ETV Bharat / bharat

କହ୍ନେୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା; ଅନୁମତି ଦେଲାନି ଆପ୍ - ଆମ ଆଦମୀ  ପାର୍ଟି

୨୦୧୬ ଫେବୃୟାରୀରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଥିତ ରୂପେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଫାଇଲ ଫଟୋ
author img

By

Published : Sep 6, 2019, 4:31 PM IST

ନୂଆଦିଲ୍ଲୀ: କହ୍ନେୟା କୁମାର ଓ ୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଚଳାଇବାକୁ ଦିଲ୍ଲୀ ପୋଲିସକୁ ଅନୁମତି ଦେବନାହିଁ ଆମ ଆଦମୀ ପାର୍ଟି (ଆପ) । ବର୍ଷ ୨୦୧୬ ଫେବୃୟାରୀରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଥିତ ରୂପେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗରେ କହ୍ନେୟା ଓ ୯ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜେଏନୟୁରେ କଥିତ ରୂପେ ଦେଶ ବିରୋଧୀ କାର୍ଯ୍ୟକ୍ରମକୁ ନେଇ ସାରାଦେଶରେ ହଙ୍ଗାମା ହୋଇଥିଲା । ଏହି ଘଟଣା ପରେ ଜେଏନୟୁ ଛାତ୍ର ସଂଘର ତତ୍କାଳୀନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ପୋଲିସ ଗିରଫ କରିଥିଲା ।

ମିଳିଥିବା ଖବର ଅନୁସାରେ, ଦିଲ୍ଲୀର ଗୃହମନ୍ତ୍ରୀ ସତ୍ରେନ୍ଦ୍ର ଜୈନ ଏହି ମାମଲାକୁ ନେଇ ନିଜର ରାୟ ଦେଇଛନ୍ତି । ସେ କହିଛନ୍ତି ଯେ, ପୋଲିସ ଯେଉଁ ସାକ୍ଷୀ ଉପସ୍ଥାପନ କରୁଛି, ଏହି ହିସାବରେ କହ୍ନେୟା ଓ ଅନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ପାରିବ ନାହିଁ ।

ଦେଶଦ୍ରୋହ କିମ୍ବା ଭାରତ ସରକାରଙ୍କ ବିରୋଧୀ ଭଳି ମାମଲା ମାନଙ୍କରେ କୋର୍ଟ ପୋଲିସର ଚାର୍ଜସିଟ ଉପରେ କାର୍ଯ୍ୟନୁଷ୍ଠାନ ନେଇ ସିଧାସଳଖ ଅନୁମତି ଦେଇପାରିବେ ନାହିଁ । ଏଥିପାଇଁ ସମ୍ବୋନ୍ଧିତ ରାଜ୍ୟର ଗୃହମନ୍ତ୍ରୀଙ୍କ ମଞ୍ଜୁରୀ ମଧ୍ୟ ଆବଶ୍ୟକ ହେଉଥିବାବେଳେ ଅନ୍ତିମ ନିଷ୍ପତି କୋର୍ଟଙ୍କ ଉପରେ ନିର୍ଭର କରେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.