ETV Bharat / bharat

ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ, ଗାଜିପୁରରେ 1500 ୟୁନିଟର ପ୍ଲାଣ୍ଟ ଆରମ୍ଭ - ଅରବିନ୍ଦ କେଜେରୀୱାଲ

ଦିଲ୍ଲୀର ଗାଜିପୁରରେ 15ଶହ ୟୁନିଟରେ ଏକ ପ୍ଲାଣ୍ଟର ଶୁଭାରମ୍ଭ ହୋଇଛି। ଆବର୍ଜନାକୁ ବ୍ୟବହାର କରି ଏହି ପ୍ଲାଣ୍ଟ ବିଦ୍ୟୁତ ଉତ୍ପାଦନ କରିବ। ଅକ୍ଟୋବର 27 ତାରିଖ ଏହି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୀୱାଲ। ଅଧିକ ପଢ଼ନ୍ତୁ...

ଦିଲ୍ଲୀ: ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ, ଗାଜିପୁରରେ 15ଶହ ୟୁନିଟର ପ୍ଲାଣ୍ଟ ଆରମ୍ଭ
author img

By

Published : Oct 28, 2020, 4:59 PM IST

ନୂଆଦିଲ୍ଲୀ: ଆବର୍ଜନାରୁ ହେବ ବିଦ୍ୟୁତ ଉତ୍ପାଦନ। ଦିଲ୍ଲୀର ଗାଜିପୁରରେ 15ଶହ ୟୁନିଟରେ ଏଭଳି ଏକ ପ୍ଲାଣ୍ଟର ଶୁଭାରମ୍ଭ ହୋଇଛି। ଏହି ପ୍ରକ୍ରିୟା ଦ୍ବାରା ପରିବେଶକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ସୂଚନା ମିଳିଛି। ଏହି ପ୍ରକ୍ରିୟାରେ ନିର୍ଗତ ହେବାକୁ ଥିବା ବର୍ଯ୍ୟବସ୍ତୁ କମ୍ପୋଷ୍ଟ ଭଳି ବ୍ୟବହାର କରି ପାରିବେ ଲୋକେ।

ଆବର୍ଜନା ପରିଚାଳନା ଦିଲ୍ଲୀ ପାଇଁ ଏକ ବଡ଼ ସମସ୍ୟା ରହି ଆସିଛି। ଦିଲ୍ଲୀ ପାଇଁ ସବୁବେଳେ ଏହା ଏକ ଚର୍ଚ୍ଚାର ବିଷୟ ରହି ଆସିଛି। ବିଭିନ୍ନ ନିର୍ବାଚନରେ ଏହାକୁ ନେଇ ରାଜନୀତି ମଧ୍ୟ ହୋଇ ଆସିଛି। ଦିଲ୍ଲୀରେ ଆବର୍ଜନା ପରିଚାଳନା କଥା ଉଠିଲେ ପୂର୍ବ ଦିଲ୍ଲୀର ଗାଜିପୁର ଅଞ୍ଚଳ କଥା ଚର୍ଚ୍ଚା ହୋଇଥାଏ। ତେବେ ଏହି ଅଞ୍ଚଳରେ ପାହାଡ଼ ଭଳି ଜମା ହେଉଥିବା ଆବର୍ଜନା ସାମ୍ନାରେ ଏକ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ଆରମ୍ଭ ହୋଇଛି। ଆବର୍ଜନାକୁ ବ୍ୟବହାର କରି ଏହି ପ୍ଲାଣ୍ଟ ବିଦ୍ୟୁତ ଉତ୍ପାଦନ କରିବ। ଗତ ଅକ୍ଟୋବର 27 ତାରିଖ ଏହି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଏହି ପ୍ଲାଣ୍ଟ ଜରିଆରେ ଦିନକରେ 15ଟନ ଆବର୍ଜନା ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରି ପାରିବ। ଏହାଦ୍ବାରା 15ଶହ ୟୁନିଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ। ଏହି ବିଦ୍ୟୁତକୁ ଗ୍ରୀଡକୁ ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି। ଏହି ପ୍ଲାଣ୍ଟରେ ଭାଭା ଆଟୋମିକ ସେଣ୍ଟର ଟେକ୍ନୋଲୋଜିର ବ୍ୟବହାର ହୋଇଛି। ଏହାଦ୍ବାରା ପ୍ଲାଣ୍ଟରୁ କୌଣସି ପ୍ରକାର ପ୍ରଦୂଷଣ ନିର୍ଗତ ହେବନାହିଁ। ଏଥିରୁ ନିର୍ଗତ ହେଉଥିବା ଆବର୍ଜନାକୁ କମ୍ପୋଷ୍ଟ ଭାବରେ ବ୍ୟବହାର କରାଯାଇପାରିବ। ଏହାକୁ ସ୍ଥାନୟୀ ଚାଷୀଙ୍କୁ ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି।

ଦିଲ୍ଲୀ: ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ, ଗାଜିପୁରରେ 15ଶହ ୟୁନିଟର ପ୍ଲାଣ୍ଟ ଆରମ୍ଭ

ଏହି ପ୍ଲାଣ୍ଟର ସଞ୍ଚାଳନ ଦାୟିତ୍ବ ଗ୍ରୀନ ବ୍ରିକ ଇକୋ ସଲ୍ୟୁସନକୁ ଦିଆଯାଇଛି। ପ୍ରାଥମିକ ସ୍ତରରେ ଗାଜିପୁର କୁକୁଡ଼ା ଓ ମାଛ ମାର୍କେଟ ଓ ପରିବା ମାର୍କଟେର ଆବର୍ଜନାର ବ୍ୟବହାର କରାଯିବ। ପ୍ରଥମେ ସମସ୍ତ ଆବର୍ଜନାକୁ ସଫା କରାଯିବ। ଏହାଦ୍ବାରା ଏଥିରେ ଥିବା ପ୍ଲାଷ୍ଟିକ, ଗୋଡ଼ି ଓ ପଥର ଅଲଗା ହୋଇଯିବ। ଏହାପରେ ଏହାକୁ ଏକ ମେସିନରେ ପକାଯାଇ ଛୋଟଛୋଟ ଖଣ୍ଡରେ ପରିଣତ କରାଯିବ। ଏହାପରେ ଏହାକୁ ଏକ ବୟଲରରେ ପକାଯାଇ ଏଥିରୁ ଦୁଇଟି ଆଉଟପୁଟକୁ ଛଡ଼ାଯିବ।

ଦୁଇଟି ଆଉଟପୁଟ ମଧ୍ୟରୁ ଗୋଟିଏରୁ ଗ୍ୟାସ ନିର୍ଗତ ହେବ। ଏହି ଗ୍ୟାସ ଦ୍ବାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯିବ। ଅନ୍ୟଏକ ଆଉଟପୁଟରୁ କମ୍ପୋଷ୍ଟ ନିର୍ଗତ ହେବ। ଏଥିପାଇଁ ଏହି ପ୍ଲାଣ୍ଟରେ ଟ୍ୟାଙ୍କରେ ଲଗା ଯାଇଛି। ଦିଲ୍ଲୀରେ ଆବର୍ଜନା ପରିଚାଳନା ପାଇଁ ଏହି ପ୍ଲାଣ୍ଟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରୀୱାଲ। ଆଗାମୀ ଦିନରେ ଏଭଳି ଛୋଟୋଛୋଟ ପ୍ଲାଣ୍ଟ ଖୋଲାଯିବାନେଇ ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.