ETV Bharat / bharat

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାରତ ରତ୍ନ ଦାବି କଲେ ତେଲେଙ୍ଗାନା ସରକାର

author img

By

Published : Aug 28, 2020, 10:37 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ପିଭି ନରସିଂହ ରାଓଙ୍କ ପାଇଁ ଭାରତରତ୍ନ ଦାବି କରି ସଙ୍କଳ୍ପପତ୍ର ପାରିତ କରିବେ ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାରତ ରତ୍ନ ଦାବି କଲେ ତେଲେଙ୍ଗାନା ସରକାର
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାରତ ରତ୍ନ ଦାବି କଲେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ପିଭି ନରସିଂହ ରାଓଙ୍କ ପାଇଁ ଭାରତରତ୍ନ ଦାବି କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏନେଇ ତେଲେଙ୍ଗାନା ବିଧାନସଭାର ଅଧିବେଶନରେ ସରକାର ଏକ ସଙ୍କଳ୍ପପତ୍ର ପାରିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

କେବଳ ଏତିକି ନୁହେଁ ରାଜଧାନୀ ହାଇଦ୍ରାବାଦ ସ୍ଥିତ ନେକଲେସ ରୋଡକୁ ପିଭି ଗ୍ନାନା ମାର୍ଗରେ ନାମିତ କରିବା ସହ ପିଭି ସ୍ମାରକ ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ତେଲେଙ୍ଗାନା ସରକାର ।

ଅନ୍ୟପକ୍ଷେ ପୂର୍ବତୁ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ମହାନତା ଓ ତାଙ୍କ ସଫଳତା ସମ୍ପର୍କରେ ତେଲେଙ୍ଗାନା ବିଧାନସଭାରେ ବ୍ୟାପକ ଆଲୋଚନା ହୋଇଛି । ରାଓଙ୍କ ଉପରେ ଏକ ବିତର୍କର ଆୟୋଜନ କରାଯିବ । ଏହାସହ ତେଲେଙ୍ଗାନା ବିଧାନସଭାରେ ରାଓଙ୍କ ଏକ ତୈଳଚିତ୍ର ଲଗାଯିବାର ଯୋଜନା ରହିଛି । ସେହପରି ହାଇଦ୍ରାବାଦର ନାଁ ପରିବର୍ତ୍ତନ କରି ପିଭି ନରସିଂହ ରାଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରାଯାଉ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.