ETV Bharat / bharat

ଲିଙ୍ଗ ଜାଣିବା ପାଇଁ ଗର୍ଭବତୀ ପତ୍ନୀଙ୍କ ପେଟ ଚିରିଲା ସ୍ବାମୀ, ଜନ୍ମ ହେଲା ମୃତ ପୁତ୍ର ସନ୍ତାନ

author img

By

Published : Sep 22, 2020, 4:36 PM IST

ଉତ୍ତରପ୍ରଦେଶର ବଦାଉଁ ଜିଲ୍ଲା ଅନ୍ତର୍ଗତ ନେରପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଜଣେ ପାଞ୍ଚ ଝିଅର ବାପା ପନ୍ନାଲାଲ ସ୍ତ୍ରୀ ପେଟରେ ପୁଅ ଅଛି ନା ଝିଅ, ତାହା ଜାଣିବା ପାଇଁ ସ୍ତ୍ରୀର ତଳି ପେଟ ଚିରିଦେଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶିଶୁର ଲିଙ୍ଗ ଜାଣିବାକୁ 7 ମାସ ଗର୍ଭବତୀ ସ୍ତ୍ରୀର ପେଟ ଚିରିଲା ସ୍ବାମୀ

ଲକ୍ଷ୍ନୌ: ସ୍ତ୍ରୀ ପେଟରେ ପୁଅ ଅଛି ନା ଝିଅ, ତାହା ଜାଣିବା ପାଇଁ ସ୍ତ୍ରୀର ତଳି ପେଟ ଚିରିଦେଲା ସ୍ବାମୀ । ଉତ୍ତର ପ୍ରଦେଶର ବଦାଉଁ ଜିଲ୍ଲା ଅନ୍ତର୍ଗତ ନେରପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଜଣେ ପାଞ୍ଚ ଝିଅର ବାପା ପନ୍ନାଲାଲ ନିଜ ଆସନ୍ନ ପ୍ରସବା ପତ୍ନୀଙ୍କର ପେଟ ଚିରିବା ଘଟଣା ଆଲୋଡନ ଆଣିଛି ।

ପୋଲିସ ସୂଚନା ଅନୁସାରେ, ପନ୍ନାଲାଲଙ୍କୁ ସବୁବେଳେ ଗୋଟେ ପୁତ୍ର ସନ୍ତାନର ଆବଶ୍ୟକତା ଥିଲା । କିନ୍ତୁ ପ୍ରତିଥର ତାଙ୍କର କନ୍ୟା ସନ୍ତାନ ଜନ୍ମ ହେଉଥିଲା ଏବଂ ଏଥିପାଇଁ ସେ ପତ୍ନୀଙ୍କୁ ଦୋଷ ଦେଇ ଆସୁଥିଲେ । ଏଥର ତାଙ୍କ ପତ୍ନୀ ପୁଣି ଗର୍ଭବତୀ ହେଲେ ଏବଂ 7 ମାସ ବେଳକୁ ପୁତ୍ରସନ୍ତାନ ଜନ୍ମଦେବେ କି ନାହିଁ ତାହା ଜାଣିବା ପାଇଁ ପନ୍ନାଲାଲ ଏପରି ଜଘନ୍ୟ କାଣ୍ଡ ଘଟାଇଥିଲା । ପନ୍ନାଲାଲଙ୍କୁ ଷଷ୍ଠ ସନ୍ତାନଟି ମଧ୍ୟ କନ୍ୟା ହେବା ଆଶଙ୍କାରେ ସେ ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା ପାଇଁ ଧାରୁଆ ଅସ୍ତ୍ର ସାହାଯ୍ୟରେ ନୃଶଂସ ଭାବେ ପତ୍ନୀଙ୍କର ତଳିପେଟକୁ କାଟି ଚିରିଦେଲା ।

ଗର୍ଭବତୀଙ୍କର ଚିତ୍କାର ଶୁଣି ପଡିଶା ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବରେଲି ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ମହିଳାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଛି । ତେବେ ଏଠାରେ ଦୁଃଖର ବିଷୟ ଯେ ସ୍ତ୍ରୀ ପେଟରେ ଥିବା ଛୁଆଟି ପୁଅ ଥିଲା ଏବଂ ସେ ମୃତ ଅବସ୍ଥାରେ ଜନ୍ମନେଲା । ସେପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଅଭିଯୁକ୍ତ ପନ୍ନାଲାଲଙ୍କୁ ଗିରଫ କରାଯାଇଛି । ପନ୍ନାଲାଲଙ୍କର ଗୋଟିଏ ସଉଦା ଦୋକାନ ରହିଛି । ପତ୍ନୀ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ଏବଂ ଅନ୍ୟପଟେ ପନ୍ନାଲାଲ ଜେଲରେ । 5 ଝିଅ କିପରି ଚଳିବେ ସେ ନେଇ ସ୍ଥାନୀୟ ଲୋକେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।

ପନ୍ନାଲାଲର ପୁଅର ସପ୍ନ ତ ପୂରଣ ହେଲା, କିନ୍ତୁ ଉପଭୋଗ କରିପାରିଲା ନାହିଁ । ନିଜ କର୍ମ ପାଇଁ ପୁଅର ମୃତ୍ୟୁ ଘଟିଲା ଏବଂ ସେ ଜେଲ ଯିବା ସହ ପତ୍ନୀ ଓ 5 ଝିଅଙ୍କୁ ବେସୋହାରା କରି ଦେଇଗଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.