ETV Bharat / bharat

କୃଷି ଆଇନକୁ ବିରୋଧ, ପଞ୍ଜାବରେ ଆପ୍‌ ବିଧାୟକଙ୍କ ପ୍ରଦର୍ଶନ - ପଞ୍ଜାବ ଆପ୍‌ ବିଧାୟକ

କୃଷି ଆଇନ ବିରୋଧରେ ବିଧାନସଭାରେ ସଙ୍କଳ୍ପ ଆଣିବାକୁ ଦାବି କରି ପଞ୍ଜାବରେ ଆପ୍‌ ବିଧାୟକଙ୍କ ପ୍ରଦର୍ଶନ ।

କୃଷି ଆଇନକୁ ବିରୋଧ, ପଞ୍ଜାବରେ ଆପ୍‌ ବିଧାୟକଙ୍କ ପ୍ରଦର୍ଶନ

author img

By

Published : Oct 19, 2020, 12:29 PM IST

ଚଣ୍ଡିଗଡ: କୃଷି ଆଇନକୁ ବିରୋଧ ଜାରି । ପଞ୍ଜାବ ସରକାର ବିଧାନସଭାରେ ଏହା ବିରୋଧରେ ସଙ୍କଳ୍ପ ଆଣିବାକୁ ଦାବି କଲା ଆପ୍‌(ଆମ୍‌ ଆଦମୀ ପାର୍ଟି) । ଏନେଇ ପଞ୍ଜାବରେ ଆପ୍‌ ବିଧାୟକଙ୍କ ପ୍ରଦର୍ଶନ ଜାରି ।

ପଞ୍ଜାବ ସରକାର ଏହି କଳା ଆଇନ ସପକ୍ଷରେ ରହୁଥିବାର ଦେଖାଦେଉଛି । ଆପ୍‌ ଏହାକୁ ଲୋକଲୋଚନକୁ ଆଣିବ । ଏ ପ୍ରସଙ୍ଗରେ କେନ୍ଦ୍ର ସହିତ ରାଜ୍ୟ ମିଶିଯାଇଥିବା ଅଭିଯୋଗ ଆଣିଛନ୍ତି ଆପ୍‌ ବିଧାୟକ ହରପାଲ ସିଂ ଚେମା ।

ଯଦି ମିଶି ନାହାଁନ୍ତି ତେବେ ବିଧାନସଭାରେ କୃଷି ଆଇନକୁ ବିରୋଧ କରି ସଙ୍କଳ୍ପ ପାରିତ କରାଯାଉ ବୋଲି ବିଧାୟକ ମାନେ କହିଛନ୍ତି । ସୂଚନା ଥାଉକି, କେନ୍ଦ୍ର ସରକାର କୃଷି ସମ୍ବନ୍ଧିୟ ତିନୋଟି ବିଲ୍‌ ସଂସଦରେ ପାରିତ କରିବା ପରେ ଏହା ରାଷ୍ଟ୍ରପତିଙ୍କ ସ୍ବିକୃତୀ ପାଇ ଆଇନରେ ପରିଣତ ହୋଇଛି ।

ତେବେ ଏହାକୁ ସାରା ଦେଶ ତଥା ପଞ୍ଜାବ, ହରିୟାଣ ଓ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଜୋରଦାର ବିରୋଧ କରାଯାଉଛି । ଏହା କୃଷକଙ୍କ ମାରଣା ଆଇନ ଦର୍ଶାଇ ଅନେକ କୃଷିକ ସଙ୍ଗଠନ ଏବେ ମଧ୍ୟ ଧାରଣାରେ ଅଛନ୍ତି ।

ସେପଟେ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି । ଯାହାର ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.