ETV Bharat / bharat

ସୀମାରେ ପାକିସ୍ତାନୀ ପାରା, ପରରେ ଲେଖାଯାଇଛି କୋଡ ୱାର୍ଡ - ପାକିସ୍ତାନୀ ପାରା

ଦୁଇଦିନ ପୂର୍ବେ ପାକିସ୍ତାନରୁ ଭାରତ ସୀମାକୁ ଉଡି ଆସିଥିଲା ଏକ ପାରା । ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲାର ଏକ ଚାଷୀଙ୍କ ଜମିରେ ଏହି ପାରା ଥିବା ବେଳେ ତା ପରରେ କୋଡ ୱାର୍ଡ ଥିଲା । ଏନେଇ ତଦନ୍ତ ଜାରି ରହିଥିବାବେଳେ ଗୁଇନ୍ଦା ବିଭାଗର ଚିନ୍ତା ବଢିଯାଇଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Sep 18, 2019, 4:05 PM IST

ଜୟପୁର: ଭାରତୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଦ୍ବନ୍ଦରେ ପକାଇଲା ପାକିସ୍ତାନ ପାରା । ପାରାଟି ପାକିସ୍ତାରୁ ଉଡି ଉଡି ଭାରତକୁ ଆସିଛି । ଦୁଇଦିନ ପୂର୍ବେ ପାରାଟି ପାକିସ୍ତାନରୁ ଆସି ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲାର 61 ଏଫ ଗାଁରେ ଆସିଥିଲା । ତେବେ ଏଠାରେ ଆଶ୍ଚର୍ଯ୍ୟର କଥା ହେଲା ପାରା ପରରେ ସାଙ୍କେତିକ ଅକ୍ଷରରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି । ଯାହାକି ତଦନ୍ତକାରୀ ସଂସ୍ଥାର ମୁଣ୍ଡବିଥ୍ୟାର କାରଣ ପାଲଟିଛି ।

ସୂଚନା ଅନୁସାରେ ଲଖବିନ୍ଦର ନାମକ ଜଣେ ଚାଷୀଙ୍କ ଜମିରେ ପାରାଟି ବସିଥିଲା । ଏହା ଦେଖି ଚାଷୀଙ୍କୁ ସନ୍ଦେହ ଲାଗିଲା ଏବଂ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସେପଟେ ଖବର ପାଇ ବିଏସଏଫ ଯବାନ ପାରାକୁ ନିଜ କବଜାରେ ରଖି ଥାନାର ଏକ ପିଞ୍ଜରାରେ ରଖିଛନ୍ତି । ଶ୍ରୀଗଙ୍ଗନଗର ଥାନା ଅଧିକାରୀଙ୍କ କହିବା କଥା ହେଲା ପାରାର ଡାହାଣ ପରରେ ଉର୍ଦ୍ଦୁ ଭାଷାରେ ମୋହର ଲାଗିଥିଲା । ଏହାସହ 10 ଅଙ୍କ ବିଶିଷ୍ଟ ଏକ ନମ୍ବର ମଧ୍ୟ ଲେଖାହୋଇଛି ।

ପାରା ପରରେ ଉର୍ଦ୍ଦୁ ଭାଷାରେ ଓସ୍ତାଦ, ଅଖତର ଏବଂ ଇରଫାନ ଲେଖା ହୋଇଛି । ଗୁଇନ୍ଦା ବିଭାଗର ଏକ ଟିମ କୋର୍ଡୱାର୍ଡକୁ ଯାଞ୍ଚ କରୁଛନ୍ତି । ସେହିପରି ଅଧିକ ସୂଚନା ପାଇଁ ପାରାକୁ ବିକାନେର ଭେଟାନରୀ କଲେଜ ନିଆଯାଇଛି । ସୂଚନା ଥାଉକି ଏଥିପୂର୍ବରୁ ପାକିସ୍ତାନରୁ ଏପରି ବହୁତ ପାରା ଭାରତ ସୀମାକୁ ଆସିଛନ୍ତି । ଏମାନଙ୍କ ଗୋଡରେ କ୍ୟାମେରା ମଧ୍ୟ ଲାଗିଥିବାର ନଜର ଆସିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.