ଅମରାବତୀ: ଆନ୍ଧ୍ରପ୍ରଦେଶର ଭେଲାଗାୱାଡା ଗାଁର ଲୋକେ ଅନ୍ୟମାନଙ୍କ ପାଇଁ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀ ତଥା ସାମାଜିକ କର୍ମୀଙ୍କ ପାଇଁ ନିର୍ମାଣ ହୋଇଛି ମନ୍ଦିର । ଶ୍ରୀକାକୁଲମ୍ ଜିଲ୍ଲାର ଅସାଧାରଣ ରାମଲିଙ୍ଗସ୍ବାରା ସ୍ବାମୀ ମନ୍ଦିରରେ ନେତାଙ୍କ ପ୍ରତିମୂର୍ତ୍ତି ରହିଛି ଓ ସେମାନଙ୍କୁ ମୂର୍ତ୍ତି ସହିତ ପୂଜା କରିବା ପ୍ରକୃତ ଦେଶପ୍ରେମ ବୋଲି ସ୍ଥାନୀୟ ଲୋକେ କୁହନ୍ତି ।
ଭେଲାଗାୱାଡାର ଏହି ମନ୍ଦିର 6 ଦଶକ ପୂର୍ବେ ଲୋକଙ୍କ ଦାନରେ ନିର୍ମାଣ କରାଯାଇଥିଲା । ଭାରତୀୟ ନେତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଓ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏଠାରେ ପୂଜା କରାଯାଏ । ଜଣେ ଗ୍ରାମବାସୀଙ୍କ କହିଛନ୍ତି, ଆମେ ବର୍ତ୍ତମାନ ସ୍ବାଧିନ ହୋଇପାରିଛେ ଏହାର କାରଣ ସେମାନଙ୍କର ବଳିଦାନର ଫଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ