ETV Bharat / bharat

ସରକାର ଗଠନ କରିବାକୁ ଉପରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲେ କେଜ୍ରିୱାଲ

author img

By

Published : Feb 12, 2020, 11:31 PM IST

ସରକାର ଗଠନ କରିବାକୁ ଆମ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ଏନେଇ ସେ ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

AAP Chief Arvind Kejriwal writes to LG Anil Baijal staking claim to form government
ସରକାର ଗଠନ କରିବାକୁ ଲେଫନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଦାବି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ସରକାର ଗଠନ କରିବାକୁ ଆମ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି ଜଣାଇଛନ୍ତି । ଏନେଇ ସେ ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କୁ ଚିଠି ଲେଖିଛନ୍ତି । ସେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବା ବେଳେ ନିଜ ଦଳର ସଂଖ୍ୟାଗରିଷ୍ଠତା ରହିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହା ସହ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ରଣବୀର ସିଂ ଲେଫନାଣ୍ଟ ଗଭର୍ଣ୍ଣରଙ୍କୁ ନବ ନିର୍ବାଚିତ ବିଧାୟକଙ୍କ ତାଲିକା ଥିବା ସାମ୍ବିଧାନିକ ପତ୍ର ପ୍ରଦାନ କରିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ 70ଟି ଆସନରୁ ଆପ 62ଟି ଆସନ ଅଳଙ୍କୃତ କରିଛି । ବିଜେପି ନିଜ ସମସ୍ତ ଉଦ୍ୟମ ସତ୍ତ୍ବେ ମାତ୍ର 8ଟି ଆସନ ଅକ୍ତିଆର କରିପାରିଛି । ଏହା ସହ ବିଜେପି ଦ୍ବିତୀୟ ବୃହତ ଦଳ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରିବ । ସେହିପରି କଂଗ୍ରେସ କୌଣସି ଗୋଟିଏ ଆସନରେ ଜିତି ପାରି ନାହିଁ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.