ETV Bharat / bharat

ଲକଡାଉନ ଯନ୍ତ୍ରଣା:ମାଆକୁ କହୁଥିଲା ମିଳିବନି ଦରମା, , ଡିପ୍ରେସନରେ ଯୁବକର ଆତ୍ମହତ୍ୟା - ଲକଡାଉନ ଯନ୍ତ୍ରଣା

କଲବଲ କରୁଛି କୋରୋନା । ଅସହ୍ୟ କରୁଛି ଲକଡାଉନ ବୃଦ୍ଧି । ରୋଜଗାର ବାଟ ବନ୍ଦ ହୋଇପଡିବାରେ ଶେଷ ଜୀବନ ହାରିଲେ 20 ବର୍ଷୀୟ ଯୁବକ । ଅଧିକ ପଢନ୍ତୁ...

ଲକଡାଉନ ଯନ୍ତ୍ରଣା:ମାଆକୁ କହୁଥିଲା ମିଳିବ ଦରମା, ଡିପ୍ରେସନରେ ଯୁବକର ଆତ୍ମହତ୍ୟା

author img

By

Published : May 3, 2020, 11:49 AM IST

ଲକ୍ଷ୍ନୌ: ଲକଡାଉନର କରୁଣ କାହାଣୀ । ଚାକିରି ସହ ରୋଜଗାର ଗଲା । ସେପଟେ ସରକାର ବଢାଇ ଚାଲିଛନ୍ତି ଲକଡାଉନ । ଫଳରେ ଦିନକୁ ଜୀବନ ଜୀଇଁବା ଅସମ୍ଭାଳ ହୋଇପଡିବାରୁ ଶେଷରେ ଜୀବନ ହାରିଲେ ଜଣେ 20 ବର୍ଷୀୟ ଯୁବକ । ଉତ୍ତରପ୍ରଦେଶର ଆଲିଗଡର ମହମ୍ମଦ ହେଦର । ଭୋକର ଭୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେ ଏକ ମାଂସ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମା ପୁଅ ଏକାଠି ରହୁଥିଲେ । ସେଥିରୁ ଯାହା ଆସୁଥିଲେ ସେଥିରେ ମା ପୁଅଙ୍କ ତେଲଲୁଣର ସଂସାର ଚଳିଯାଉଥିଲା । ହେଦରଙ୍କ ଭଉଣୀମାନେ ବିବାହ କରିସାରିଛନ୍ତି । ମହାମାରୀ କୋରୋନାକୁ ପ୍ରତିହତ କରିବାକୁ ସରକାରଙ୍କ ଲକଡାଉନ ଯୋଗୁଁ ବନ୍ଦ ପଡିଛି ଫ୍ୟାକ୍ଟ୍ରି । କାମ ଧନ୍ଦା ନଥିରୁ ରୋଜଗାରର ବି ବାଟ ବନ୍ଦ ହୋଇପଡିଛି । ଯାହାକୁ ଦିନକୁ ଦିନ ହେଦର ଚିନ୍ତାଗ୍ରସ୍ତ ହୋଇପଡିବା ସହ ହେଦର ମାଆକୁ କହୁଥିଲେ ଏବେ ଆଉ ପଇସା ମିଳିବ ନାହିଁ । ଯାହାକୁ ନେଇ ସେ ଦିନକୁ ଦିନ ଭାଙ୍ଗି ପଡିଥିଲେ । ଆଗାମୀ ଦିନଗୁଡିକ ବିତିବ । କିଛି ବାଟ ବୁଦ୍ଧି ନ ଦିଶିବାରୁ ସେ ପବିତ୍ର ରମଜାନ ମାସରେ ଆତ୍ମହତ୍ୟା କରିଛନ୍ତି । ସେପଟେ ଗୋଟିଏ ମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛି ମାଆ ।

ସେପଟେ, ଘଟଣାସ୍ଥଳରେ ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହ ଏର ମାମଲା ରୁଜୁ କରୁଛନ୍ତି । ଲକଡାଉନ ପାଇଁ ଦେଶରେ ହଜାର ହଜାର ହେଦର ଏବେ ରୋଜଗାର ଶୂନ୍ୟ ହୋଇପଡିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.