ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଏକ 3 ମହଲା କୋଠା ଭୁଶୁଡି ପଡିଛି । କିଛି ଲୋକ ଭାଙ୍ଗି ଯାଇଥିବା କୋଠା ତଳେ ଦବି ରହିଥିବାର ଆଶଙ୍କା କରାଯାଉଛି । ଏନେଇ ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ପୂର୍ବରୁ କିଛି ଦିନ ତଳେ ଦିଲ୍ଲୀର ସୀଲମପୁର ଅଞ୍ଚଳରେ ଏକ 4 ମହଲା କୋଠା ଭୁଶୁଡି ପଡିଥିଲା । ଏ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଦିଲ୍ଲୀରେ ନିର୍ମାଣାଧୀନ କୋଠା ଭୁଷୁଡିବା ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ 5 ଲକ୍ଷ ଟଙ୍କାର ସହାୟତା ଅର୍ଥ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର।