ନୂଆଦିଲ୍ଲୀ: ଜାପାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଶିଗେରୁ କିତାମୁରା ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ତାଙ୍କୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ବାଗତ କରିବା ସହ ଭାରତର ବୈଦେଶିକ ନୀତି ଉପରେ ଅବଗତ କରାଇଛନ୍ତି । ଶିଗେରୁ ଓ ଜୟଶଙ୍କର ଉଭୟ ଦେଶର ସଂପର୍କ ମଧ୍ୟରେ ଗଭୀର ଆଲୋଚନା ମଧ୍ୟ କରିଛନ୍ତି ।
ଏହାସହ ଜାପାନ ଏନଏସଏ ତାଙ୍କର ଭାରତ ପ୍ରତିପକ୍ଷ ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ କରିବେ ।