ETV Bharat / bharat

14 ବର୍ଷ ପରେ ଖୋଲିଲା ସ୍କୁଲ, ନକ୍ସଲ କରିଥିଲେ ଧ୍ବଂସ - a primary school in chhattisgarh village

ନକ୍ସଲଙ୍କ ଧମକରେ ଦୀର୍ଘ 14 ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଆଜି ପୁଣିଥରେ ଏକ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 26, 2019, 2:41 PM IST

ରାୟପୁର: ଦୀର୍ଘ 14 ବର୍ଷ ପରେ ପୁଣି ବାଜିବ ସ୍କୁଲର ଘଣ୍ଟି । ଅଧ୍ୟୟନ ପାଇଁ ପିଲାଙ୍କୁ ଆଉ ଅତିକ୍ରମ କରିବାକୁ ପଡିବ ନାହିଁ ଦୂର ବାଟ । ସେମାନଙ୍କୁ ଏବେ ଘର ନିକଟରେ ମିଳିବ ପ୍ରାଥମିକ ଶିକ୍ଷା । ମାଓବାଦୀଙ୍କ ଧମକ ଯୋଗୁଁ ଦୀର୍ଘ 14 ବର୍ଷ ଧରି ବନ୍ଦ ରହିଥିବା ଛତିଶଗଡ ବିଜାପୁର ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟ ପୁଣିଥରେ ଖୋଲିବାକୁ ଯାଉଛି ।

ଦୀର୍ଘ ବର୍ଷର ବ୍ୟବଧାନ ପରେ ସ୍କୁଲ ପୁଣିଥରେ ଖୋଲୁଥିବାରୁ ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ମୁତାବକ, 2005-06 ମସିହାରେ ଲୋକେ ନକ୍ସଲଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଯାହାର ପରିଣାମ ଭୋଗିବାକୁ ପଡିଥିଲା ବିଜାପୁର ଜିଲ୍ଲାର ପଦମୁର ଗ୍ରାମବାସୀଙ୍କୁ । ସେମାନେ ଏହି ଗ୍ରାମକୁ ଟାର୍ଗେଟ କରିଥିଲେ ଏବଂ 1964 ରେ ଆରମ୍ଭ ହୋଇଥିବା ସ୍କୁଲକୁ ଧ୍ବଂସ କରିଦେଇଥିଲେ ।

ଫଳରେ ଗାଁରେ ପରିଚାଳିତ ହେଉଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଥିଲା । ଏହାପରେ ଗ୍ରାମବାସୀ ଗାଁ ଛାଡି ପଳାଇଥିଲେ । ତେବେ ସେମାନେ ୨୦୧୨ରେ ପୁଣି ଗ୍ରାମକୁ ଫେରିଆସିଥିଲେ । କିନ୍ତୁ ଗ୍ରାମରେ ସ୍କୁଲ ନଥିବା ଯୋଗୁଁ ପ୍ରାଥମିକ ଶିକ୍ଷା ପାଇଁ ପିଲାଙ୍କୁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ।

ଏହାପରେ ପଦମୁରର ପ୍ରାଥମିକ ବିଦ୍ୟାଳୟକୁ ପୁଣିଥରେ ଖୋଲିବାର ନିର୍ଣ୍ଣୟ ନେଇଥିଲା ପ୍ରଶାସନ । ମାଓବାଦୀଙ୍କ ଧମକ ସତ୍ତ୍ବେ ଶିକ୍ଷା ବିଭାଗ ସ୍କୁଲକୁ ପୁଣିଥରେ ଖୋଲିବାକୁ ଅଡି ବସିଥିଲେ । ଶେଷରେ ଗ୍ରାମବାସୀଙ୍କ ସହାୟତାରେ ଶିକ୍ଷା ବିଭାଗ ସ୍କୁଲ ଖୋଲିବାରେ ସଫଳ ହୋଇଥିଲା ।

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.