ETV Bharat / bharat

କେଜ୍ରିୱାଲଙ୍କ ପାଇଁ ଖାସ୍ ପ୍ରେମ ଦିବସ ! ଜାଣନ୍ତୁ କାହିଁକି - ଫେବୃୟାରୀ ମାସର 14 ତାରିଖ ଆପ୍ ମୁଖିଆଙ୍କ ଖାସ ଦିନ

ପ୍ରେମୀ ଯୁଗଳଙ୍କ ପାଇଁ ଯେପରି ଫେବୃୟାରୀ ମାସର ସାତ ଦିନ ବେଶ ଖାସ ରହିଥାଏ। ସେହିପରି ଆପ୍ ମୁଖିଆ କେଜ୍ରିୱାଲଙ୍କ ଏହି ପ୍ରେମ ସପ୍ତାହର ଗୋଟିଏ ଦିନ ବେଶ ଗୁରୁତ୍ବ ରଖେ। ଫେବୃୟାରୀ 14ରେ ଆପ୍ ମୁଖିଆ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଜ୍ରିୱାଲଙ୍କ ପାଇଁ କ'ଣ ଖାସ୍ ରଖେ ଫେବୃୟାରୀ 14। ଅଧିକ ଖବର ପଢନ୍ତୁ...

valentine day connection
କେଜ୍ରିୱାଲଙ୍କ ଖାସ୍ ପ୍ରେମ ଦିବସ ! ଜାଣନ୍ତୁ କାହିଁକି
author img

By

Published : Feb 11, 2020, 5:43 PM IST

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀବାସୀଙ୍କ ଦିଲ୍ ଜିତିଲେ ଆମ ଆଦମୀ ପାର୍ଟିର କେଜ୍ରିୱାଲ ସରକାର। ନିଜର ବିଚକ୍ଷଣ ବୁଦ୍ଧି ଓ ସାଧାସିଧା ଜୀବନଶୈଳୀରେ ସେ ପୁନର୍ବାର ଦିଲ୍ଲୀରେ ନିଜ ଗାଦି ଅକ୍ତିକାର ପାଇଁ ପଥ ପରିଷ୍କାର କରିଛନ୍ତି। ତେବେ ଏହି ବିଜୟ ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ମୁକୁଟ ଭାଲେଣ୍ଟାଇନ ଡେ’ରେ ପିନ୍ଧିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

valentine day connection
କେଜ୍ରିୱାଲଙ୍କ ଖାସ୍ ପ୍ରେମ ଦିବସ ! ଜାଣନ୍ତୁ କାହିଁକି

ମିଳିଥିବା ସୂଚନା, ଅନୁସାରେ କେଜ୍ରିୱାଲଙ୍କ ଶପଥ ସମାରୋହ ଆସନ୍ତା ଫେବୃୟାରୀ 14 ବା ପ୍ରେମ ସପ୍ତାହର ସବୁଠୁ ସ୍ପେଶାଲ ଦିନରେ କରାଯାଇପାରେ। ପ୍ରେମୀ ଯୁଗଳଙ୍କ ପାଇଁ ଯେପରି ଏହି ଦିନ ଅତ୍ୟନ୍ତ ଖାସ ଥାଏ। ସେହିପରି 'ଭାଲେନଣ୍ଟାଇନ ଡେ' କେଜ୍ରିୱାଲଙ୍କ ପାଇଁ ପୂର୍ବରୁ ବେଶ ଖାସ ରହିଛି। ତେବେ ଆସନ୍ତୁ ଜାଣିବା 'ଭାଲେନଣ୍ଟାଇନ ଡେ' ସହ କେଜ୍ରିୱାଲଙ୍କ କ'ଣ ରହିଛି କନେକସନ।

2013 'ଭାଲେନଣ୍ଟାଇନ ଡେ' ଓ କେଜ୍ରିୱାଲ ସରକାର

ଗାନ୍ଧୀଙ୍କ ମାର୍ଗ ଅନୁସରଣ ଓ ଆନ୍ନା ହଜାରେଙ୍କ ସହ ସାମିଲ ହୋଇ ପୁଣି ଚର୍ଚ୍ଚାର ପରିସରକୁ ଆସିଥିଲେ କେଜ୍ରିୱାଲ। ହେଲେ ଲୋକପାଳ ବିଲ ପାଇଁ କୌଣସି ରାଜନୈତିକ ଦଳ ସହ ଜଡିତ ରହିବେ ନାହିଁ ବୋଲି କହି କେଜ୍ରିୱାଲଙ୍କ ହାତ ଛାଡିଦେଲେ ଆନ୍ନା ହଜାରେ। ତଥାପି 2013 ବର୍ଷ ଥିଲା ଆମ୍ ଆଦମୀ ପାର୍ଟି ପାଇଁ ସଫଳତାର ବର୍ଷ। ଏହି ବର୍ଷରେ ପ୍ରଥମ ଥର ପାଇଁ ଆପ ଦିଲ୍ଲୀରେ ସରକାର ଗଢିବା ସହ ରାଜନୀତି ମୈଦାନରେ ଆରମ୍ଭ କରିଥିଲେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏହି ସମୟରେ ବିଜେପିକୁ 31 ସିଟ୍, ଆମ ଆଦମୀ ପାର୍ଟିକୁ 28 ଓ କଂଗ୍ରେସକୁ 8 ଟି ସିଟ୍ ମିଳିଥିଲା। ହେଲେ ବିଜେପିକୁ ଗାଦିରୁ ଦୂରେଇ ରଖିବାପାଇଁ କଂଗ୍ରେସ ଆପ୍ ସହ ହାତ ମିଶାଇଥିଲା। ଶେଷରେ ଗାଦିରେ ବସିଥିଲା ଆପ୍। ହେଲେ କଂଗ୍ରେସ ଓ ଆପର ଏହି ଅଦିନିଆ ପ୍ରେମ ସମ୍ପର୍କ ବେଶିଦିନ ତିଷ୍ଠି ପାରିନଥିଲା। ଖଟାମିଠା ସମ୍ପର୍କ ସାଙ୍ଗକୁ ଦଳୀୟ କନ୍ଦଳ ମଧ୍ୟରେ 49 ଦିନରେ ସରକାର ଭାଙ୍ଗି ଯାଇଥିଲା। ଯାହାଫଳରେ କେଜ୍ରିୱାଲ ସରକାର 2014 ଫେବୃୟାରୀ ମାସ 14 ତାରିଖ ଅର୍ଥାତ୍ 'ଭାଲେନଣ୍ଟାଇନ ଡେ' ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

2015 'ଭାଲେନଣ୍ଟାଇନ ଡେ' ଓ କେଜ୍ରିୱାଲ ସରକାର

ପୁନଃର୍ବାର 2015ରେ ନିର୍ବାଚନ ତାରିଖ ଘୋଷଣା ହେବା ସହ 2014ର ଠିକ୍ ବର୍ଷକ ପରେ ଫେବୃଆରୀ 14 ତାରିଖ ଦିନ ରାମଲୀଳା ମୌଦାନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କେଜ୍ରିୱାଲ। ଯେଉଁଥିରେ ଆପ୍ 67 ଆସନ ଅକ୍ତିଆର କରିଥିବାବେଳେ ବିଜେପିକୁ ମିଳିଥିଲା ମାତ୍ର 3ଟି ସିଟ୍। ଯାହାଫଳରେ 2015, ଫେବୃୟାରୀ 14 ତାରିଖରେ ଦ୍ବିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମୁକୁଟ ପିନ୍ଧିଲେ କେଜ୍ରିୱାଲ।

2018 'ଭାଲେନଣ୍ଟାଇନ ଡେ' ଓ କେଜ୍ରିୱାଲ ସରକାର

ମୁଖ୍ୟମନ୍ତ୍ରୀ ହେବାର ଠିକ୍ 3 ବର୍ଷ ପରେ ଅର୍ଥାତ୍ 2018 ରେ କେଜ୍ରିୱାଲ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସବୁଠୁ ଖାସ କଥା ହେଲେ ଏହି ମିଟିଂ ଫେବୃୟାରୀ 14 ତାରିଖରେ ମଧ୍ୟ କରାଯାଇଥିଲା। ତେବେ ଏଥିରୁ ଗୋଟିଏ କଥା ସଫା ସଫା ଦିଶୁଛି ଯେ କେଜ୍ରିୱାଲଙ୍କ ପାଇଁ ଭାଲେନଣ୍ଟାଇନ ଡେ ବହୁତ୍ ଗୁରୁତ୍ବ ରଖୁଛି। ତେବେ ପ୍ରେମ ସପ୍ତାହର ଏହି ଗୋଲଡେନ ଡେ ରେ ଆପ ମୁଖିଆ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଥାନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.