ETV Bharat / bharat

ବର୍ଷା ଜଳ ସଂରକ୍ଷଣ ଆଗରେ ଜସକଣ୍ଡି - RAINWATER HARVESTING

ଜଳ ସମସ୍ୟାକୁ ନେଇ ପୁରା ବିଶ୍ବ ଚିନ୍ତାରେ ପଡ଼ିଥିବା ବେଳେ ଜସକଣ୍ଡି ଗ୍ରାମ ଏହାର ସରଳ ଉପାୟ କରିପାରିଛି । ସରଳ ଉପାୟରେ ଏହି ଗ୍ରାମର ବାସିନ୍ଦା ଲକ୍ଷାଧିକ ଲିଟର ବର୍ଷା ଜଳ ସଂରକ୍ଷଣ କରିପାରିବାରେ ସମର୍ଥ ହୋଇ ପାରିଛନ୍ତି । କେବଳ ସଂରକ୍ଷଣ କରିନାହାନ୍ତି, ମାଟିତଳ ଜଳସ୍ତରକୁ ମଧ୍ୟ ଊର୍ଦ୍ଧ୍ବଗାମୀ କରିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 21, 2019, 2:38 PM IST

ରାଞ୍ଚି: ଜଳ ସମସ୍ୟା ବର୍ତ୍ତମାନ ସମଗ୍ର ବିଶ୍ବରେ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ସେପଟେ ଭାରତରେ ମଧ୍ୟ ଏହି ସମସ୍ୟା ଗୁରୁତର ରୂପ ନେଇଛି । ଦକ୍ଷିଣ ଭାରତରେ ଏହି ପିଇବା ପାଣି ଅଧିକାଂଶ ସମୟରେ ମିଳୁନଥିବା ଦେଖିବାକୁ ମିଳିଛି । ଏହାର ସମାଧାନ ନେଇ ଅନ୍ତର୍ଜାତୀୟ ସଙ୍ଗଠନ ଚିନ୍ତା ପ୍ରକଟ ମଧ୍ୟ କରିଛି । ସେପଟେ କିନ୍ତୁ ଝାଡ଼ଖଣ୍ଡର ଜସକଣ୍ଡି ବାସିନ୍ଦା ଜଳ ସଂରକ୍ଷଣକୁ ନେଇ ଏକ ନିଆରା ଉପାୟ ବାହାର କରିଛନ୍ତି । ଯାହା କେହି ମଧ୍ୟ ଚିନ୍ତା କରିପାରିନାହାନ୍ତି ।

ବଦଳିଛି ଗ୍ରାମର ଦୃଶ୍ୟ
ଜାମସେଦପୁର ଠାରୁ ମାତ୍ର 20 କିମି ଦୂରରେ ରହିଛି ଜସକଣ୍ଡି ଗ୍ରାମ । ଦିନେ ଏହି ଗ୍ରାମର ବାସିନ୍ଦା ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିଲେ । ମାଟି ତଳେ ଜଳସ୍ତର ଏତେ ମାତ୍ରାରେ ଖସି ଯାଇଥିଲା ଯେ, ନଳକୂପ ସହିତ ଅନ୍ୟାନ୍ୟ ଜଳ ଉତ୍ସ ଗୁଡ଼ିକ ଖାଲି ପଡ଼ିଥିଲା । ଏହାସହିତ ନଳକୂପ ଗୁଡ଼ିକ ଖରାପ ମଧ୍ୟ ହେବାକୁ ଲାଗିଥିଲା । ଏହି ସମସ୍ୟା ଗ୍ରାମବାସୀଙ୍କ ଚିନ୍ତାକୁ ବଢାଇଥିଲା । ଅଭାବ ହିଁ ଉଦ୍ଭାବନର ବାଟ ଦେଖାଇବା ନ୍ୟାୟରେ ଗ୍ରାମବାସୀ ସ୍ବଳ୍ପ ଖର୍ଚ୍ଚ ଓ କମ ପରିଶ୍ରମରେ ବର୍ଷା ଜଳକୁ ସଂରକ୍ଷଣ କରିବାର ଉପାୟ ବାହାର କରିଥିଲେ।

ଅଧିକ ପଢନ୍ତୁ: ଅଦ୍ଭୂତ ବିଦ୍ୟାଳୟ: କାନ୍ଥରେ ମହାପୁରୁଷଙ୍କ ବାଣୀ ବଦଳରେ ରହିଛି ସତର୍କ ସୂଚନା

ଅଭିନବ ଉପାୟରେ ସଂରକ୍ଷଣ
ଗ୍ରାମବାସୀ ବର୍ଷା ଜଳକୁ ସଂରକ୍ଷଣ କରିବା ଓ ମାଟିତଳକୁ ଛାଡ଼ିବା ପାଇଁ ଅଭିନବ ଉପାୟ ବାହାର କରିଥିଲେ । ନିଜ ଖର୍ଚ୍ଚରେ ସେମାନେ ନିଜ ଘର ଛାତ ସହିତ ପାଇପକୁ ସଂଯୋଗ କରିଛନ୍ତି । ବର୍ଷା ଜଳ ଉକ୍ତ ପାଇପ ସହାୟତାରେ କୁଅ, ଖାଲି ପଡ଼ିଥିବା ବିଭିନ୍ନ ଜଳ ଉତ୍ସ କିମ୍ବା ଛୋଟ ଛୋଟ ଗାତ କରି ସେଥିରେ ଛାଡ଼ୁଥିବାର ଦେଖିବାକୁ ମିଳିଛି । ଏହା ଫଳରେ ବର୍ଷାଜଳକୁ ସହଜରେ ସଞ୍ଚୟ କରିପାରୁଛନ୍ତି । ଫଳରେ ଦିନେ ଏଠାରେ ପାଣି ପାଇଁ ଦେଖା ଦେଇଥିବା ପାଣି ସମସ୍ୟାର ଆଜି ସରଳ ଭାବେ ସମାଧାନ ହୋଇପାରିଛି । ମାଟିତଳେ ଜଳସ୍ତର ଧିରେ ଧିରେ ବଢୁଛି । ଆଉ ଖରାଦିନେ ଜଳ ସମସ୍ୟା ଦେଖା ଦେଉନଥିବା ଗ୍ରାମବାସୀ ମଧ୍ୟ କହିଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପଡୋଶୀ ଗ୍ରାମ ମଧ୍ୟ ଭୋଗୁଛନ୍ତି ଜଳ ସମସ୍ୟା
ଏବେ ମଧ୍ୟ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଏହି ଜଳ ସମସ୍ୟା ଭୋଗୁଥିବା ଜଣାପଡ଼ିଛି । ଜସକଣ୍ଡି ଗ୍ରାମର ନିକଟବର୍ତ୍ତି ଗୋବିନ୍ଦପୁର, ଜୁଗସଲାଇ, ବାଗବେଡ଼ା, ମାନଗୋ ଏବେ ମଧ୍ୟ ଜଳ ସମସ୍ୟା ଭୋଗୁଛନ୍ତି । ଖରାଦିନ ଆରମ୍ଭରୁ ହିଁ ଏହି ସମସ୍ୟା ଦେଖାଦିଏ । ଏଠାରେ ମାଟି ତଳ ଜଳସ୍ତର 4 ଶହରୁ 5 ଶହ ଫୁଟ ତଳେ ରହିଛି । ଖରାଦିନ ଆରମ୍ଭରୁ ନଳକୂପ, କୂଅ ଓ ଅନ୍ୟାନ୍ୟ ଜଳଉତ୍ସ ଶୁଖି ଯାଏ । କିନ୍ତୁ ଜସକଣ୍ଡି ଗ୍ରାମବାସୀ ଆଉ ଏବେ ଜଳ ସମସ୍ୟାର ସମ୍ମୁଖିନ ହେଉନଥିବା ଗ୍ରାମବାସୀ କହିଛନ୍ତି ।

ଗ୍ରାମବାସୀଙ୍କ ଏହି ପ୍ରୟାସ ଫଳରେ ଯେ କେବଳ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରିଛି, ତାହା ନୁହେଁ । ବରଂ ଲକ୍ଷାଧିକ ଲିଟର ଜଳ ନଷ୍ଟ ହେବାରୁ ମଧ୍ୟ ରକ୍ଷା କରାଯାଇପାରୁଛି । ତେବେ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ସରକାର ଓ ସାଧାରଣରେ ଢେର ସମର୍ଥନ ଓ ପ୍ରଶଂସା ମିଳିଥିବା ଜଣାପଡ଼ିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.