ଗାନ୍ଧୀନଗର: କୋରୋନା ସଂକ୍ରମଣ ବ୍ୟାପିବାରୁ ରୋକିବାକୁ ଦୃଷ୍ଟିରେ ରଖି ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏପରି ସ୍ଥଳେ କେହି କେହି ଏହି ନିୟମକୁ ମାନୁଥିବାବେଳେ ଅନେକ ନିୟମ ଉଲଙ୍ଘନ କରି ପୋଲିସର ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳିଛି । ହେଲେ ଗୁଜୁରାଟରେ ଜଣେ ଯୁବକ ମାସ୍କ ନପିନ୍ଧି ବାହାରେ ବୁଲୁଥିବା ସମୟରେ ଅତି ନିର୍ମମ ଭାବରେ ପୋଲିସ କର୍ମଚାରୀ ଜଣଙ୍କ ଉକ୍ତ କର୍ମଚାରୀଙ୍କୁ ବାଡେଇଛନ୍ତି । ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ମହମ୍ମଦ ଜୁନିଦ ନାମକ ଜଣେ ଯୁବକ ଜାମଲପୁର ଅଞ୍ଚଳରେ ସ୍କୁଟିରେ ଯିବା ସମୟରେ ମାସ୍କ ପିନ୍ଧିନଥିଲେ । ଏହି ସମୟରେ ଜଣେ ପୋଲିସ ଅଧିକାରୀ ତାଙ୍କୁ ମାସ୍କ ପିନ୍ଧିନଥିବା ହେତୁ ଚାପୁଡା ମାରିଥିଲେ । ଧିରେ ଧିରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହେବା ପରେ ପୋଲିସ କର୍ମଚାରୀ ଜଣଙ୍କ ଯୁବକଙ୍କୁ ଅତି ନିର୍ମମ ଭାବରେ ମାଡ ମାରିଚାଲିଥିଲେ । ଫଳରେ ଯୁବକ ଜଣଙ୍କର ମୁହଁ ଫାଟି ଯାଇ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରିକି ତାଙ୍କର ସର୍ଜରୀ କରାଯିବ ବୋଲି ଜଣାପଡିଛି । ସେପଟେ ଏନେଇ ଘଟଣା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ବ୍ୟୁରୋ ରପୋର୍ଟ, ଇଟିଭି ଭାରତ