ETV Bharat / bharat

ମଣିଷ ପରେ ବାଘ ଦେହରେ କୋରୋନା - tiger test corona positive

ପ୍ରଥମ ଥର ପାଇଁ ପଶୁ ଦେହରେ କୋରୋନା ସଂକ୍ରଣ ଦେଖାଦେଇଛି । ନ୍ୟୁୟର୍କର ବ୍ରୋଂକ୍ସ ଚିଡିଆଖାନାରେ ଥିବା ଏକ ବାଘୁଣୀ ନାଦିଆ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ଏହା କିପରି ହେଲା ଏନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଚିଡିଆଖାନାର କୌଣସି ସଂକ୍ରମିତ ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶରେ ଆସି ଏପରି ହୋଇଥିବା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

ମଣିଷ ପରେ ବାଘ ଦେହରେ କୋରୋନା
ମଣିଷ ପରେ ବାଘ ଦେହରେ କୋରୋନା
author img

By

Published : Apr 6, 2020, 9:09 AM IST

ୱାସିଂଟନ: ମହାମାରୀ କୋରୋନା ଭାଇରସ ମାନବ ଜଗତକୁ କଲବଲ କରିବା ପରେ ଏବେ ପଶୁଙ୍କ ଦେହରେ ଦେଖିବାକୁ ମିଳିଛି । ନ୍ୟୁୟର୍କର ବ୍ରୋଂକ୍ସ ଚିଡିଆଖାନର ଏକ ବାଘ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରଥମ ଥର ପାଇଁ କୌଣସି ପଶୁ ଦେହରେ ଏହା ଚିହ୍ନଟ ହୋଇଥିବା କହିଛି ଆମେରିକା କୃଷି ବିଭାଗର ପ୍ରାଣୀ ଚିକିତ୍ସା ସେବା ଲାବରୋଟୋରୀ ବିଭାଗ ।

ତେବେ ବ୍ରୋଂକ୍ସ ଚିଡିଆଖାନାର ଏକ ରିପୋର୍ଟ ଅନୁଯାୟୀ, 4 ବର୍ଷର ମାଲାୟନ ବାଘୁଣୀ 'ନାଦିଆ' କୋରୋନା ଆକ୍ରାନ୍ତ ହୋଇଛି । ଚିଡିଆଖାନରେ କାମ କରୁଥିବା କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଏପରି ହୋଇଥିବା ଜଣାପଡିଛି । ବାଘୁଣୀର ରକ୍ଷଣାବେକ୍ଷଣ ଦାୟିତ୍ବରେ ଯେଉଁ କର୍ମଚାରୀମାନେ ନିୟୋଜିତ ଥିଲେ ସେମାନଙ୍କ ମଧ୍ୟରୁ କେହି ଜଣେ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବେ ସେଥିପାଇଁ ବାଘୁଣୀ ସଂସ୍ପର୍ଶରେ ଆସି ଏପରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଚିଡିଆଖାନା କର୍ତ୍ତୃପକ୍ଷ । କିନ୍ତୁ ଏପର୍ଯ୍ୟନ୍ତ ଚିଡିଆଖାନା କର୍ମଚାରୀଙ୍କ ମଧ୍ୟରୁ କାହା ଦେହରେ ବି କୋରୋନାର ଲକ୍ଷଣ ଦେଖାଯାଇନାହିଁ ।

ମାର୍ଚ୍ଚ 16 ରୁ ଚିଡିଆଖାନାକୁ ବନ୍ଦ କରିଦିଆଯାଇଛି । ଚିଡିଆଖାନାରେ ଥିବା ଅନ୍ୟ 6 ବାଘ ଓ ସିଂହ ମଧ୍ୟ ଶ୍ବାସକ୍ରିୟାରେ ଅସୁସ୍ଥ ଅନୁଭବ କରୁଛନ୍ତି । ମାର୍ଚ୍ଚ 27 ରୁ ଏମାନଙ୍କ ଦେହରେ ଲକ୍ଷଣ ଦେଖାଦେଇଛି । ଏବଂ ଖୁବଶୀଘ୍ର ସେମାନେ ସୁସ୍ଥ ହୋଇଯିବେ ବୋଲି ଚିଡିଆଖାନା କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।

ଏହି ସମୟରେ କୌଣସି ପ୍ରମାଣ ନାହିଁ ଯେ ପ୍ରାଣୀମାନଙ୍କ ଦେହରୁ ଏହି ଜୀବାଣୁ ଲୋକଙ୍କୁ ବିସ୍ତାର ହୋଇପାରେ। ସେମାନେ ଆମେରିକାରେ ସଂକ୍ରମଣର ଉତ୍ସ ହୋଇପାରନ୍ତି ବୋଲି ଡକ୍ଟର ଜେନ ରୁନି, ପ୍ରାଣୀ ଚିକିତ୍ସକ ତଥା USDAର ଅଧିକାରୀ ଏକ ସାକ୍ଷାତକାରରେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.