ETV Bharat / bharat

ତରଭୁଜ ପାଇଁ ମହାଯୁଦ୍ଧ: ମରିଥିଲେ ହଜାରେ ସୈନିକ

ପ୍ରଥମତଃ ଯୁଦ୍ଧର କାରଣ ଏକ ଫଳ । ପୁଣି ଏଥିରେ ହଜାର ହଜାର ସୈନିକ ବି ମରିଛନ୍ତି । ଆଉ ଏହି ଯୁଦ୍ଧ ମହାଯୁଦ୍ଧ ନାମରେ ଇତିହାସରେ ଖ୍ୟାତ । ଅଧିକ ପଢନ୍ତୁ...

ତରଭୁଜ ପାଇଁ ମହାଯୁଦ୍ଧ: ମରିଥିଲେ ହଜାରେ ସୈନିକ
ତରଭୁଜ ପାଇଁ ମହାଯୁଦ୍ଧ: ମରିଥିଲେ ହଜାରେ ସୈନିକ
author img

By

Published : Jun 6, 2020, 8:18 PM IST

ହାଇଦ୍ରାବାଦ: ଇତିହାସରେ ଆମେ ଅନେକ ବଡ ବଡ ଯୁଦ୍ଧ ବିଷୟରେ ପଢିଛୁ । ମହାନ ବୀର ଯୋଦ୍ଧାଙ୍କ ଗାଥା ଜାଣିଛୁ । ଯୁଦ୍ଧର କାରଣ ଅର୍ଥ, ସାମ୍ରାଜ୍ୟ, କ୍ଷମତା ବୋଲି ଶୁଣିଛୁ ।

କିନ୍ତୁ ଏପରି ଏକ ଯୁଦ୍ଧ ଯାହା ବିଷୟରେ ନା କେବେ ଚର୍ଚ୍ଚା ହୋଇଛି ନା କେହି ମହାନ ବୀର ଏଥିରେ ଲଢିଛନ୍ତି । ତଥାପି ଏହା ଏକ ମହାଯୁଦ୍ଧ ଏବଂ ଏଥିରେ ହଜାର ହଜାର ସୈନିକ ମରିଛନ୍ତି । ପୁଣି ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନିଶ୍ଚୟ ହେବେ । କାହିଁକିନା ଏହି ଯୁଦ୍ଧ ପଛର କାରଣ ଗୋଟିଏ ଫଳ ଥିଲା । ଆଉ ତାହା ହେଲା ତରଭୁଜ ।

ଆଜ୍ଞା ହଁ ନିଶ୍ଚିତ ଏହି ଖବର ଶୁଣିଲା ପରେ ଆପଣ ହସିବେ ନା ଆଶ୍ଚର୍ଯ୍ୟ ହେବେ ସ୍ଥିର କରିପାରୁନଥିବେ । କାରଣ ପ୍ରଥମତଃ ଯୁଦ୍ଧର କାରଣ ଏକ ଫଳ । ପୁଣି ଏଥିରେ ହଜାର ହଜାର ସୈନିକ ବି ମରିଛନ୍ତି । ପ୍ରକୃତରେ ଏହା କିନ୍ତୁ ସତ । ଆଉ ଏହି ଯୁଦ୍ଧ ମହାଯୁଦ୍ଧ ନାମରେ ଇତିହାସରେ ଖ୍ୟାତ । ଆଜକୁ ପ୍ରାୟ 375 ବର୍ଷ ପୂର୍ବେ ହୋଇଥିବା ଏହି ଯୁଦ୍ଧ ବିଶ୍ବର ଏକମାତ୍ର ଲଢେଇ ଯାହା ଗୋଟିଏ ଫଳ ପାଇଁ ଅନୁଷ୍ଠିତ ହୋଇଥିଲା । ଏହା ରାଜସ୍ଥାନରେ ହୋଇଥିବାରୁ ଏହାର ନାମ ମତିରେ କି ରାଡ ବୋଲି ଜଣାଯାଏ । ରାଜସ୍ଥାନରେ ତରଭୁଜକୁ ମତିରେ ଏବଂ ଯୁଦ୍ଧକୁ ରାଡ ବୋଲି କୁହାଯାଏ ।

ଖ୍ରୀଷ୍ଟାବ୍ଦ 1644ରେ ତରଭୁଜ ଯୁଦ୍ଧ ହୋଇଥିଲା । ସେ ସମୟରେ ବିକାନେରର ସିଲବା ଗାଁ ଏବଂ ନାଗୌରର ଜାଖଣିଆଁ ଗାଁ ପରସ୍ପରର ଶତ୍ରୁ ଥିଲେ । ଉଭୟ ରାଜ୍ୟର ସୀମାରେ ଏହି 2ଟି ଗାଁ ଥିଲା । ତେବେ ବିକାନେର ସୀମାରେ ଏକ ତରଭୁଜ ଗଛ ଉଠିଥିଲା । ହେଲେ ଏହାର ଏକ ଫଳ ନାଗୌର ସୀମାରେ ପଡିଥିଲା । ଯାହାକୁ ନେଇ ଦେଖାଦେଇଥିଲା ସମସ୍ୟା । ନିଜ ସୀମା ଭିତରେ ଗଛ ଉଠିଥିବାରୁ ଫଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଥିଲେ ବିକାନେରବାସୀ । ହେଲେ ଫଳ ତାଙ୍କ ସୀମାରେ ପଡିଥିବାରୁ ଏହାକୁ ନେବା ପାଇଁ ଜିଦ୍ ଧରିଥିଲେ ନାଗୌର ଲୋକ । ଫଳରେ ଉଭୟ ପଟ ମଧ୍ୟରେ କଳିଝଗଡା ହୋଇଥିଲା । ଆଉ ଏହା ବୁଣିଥିଲା ମହାଯୁଦ୍ଧର ମଞ୍ଜି ।

କୁହାଯାଏ ଏହି ଲଢେଇରେ ବିକାନେର ସେନାର ନେତୃତ୍ବ ରାମଚନ୍ଦ୍ର ମୁଖିଆ ନେଇଥିଲେ । ଯେବେକି ନାଗୌରର ମଙ୍ଗ ଧରିଥିଲେ ସିଙ୍ଘଭୀ ସୁଖମଲ । ତେବେ ଉଭୟ ରାଜ୍ୟର ରାଜାଙ୍କୁ ଏହା ସମ୍ବନ୍ଧରେ କିଛି ଖବର ନଥିଲା । କାରଣ ସେମାନେ ନିଜ କାମରେ ବ୍ୟସ୍ତ ଥିଲେ । ହେଲେ ସୀମାରେ ଥିବା ଏହି 2 ଗ୍ରାମବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଭୟଙ୍କର ଯୁଦ୍ଧ । ଉଭୟ ରାଜ୍ୟ ମୋଗଲ ସାମ୍ରାଜ୍ୟ ଅଧୀନରେ ଥିଲେ । ଖବର ପାଇ ମୋଗଲ ଶାସକ ଏଥିରେ ହସ୍ତକ୍ଷେପ କରିବା ପୂର୍ବରୁ ଯୁଦ୍ଧ ସରିଯାଇଥିଲା । ଶେଷରେ ବିକାନେର ଲୋକଙ୍କ ଏଥିରେ ବିଜୟ ହୋଇଥିଲା । କିନ୍ତୁ ଉଭୟ ପକ୍ଷର ପ୍ରାୟ ହଜାରରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିଲା ବୋଲି ଖବର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.