପ ସାଂସଦ ମାନେ ମଙ୍ଗଳବାର ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି ସାଂସଦ ସଞ୍ଜୟ ସିଂ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

AAP MPs
AAP MPs

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ପରେ ଆମ ଆଦମୀ ପାର୍ଟି ସାଂସଦ ମାନେ ମଙ୍ଗଳବାର ଦିନ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟି ବିରୋଧରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଦିଲ୍ଲୀ ହିଂସା ମାମଲାରେ ଆପ ସାଂସଦଙ୍କ ବିକ୍ଷୋଭ; ବର୍ଷିଲେ ସଞ୍ଜୟ

ବରିଷ୍ଠ ଆପନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଦେଶର ରାଜଧାନୀରେ ଦଙ୍ଗା ସୃଷ୍ଟି କରିଥିବା ଲୋକଙ୍କ ସହ ବିଜେପି ଛିଡା ହୋଇଛି ବୋଲି କେନ୍ଦ୍ର ସରକାର ବାର୍ତ୍ତା ଦେଉଛନ୍ତି । ସରକାର ଏହି ଦଙ୍ଗା ବିଷୟରେ ସଂସଦରେ ଆଲୋଚନା କରିବାକୁ ମନା କରୁଛନ୍ତି । ଦିଲ୍ଲୀ ଦଙ୍ଗାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ସଞ୍ଜୟ । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଆମେ ଦଙ୍ଗା ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା କରିପାରିବୁ ନାହିଁ ତେବେ ସଂସଦର ମହତ୍ତ୍ବ କଣ । ସେମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତର ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ନୁହଁନ୍ତି । ସେ ପ୍ରଶ୍ନ ଉଠାଇଛନ୍ତି ଏହା ଦ୍ବାରା ଆମେ ଦେଶର ନାଗରିକମାନଙ୍କୁ କେଉଁ ବାର୍ତ୍ତା ଦେଉଛୁ ?

AAP MPs stage p
AAP MPs stage p

ଏହାପୂର୍ବରୁ ସଞ୍ଜୟ କହିଥିଲେ ଅମିତ ଶାହା ଗୃହମନ୍ତ୍ରୀ ପଦରେ ରହିବାର କୌଣସି ଅଧିକାର ନାହିଁ । ତାଙ୍କ ଅଧୀନରେ ଦୁଷ୍କର୍ମକାରୀମାନେ ଦିନରାତି ଗୁଳି ଚଳାଉଛନ୍ତି, କ୍ୟାମ୍ପସରେ ଛାତ୍ର ଓ ଶିକ୍ଷକଙ୍କୁ ମାଡ ଦିଆଯାଉଛି । ବର୍ତ୍ତମାନ ଯାଏଁ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ନାହାଁନ୍ତି । ତେଣୁ ଦିଲ୍ଲୀ ହିଂସା ଏସଆଇଟି ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.