ETV Bharat / bharat

ଚନ୍ଦ୍ରକୁ ଗଲାନି ‘ଚନ୍ଦ୍ରାୟନ-2’, 56 ମିନିଟ୍ ପୂର୍ବରୁ ବନ୍ଦ ରହିଲା ଉତକ୍ଷେପଣ - ଚନ୍ଦ୍ରକୁ ଗଲାନି

କିଛି ସମୟର ଅପେକ୍ଷା ପରେ ଇତିହାସ ରଚିଥାଆନ୍ତା ଇସ୍ରୋ । ଚନ୍ଦ୍ରପୃଷ୍ଷ ଅଭିମୁଖେ ଗତିକରିଆଆନ୍ତା ‘ଚନ୍ଦ୍ରାୟନ-2’ । କିନ୍ତୁ ନିର୍ଦ୍ଧାରିତ ସମୟର 56 ମିନିଟ୍ ପୂର୍ବରୁ ଯାନରେ ଯାନ୍ତ୍ରିକ ତ୍ରୁଟିଥିବା ନେଇ ଉତକ୍ଷେପଣ ବନ୍ଦ ରଖିଲା ଇସ୍ରୋ ।

ଫାଇଲ ଫଟୋ
author img

By

Published : Jul 15, 2019, 3:30 AM IST

Updated : Jul 15, 2019, 6:45 AM IST

ନୂଆଦିଲ୍ଲୀ: ଇତିହାସ ରଚିବାର 56 ମିନିଟ୍ ପୂର୍ବରୁ ବନ୍ଦ ରହିଲା ‘ଚନ୍ଦ୍ରାୟନ-2’ର ଉତକ୍ଷେପଣ । ଯାନରେ ଯାନ୍ତ୍ରିକ ତ୍ରୁଟି ଥିବା କାରଣରୁ ଆଜି ପାଇଁ ଉତକ୍ଷେପଣ ବନ୍ଦ ରହିଥିବା କହିଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ।

Chandrayaan-2
ଫଟୋ ସୈଜନ୍ୟ: ଏଏନଆଇ
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ 2.51 ମିନିଟରେ ଉତକ୍ଷେପଣ ହୋଇଥାଆନ୍ତା ଦ୍ବିତୀୟ ମାନବବିହୀନ ମିଶନ ‘ଚନ୍ଦ୍ରାୟନ-2’ । କିନ୍ତୁ ନିର୍ଦ୍ଧାରିତ ସମୟର କିଛି 56 ମିନିଟ୍ ପୂର୍ବରୁ ସ୍ଥଗିତ ରଖିବା ନିଷ୍ପତ୍ତି ନେଇଛି ଇସ୍ରୋ । ପରବର୍ତ୍ତୀ ଉତକ୍ଷେପଣ ତାରିଖ ପରେ ଘୋଷଣା କରାଯିବ ବୋଲି ଟ୍ବିଟର ଯୋଗେ ସୂଚନା ଦେଇଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ।

‘ଚନ୍ଦ୍ରାୟନ-2’କୁ ସଫଳ ଉତକ୍ଷେପଣ କରିବା ସହ ସମସ୍ତ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଇସାରିଥିଲା ଇସ୍ରୋ । କିନ୍ତୁ ରକେଟରେ ଯାନ୍ତ୍ରିକ ତ୍ରୁଟି ଥିବା ଶେଷ ସମୟରେ ଜାଣିବାକୁ ପାଇଥିଲେ ବୈଜ୍ଞାନିକ । ଫଳରେ ଉତକ୍ଷେପଣକୁ ସ୍ଥଗିତ ରଖିଛନ୍ତି । 3.8 ଟନ୍ ବିଶିଷ୍ଟ ଓଜନର ଏହି ମହାକାଶ ଯାନର ଲାଇଭ୍ ଲଞ୍ଚ ଦେଖିବା ପାଇଁ ଅନଲାଇନ ପକ୍ରିୟା ମାଧ୍ୟମରେ 7,134 ଜଣ ରେଜିଷ୍ଟ୍ରେସନ କରିଥିଲେ । ଏଥିସହିତ ସାରା ଦେଶ ଏହି ସଫଳତାକୁ ଦେଖିବା ପାଇଁ ରାତି ତମାମ୍ ଚାହିଁ ରହିଥିଲା । କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ସ୍ଥଗିତ ନିଷ୍ପତ୍ତି ନେଇଛି ଇସ୍ରୋ ।

Intro:Body:

GBNG

Conclusion:
Last Updated : Jul 15, 2019, 6:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.