ମୁମ୍ବାଇ: ଭାରତ-ତୁର୍କୀ ତିକ୍ତତା ମଧ୍ୟରେ ବଲିଉଡ ଅଭିନେତା ଆମିର ଖାନ ଏବଂ ତୁର୍କୀର ପ୍ରଥମ ମହିଳାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆମିର ଖାନ ନିଜ ଫିଲ୍ମ ଲାଲ ସିଂହ ଚଡ୍ଡାର ଶୁଟିଂ ସମୟରେ ତୁର୍କୀ ପହଞ୍ଚିଥିଲେ । ଏହି ସମୟରେ ସେ ତୁର୍କୀର ପ୍ରଥମ ମହିଳାଙ୍କୁ ଭେଟିଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମିର ଖାନ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି । ଟ୍ବିଟରରେ #Amirkhan ଟ୍ରେଣ୍ଡ କରିବାରେ ଲାଗିଛି । ଏପରିକି ଟ୍ବିଟର ୟୁଜର୍ସର ଅଭିନେତାଙ୍କୁ ବୟକଟ କରିବାକୁ ଦାବି କରୁଛନ୍ତି ।
ଏହି ଫଟୋକୁ ସେୟାର କରି ଜଣେ ଟ୍ବିଟର ୟୁଜର୍ସର ଲେଖିଛନ୍ତି, ଆମିର ଖାନ ଭାରତରେ ସୁରକ୍ଷିତ ଅନୁଭବ କରୁନାହାନ୍ତି । ସେ ଭାରତ ବିରୋଧୀ ତୁର୍କୀରେ ସୁରକ୍ଷିତ ଅନୁଭବ କରୁଛନ୍ତି । ତାଙ୍କ ଫିଲ୍ମ ରିଲିଜ ସମୟରେ ଏହି ଫଟୋକୁ ମନେ ରଖନ୍ତୁ । ଆମ ଟଙ୍କାକୁ ଆମ ବିରୋଧରେ ବ୍ୟବହାର ହେବାକୁ ଦିଅନ୍ତୁ ନାହିଁ ବୋଲି ସେ ଲେଖିଛନ୍ତି ।
ସେହିପରି ଆଉ ଜଣେ ଟ୍ବିଟର ୟୁଜର୍ସ କହିଛନ୍ତି, ଆମିର ଖାନ ତୁର୍କୀର ପ୍ରଥମ ମହିଳାଙ୍କୁ ଭେଟିଛନ୍ତି । ତାଙ୍କ ପତ୍ନୀ କହୁଛନ୍ତି ସେ ଭାରତରେ ସୁରକ୍ଷିତ ନୁହନ୍ତି । ଦେଶରେ ମୁସଲମାନ ଖୁସୀ ନାହାନ୍ତି ବୋଲି ସେ କହୁଛନ୍ତି । ଆମିର ଖାନଙ୍କୁ ଲଜ୍ଜା ଅନୁଭବ କରିବା ଉଚିତ ବୋଲି ସେ କହିଛନ୍ତି ।
ତେବେ ଆମିର ଖାନଙ୍କୁ କେବଳ ସାଧାରଣ ଲୋକ ନୁହେଁ ବରଂ କିଛି ନେତା ଏବଂ ସେଲିବ୍ରିଟି ମଧ୍ୟ ତାଙ୍କୁ ଏନେଇ ସମାଲୋଚନା କରୁଛନ୍ତି । ଆମିର ଖାନଙ୍କ ଉପରେ ଏକ ବ୍ୟଙ୍ଗାତ୍ମକ ଆଭିମୁଖ୍ୟ ଗ୍ରହଣ କରି ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ କରି କହିଛନ୍ତି, ଆମୀର ଖାନଙ୍କୁ ଖାନ ମୁସ୍କେଟରଙ୍କ ମଧ୍ୟରେ ଶ୍ରେଣୀଭୁକ୍ତ କରି ମୁଁ ଭୁଲ ପ୍ରମାଣିତ ହୋଇନାହିଁ ।
-
So I have been proven right in classifying Aamir Khan as one of the 3 Khan Musketeers?
— Subramanian Swamy (@Swamy39) August 17, 2020 " class="align-text-top noRightClick twitterSection" data="
">So I have been proven right in classifying Aamir Khan as one of the 3 Khan Musketeers?
— Subramanian Swamy (@Swamy39) August 17, 2020So I have been proven right in classifying Aamir Khan as one of the 3 Khan Musketeers?
— Subramanian Swamy (@Swamy39) August 17, 2020
ସେହିପରି ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଟ୍ବିଟ କରି ଲେଖିଛନ୍ତି, ଆମିତ ଖାନ ଖଲିଫା ନେତାଙ୍କୁ ଭେଟିବା ଉଚିତ କି? ଆପଣ କ'ଣ ଭାବୁଛନ୍ତି? ତେବେ ଅଗ୍ନିହୋତ୍ରୀ ଅଭିନେତାଙ୍କ ନାମକୁ ଭୁଲ ଲେଖିଥିଲେ । କିନ୍ତୁ ଅମିତ ଖାନ ଲେଖିବାବେଳେ ସେ ଆମିର ଖାନଙ୍କୁ ସୂଚୀତ କରୁଥିଲେ ।
-
Should Amit Khan have met the caliphate leader? What do you think? https://t.co/fVfWdGqZ9q
— Vivek Ranjan Agnihotri (@vivekagnihotri) August 17, 2020 " class="align-text-top noRightClick twitterSection" data="
">Should Amit Khan have met the caliphate leader? What do you think? https://t.co/fVfWdGqZ9q
— Vivek Ranjan Agnihotri (@vivekagnihotri) August 17, 2020Should Amit Khan have met the caliphate leader? What do you think? https://t.co/fVfWdGqZ9q
— Vivek Ranjan Agnihotri (@vivekagnihotri) August 17, 2020
ତୁର୍କୀ ପାକିସ୍ତାନ ସହିତ ବନ୍ଧୁତ୍ବ ସ୍ଥାପନ କରିଥିବା ଯୋଗୁଁ ବଲିଉଡ ଅଭିନେତାଙ୍କୁ ଟାର୍ଗେଟ କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସର ।