ETV Bharat / bharat

ବନ୍ଧୁକ ସହ ସେଲଫି ନେଇ ମହିଳା ଗୁରୁତର

ବନ୍ଧୁକ ଧରି ସେଲଫି ହେଲା କାଳ । ଅସାବଧାନତା ଯୋଗୁଁ ଗୁଳି ଫୁଟି ମହିଳା ଗୁରୁତର ।

author img

By

Published : Jul 10, 2019, 11:15 PM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ସେଲଫି ମାୟାରେ ପୁରା ସଂସାର ବାୟା । ସମସ୍ତଙ୍କୁ ଘାରିଛି ସେଲଫି ନିଶା । ହେଲେ ସେଲଫି ନେବା ସମୟରେ ଘଟୁଛି ଅନେକ ଦୁର୍ଘଟଣା । ସେହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା ଥାନା ଅନ୍ତର୍ଗତ ଦୁର୍ଗା ନଗରରେ ।

ଏକ ଲାଇସେନ୍ସ ବନ୍ଧୁକ ଧରି ଫଟୋ ସୁଟ କରୁଥିବା ସମୟରେ ଗୁଳି ଫୁଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁଳି ତାଙ୍କ ଛାତିରେ ଫୁଟିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାମୂତାବକ, ଗୁଳି ବାଜିଥିବା ମହିଳା ଜଣଙ୍କ ହେଲେ ଜାହ୍ନବୀ ସିଂହ । ସେ ତାଙ୍କ ସ୍ବାମୀ ବିଶ୍ବଜିତ ସିଂହଙ୍କ ସହ ଦୁର୍ଗାନଗଗରେ ବାସ କରନ୍ତି । ତାଙ୍କ ଶ୍ବଶୁର ଜଣେ ଆର୍ମି ଅଫିସର ହୋଇଥିବା ବେଳେ, ବୁଧବାର ସକାଳୁ ଜାହ୍ନବୀ ତାଙ୍କ ଶ୍ବଶୁରଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ସେଲଫି ନେଉଥିଲେ । ହେଲେ ଭୁଲବଶତଃ ବନ୍ଧୁକରୁ ଗୁଳି ଫୁଟି ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Intro:ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ବେପାରିକୁ ଗିରଫ କରିଛି ଅବକାରୀ ବିଭାଗ।
Body:କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଏହି ଜବତ ହୋଇଥିଲା। ସୋର ଥାନା ଅଡଙ୍ଗ ବଜାର ଅଞ୍ଚଳର ସେକ ରିଆଜୁଦ୍ଦିନ ଫୁଲବାଣୀ ଅଞ୍ଚଳରୁ 80 କେଜି ଗଞ୍ଜେଇ ନେଇ ଆସୁସଲା। ଏହି ଖବର ଅବକାରୀ ବିଭାଗ ପାଖରେ ପହଞ୍ଚିବାରୁ ସୋର ବସ ଷ୍ଟାଣ୍ଡ ପାଖରୁ ରିଆଯୁଦ୍ଦିନଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 6ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.