ETV Bharat / bharat

ବାଲି କ୍ରୟ ପାଇଁ କର୍ଣ୍ଣାଟକରେ ଲଞ୍ଚ ହେବ ସ୍ବତନ୍ତ୍ର ଆପ୍‌ - କର୍ଣ୍ଣାଟକ ଖଣି ଓ ଭୂସମ୍ପଦ ବିଭାଗ

ସରକାରଙ୍କ ଦ୍ବାରା ସ୍ଥିରୀକୃତ ମୂଲ୍ୟରେ ବାଲି କିଣିବା ପାଇଁ କର୍ଣ୍ଣାଟକ ସରକାର ଖୁବଶୀଘ୍ର ଲଞ୍ଚ କରିବାକୁ ୟାଉଛନ୍ତି ନୂଆ ଆପ୍‌ । ଏନେଇ ସରକାରୀ ଭାବେ କର୍ଣ୍ଣାଟର ଖଣି ଓ ଭୂସମ୍ପଦ ବିଭାଗ ମଙ୍ଗଳବାର ଘୋଷଣା କରାଯାଇଛି ।

sand purchasing app in karnataka, karnataka department of mining and geology, sand purchasing app, କର୍ଣ୍ଣାଟକରେ ବାଲି କ୍ରୟ ପାଇଁ ଆପ୍‌, କର୍ଣ୍ଣାଟକ ଖଣି ଓ ଭୂସମ୍ପଦ ବିଭାଗ, ବାଲି କ୍ରୟ ଆପ୍‌
ବାଲି କ୍ରୟ ପାଇଁ କର୍ଣ୍ଣାଟକରେ ଲଞ୍ଚ ହେବ ସ୍ବତନ୍ତ୍ର ଆପ୍‌
author img

By

Published : Jun 3, 2020, 12:36 AM IST

ବେଙ୍ଗାଲୁରୁ: ସରକାରଙ୍କ ଦ୍ବାରା ସ୍ଥିରୀକୃତ ମୂଲ୍ୟରେ ବାଲି କିଣିବା ପାଇଁ କର୍ଣ୍ଣାଟକ ସରକାର ଖୁବଶୀଘ୍ର ଲଞ୍ଚ କରିବାକୁ ୟାଉଛନ୍ତି ନୂଆ ଆପ୍‌ । ଏନେଇ ସରକାରୀ ଭାବେ କର୍ଣ୍ଣାଟର ଖଣି ଓ ଭୂସମ୍ପଦ ବିଭାଗ ମଙ୍ଗଳବାର ଘୋଷଣା କରାଯାଇଛି । ତେବେ ଏହି ଆପ୍‌ ଦ୍ବାରା କର୍ଣ୍ଣାଟକର ଯେକୌଣସି ସ୍ଥାନରେ ଥାଇ ଲୋକେ ବାଲି ଅର୍ଡର କରିପାରିବେ । ସରକାର ଏହି ବାଲିର ମୂଲ୍ୟ ଓ ଏହାର ଟ୍ରାନ୍ସପୋର୍ଟେସନ ଖର୍ଚ୍ଚ ନିଜେ ନିର୍ଦ୍ଧାରିତ କରିବେ ।

ଏହି ଆପ୍‌ର ନାମ ‘ମାରାଲୁ ମିତ୍ରା’ ରହିବ । ଏହା ଆଗାମୀ ତିନି ମାସରେ ଲଞ୍ଚ ହେବା ନେଇ ସ୍ପଷ୍ଟ ହୋଇଛି । ଏହି ଆପ୍‌ ଜରିଆରେ ଲୋକେ କେଉଁ ବ୍ଲକରୁ ବାଲି କିଣୁଛନ୍ତି ତାହା ଜାଣିବା ସହ, ବାଲିର ମାତ୍ରା ଓ ଏହାର ଗୁଣବତ୍ତା ମଧ୍ୟ ଜାଣିପାରିବେ । ଏଥିପାଇଁ ଟ୍ରାନ୍ସପୋର୍ଟର ଓ ଗ୍ରାହକ ଉଭୟଙ୍କୁ ଆପ୍‌ରେ ନିଜକୁ ରେଜିଷ୍ଟର କରିବାକୁ ହେବ । ତେବେ ଏହି ଆପ୍‌ କେତେ ସଫଳ ହେବ ତାହାକୁ ନେଇ ଖଣି ବିଭାଗ ଛୋଟ ଆକାରରେ ପରୀକ୍ଷା ଆରମ୍ଭ କରିଛି । ଯାହାର ସଫଳତା ଆଧାରରେ ଏହାର ଆଗାମୀ ରୂପରେଖ ନିର୍ଦ୍ଧାରଣ ହେବ ।

ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକ ସରକାର ବାଲିର ମୂଲ୍ୟ ନିର୍ଦ୍ଧାରଣ କରିନଥିବା ବେଳେ ଏହି ଆପ୍‌ ଓଲା ଆପ୍‌ ପରି କାର୍ଯ୍ୟକାରୀ ହେବ ବୋଲି ଇଙ୍ଗିତ ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ପ୍ରଥମେ ଆସିଥିବା ଗ୍ରାହକଙ୍କୁ ପ୍ରଥମେ ସେବା ଯୋଗାଇବା ନୀତି ରହିଥିବା ବେଳେ ଏବେ ଆପଣଙ୍କ ପସନ୍ଦର ବାଲିର ଉପଲବ୍ଧତା ଉପରେ ନିର୍ଭର କରିବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.