ETV Bharat / bharat

ଆପ୍ ବିଧାୟକ ଆତିଶି ମାର୍ଲେନା କୋରୋନା ପଜିଟିଭ - ଆମ୍ ଆଦମୀ ପାର୍ଟିର ବିଧାୟକ ଆତିଶି ମାର୍ଲେନା

ଆମ୍ ଆଦମୀ ପାର୍ଟି ବିଧାୟକ ଆତିଶି ମାର୍ଲେନା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖବର ପ୍ରଚାରିତ ହେବାର କିଛି ସମୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟରକୁ ଯାଇ ଆତିଷୀଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ। ଅଧିକ ପଢନ୍ତୁ...

aap mla atishi marlena became corona positive

author img

By

Published : Jun 17, 2020, 6:37 PM IST

ନୂଆଦିଲ୍ଲୀ: ସାରାଦେଶରେ କୋରୋନା ଆତଙ୍କ ଖେଳାଇଥିବା ବେଳେ ଆଜି(ବୁଧବାର) ଆମ୍ ଆଦମୀ ପାର୍ଟିର ବିଧାୟକ ଆତିଶି ମାର୍ଲେନା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖବର ଅନୁଯାୟୀ, ଆପ୍ ମୁଖପାତ୍ର ଅକ୍ଷୟ ମରାଠେ ମଧ୍ୟ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିଲେ । ଏହାପୂର୍ବରୁ ଦୁଇ ଜଣ ଆପ୍ ବିଧାୟକ ବିଶେଷ ରବି (କରୋଲ ବାଗ) ଏବଂ ରାଜକୁମାର ଆନନ୍ଦ (ପଟେଲ ନଗର) COVID-19 ପଜିଟିଭ ଟିହ୍ନଟ ହୋଇଥିଲେ । ଖବର ପ୍ରଚାରିତ ହେବାର କିଛି ସମୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟରରେ ଆତିଷୀଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ।

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, "କୋରୋନା ବିରୋଧ ଲଢେଇରେ ଆତିଶୀ ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୁଁ ଆଶା କରୁଛି ଯେ ସେ ଶୀଘ୍ର ସୁସ୍ଥ ହୋଇଯିବେ।"ଏହି ସମୟରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବଳ ଜ୍ବର ହେବ ସହିତ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବୁଧବାର ପୁଣିଥରେ ତାଙ୍କର COVID-19 ପାଇଁ ପରୀକ୍ଷା କରାଯାଇଥିଲା।

ଗତ ସପ୍ତାହରେ ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ COVID-19 ପରୀକ୍ଷା କରିଥିଲେ, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.