ETV Bharat / bharat

ଆଜି ଦିଲ୍ଲୀ ଫଳାଫଳ: ଆକାଶରେ ଅନେକ ଆଶା ଓ ଆଶଙ୍କାର ବାଦଲ - delhi election

ସରିଛି ଦିଲ୍ଲୀ ନିର୍ବାଚନ ପାଇଁ ମତଦାନ । ବାସ କିଛି ସମୟ ଅପେକ୍ଷା ପରେ ପାଇବ ଫଳାଫଳ । ଏହାକୁ ନେଇ ସୃଷ୍ଟି ହୋଇଛି ଅନେକ ଆଶଆଶଙ୍କା ।

delhi election
ଆଜି ପ୍ରକାଶ ପାଇବ ଦିଲ୍ଲୀ ଫଳାଫଳ: ଆକାଶରେ ଅନେକ ଆଶା ଓ ଆଶଙ୍କାର ବାଦଲ
author img

By

Published : Feb 11, 2020, 8:06 AM IST

ଆଉ କିଛି ଘଣ୍ଟା ଭିତରେ ଦିଲ୍ଲୀ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯିବ। ସବୁ ଆଶା ଓ ଆଶଙ୍କାର ଅନ୍ତ ହେବ। ଯଦି ଏହି ନିର୍ବାଚନ ଫଳାଫଳ ଏକ୍‌ଜିଟ ପୋଲ୍ ହିସାବରେ ଚାଲେ, ଅର୍ଥାତ୍‌ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ଵାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆଡକୁ ଜନମତ ଢଳେ ଏବଂ ସେ ପୁଣି ଥରେ ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ ପାଆନ୍ତି ତେବେ ଏହା ବିଜେପି ପାଇଁ ଏକ ଶକ୍ତ ଧକ୍କା ହେବ ।

ଅପରପକ୍ଷେ ଦିଲ୍ଲୀ ନିର୍ବାଚନ ଫଳାଫଳରୁ ବିଜେପି ସାରା ଦେଶର ଜନମତକୁ ଚିହ୍ନିବା ଆବଶ୍ୟକ ରହିଛି । କାରଣ ଯେଉଁ ନୂଆ ନାଗରିକତ୍ଵ ଆଇନ ଏବଂ ଜାତୀୟ ନାଗରିକତ୍ଵ ପଞ୍ଜିକାକୁ ନେଇ ଏବେ ସାରା ଦେଶରେ ରାଜନୀତିକ ବାତାବରଣ ସରଗରମ ରହିଛି, ତାହାର ଏକ ନିର୍ବାଚନୀ ପରୀକ୍ଷାଗାର ଦିଲ୍ଲୀରେ ହିଁ ହୋଇଥିଲା । ଏଣୁ ଯଦି ଏହି ପରୀକ୍ଷାରେ ଅସଫଳତା ମିଳେ ତେବେ ବିଜେପି ସେହି ନୀତିକୁ ପୁଣିଥରେ ସମୀକ୍ଷା କରିବା ଉଚିତ୍‌ ହେବ । ଦେଶର ପ୍ରତି ପ୍ରାନ୍ତରେ ଏହି ଦୁଇ ନୂଆ ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା, ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳୁଛି । ଏଣୁ କେନ୍ଦ୍ରର ବିଜେପି ସରକାର ଏ ଦିଗରେ ଆଉଥରେ ଧ୍ୟାନ ଦେବାକୁ ହେବ ।

ଦିଲ୍ଲୀ ନିର୍ବାଚନ ପୃଷ୍ଠଭୂମିରେ ବିଜେପିର ପ୍ରବେଶ ପୂର୍ବରୁ ଦିଲ୍ଲୀର ମତଦାତା ଆପ୍‌ ଆଡ଼କୁ ଢଳିଥିଲେ । ଏପରିକି ନିର୍ବାଚନ ସମୀକ୍ଷକଙ୍କଠୁ ଆରମ୍ଭ କରି ଗଣମାଧ୍ୟମରେ ମଧ୍ୟ ଆପ୍‌ର ବିଜୟ ନିଶ୍ଚିତ ବୋଲି ଚର୍ଚା ହୋଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌, ଉଭୟ ନରେନ୍ଦ୍ର ମୋଦି ଏବଂ ବିଜେପି ସମର୍ଥକଙ୍କୁ ଏହା ପଚାରୁଥିଲେ ଯେ, ସେ କ’ଣ ଏକ ଭଲ ରାଜଧାନୀ ତାଙ୍କ ଶାସନ କାଳ ଭିତରେ ପ୍ରଦାନ କରି ନାହାନ୍ତି? ବିଗତ ପାଞ୍ଚ ବର୍ଷର ଶାସନକୁ ସମୀକ୍ଷା କଲେ ଏହା ଜଣାଯାଏ ଯେ, କେଜ୍ରିୱାଲ୍ ସବୁ ନହେଲେ ବି ଅନେକ ପ୍ରତିଶୃତିକୁ ବାସ୍ତବରେ ପରିଣତ କରିଛନ୍ତି । ତାଙ୍କର ଶାସନକୁ ଆସିବା ପରେ ଦିଲ୍ଲୀରେ ବିଜୁଳି ଓ ପାଣି ମାଗଣା ହୋଇପାରିଛି, ଦୁର୍ନୀତି ଅନେକାଂଶରେ କମିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋହଲ୍ଲା କ୍ଲିନିକ୍‌ ଖୋଲିବା ସହ ଗରିବ ଲୋକମାନଙ୍କ ଲାଗି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ମାଗଣା କରାଇଛନ୍ତି । ଏମିତିକି ଦିଲ୍ଲୀର ହସ୍ପିଟାଲରେ ହାର୍ଟ ସର୍ଜରୀ ବି ମାଗଣା ହୋଇପାରିଛି ।

ଦିଲ୍ଲୀ ନିର୍ବାଚନ ଲାଗି ଯଥେଷ୍ଟ ଶିଥିଳ ଥିବା ବିଜେପି ନିର୍ବାଚନର ମାତ୍ର ପନ୍ଦର ଦିନ ପୂର୍ବରୁ ହଠାତ୍‌ କ୍ରୀୟାଶୀଳ ହୋଇଥିଲା । ଏଣୁ ଦଳ ନିଦରୁ ଉଠିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବାସ୍ତବରେ ଦେଖିବାକୁ କଲେ ନିର୍ବାଚନ ପ୍ରଚାରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରବେଶ ଫଳରେ ବିଜେପିର ଅସ୍ତିତ୍ଵ ଅନୁଭବ ହେଲା । କିନ୍ତୁ ଯେଉଁ ନିର୍ବାଚନ ଭାଷଣ ଏବଂ କାର୍ଯ୍ୟକ୍ରମରେ ସେ ଯୋଗ ଦଲେ ସେଠାର ପ୍ରଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବଦଳିଗଲା । ବୋଧହୁଏ ଏତେ ପରିମାଣର ବିଷ ତଥା ଘୃଣା ଦେଶର ଅନ୍ୟ କୌଣସି ପ୍ରାନ୍ତରେ ବ୍ୟବହାର ହୋଇ ନାହିଁ । ଶାହୀନବାଗରେ ଚାଲିଥିବା ଆନ୍ଦୋଳନରେ ପ୍ରତିକ୍ରିୟା ପ୍ରକାଶ କରି ଅମିତ ଶାହ ବିଜେପି କର୍ମୀଙ୍କୁ ଭୋଟରଙ୍କ ମତକୁ ନିଜ ଆଡ଼କୁ ଆକର୍ଷଣ କରିବାକୁ ଆହ୍ବାନ ଦେଇଥିଲେ । ଭୋଟର ଏହିପରି ପ୍ରଭାବିତ ହୋଇ ଭୋଟିଂ ମେସିନ୍‌ରେ ବିଜେପି ଚିହ୍ନକୁ ଭୋଟର ଟିପିବା ଦରକାର ଯାହାର କମ୍ପନ ଶାହୀନ ବାଗ୍‌ରେ ଗୁଞ୍ଜନ ହେବ । ସେଥିପ୍ରତି ସଚେତନ ରହିବାକୁ ସେ କହିଥିଲେ ।

ବିଜେପି ମୁଖିଆଙ୍କଠାରୁ ଏହିପରି ଉତ୍ତେଜକ ଭାଷଣ ଶୁଣିଲା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ସାଂସଦ ପ୍ରବେଶ ବର୍ମା ମଧ୍ୟ ସମାନ ଭାବେ ଲୋକଙ୍କୁ ହିଂସା ଆଡ଼କୁ ମୁହାଁଇବାକୁ ଚେଷ୍ଟା କରିଥିଲେ । ଶାହୀନ ବାଗ୍‌ରେ ବସିଥିବା ଆନ୍ଦୋଳନକାରୀମାନେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ । ସେମାନଙ୍କୁ ଷଡଯନ୍ତ୍ରକାରୀ ବୋଲି ଆଖ୍ୟା ଦେଇ ସେମାନଙ୍କୁ ଗୁଳି ମାରିଦେବା ଆବଶ୍ୟକ ବୋଲି ବି କହିଥିଲେ । ଏହାପରେ ସାଂସଦ ବର୍ମା ଏହି ଆନ୍ଦୋଳନକାରୀମାନେ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛନ୍ତି ସେଥିରୁ ଆଶଙ୍କା କରାଯାଉଛି ଯେ ସେମାନେ ସ୍ଥାନୀୟ ଅଞ୍ଚଳର ଘରେ ପ୍ରବେଶ କରି ଲୋକଙ୍କୁ ଦୁଷ୍କର୍ମବି କରି ଦେଇପାରନ୍ତି! ଯଦିଓ ସେ ଜାଣିଥିଲେ ଯେ, ଶାହୀନ ବାଗ୍‌ରେ ଥିବା ଆନ୍ଦୋଳନକାରୀମାନେ ସଭିଏଁ ହେଉଛନ୍ତି ମହିଳା, ଆଉ ଏପରି ଉକ୍ତିର କୌଣସି ପ୍ରାସଙ୍ଗିକତା ନାହିଁ, କିନ୍ତୁ ଏହିଭଳି ଉତ୍ତେଜକ ଭାଷଣ ବିଜେପି କର୍ମୀଙ୍କୁ ହିଂସା ଆଡ଼କୁ ମୁହାଁଇଥିଲା । ଶାହୀନ ବାଗ୍‌ ଏବଂ ଜାମିଆ ନଗରରେ ଗୁଳିଚାଳନା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଯୁବକ ବିଜେପି କର୍ମୀ ବୋଲି ଜଣାପଡ଼ିଥିଲା । ଯଦିଓ ଏହି ଗୁଳିକାଣ୍ଡରେ କେହି ଆହତ ହୋଇ ନାହାନ୍ତି କିନ୍ତୁ ତାହା ଲୋକଙ୍କୁ ଧମକାଇବାକୁ ଉଦ୍ଦିଷ୍ଟ ଥିଲା ।

ପ୍ରବଳ ଶୀତରେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ନିଜର ଦାବି ତଥା ଅଭିଯୋଗକୁ ସରକାରଙ୍କ ସମ୍ମୁଖକୁ ଆଣିବାଲାଗି ଉପସ୍ଥିତ ଥିବା ଆନ୍ଦୋଳନକାରୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ବିଜେପିର ନେତା ଓ କର୍ମୀମାନଙ୍କ କାର୍ଯ୍ୟକଳାପକୁ ପରିଚାଳନା କରିବାରେ ବିଜେପିର ନେତାମାନେ ସଫଳ ହୋଇଥିଲେ । ଅନ୍ୟ ପକ୍ଷରେ ସେମାନଙ୍କ ଉତ୍ତେଜକ ଭାଷଣସବୁ ଭୋଟରଙ୍କୁ ବି ପ୍ରଭାବିତ କରିଥିଲା । ଏହିଭଳି କଠୋରପନ୍ଥୀ ପ୍ରଚାର ପୂର୍ବରୁ ଦିଲ୍ଲୀରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ଯାହା ଥିଲା ତାହାକୁ ଅନେକାଂଶରେ ବଢାଇଥିଲା । ଏହି ସିଏଏ ଏବଂ ଏନଆରସି ବିରୋଧୀ ଆନ୍ଦୋଳନକାରୀଙ୍କୁ ରାସ୍ତା ଉପରୁ ଉଠିବା ଲାଗି ମଧ୍ୟ ଅନେକ କାର୍ଯ୍ୟକଳାପ ବିଜେପିର କର୍ମୀମାନେ ହାତକୁ ନେଇଥିଲେ।
ବିଜେପିର ଏହି ବିକଳ୍ପ ନିର୍ବାଚନ ପ୍ରଚାର ପନ୍ଥାର ସମାନ୍ତରାଳ ଭାବେ ଆପ୍‌ ଦିଲ୍ଲୀର ବିକାଶରେ ଦଳର ଅବଦାନକୁ ନେଇ ପ୍ରଚାର ଚଳାଉଥିଲା । କିନ୍ତୁ ବିଜେପି ଆପ୍‌ର ଏହି ଦାବିକୁ ଅଗ୍ରାହ୍ୟ କରିଥିଲା । ଅପରପକ୍ଷେ ଆପ୍‌ର ଶାସନକୁ ଅରାଜକତା ବୋଲି ଦର୍ଶାଇଥିଲେ । ଏହା ଏମିତି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ଜନସାଧାରଣଙ୍କ ଆସ୍ଥା ତୁଟିଛି ବୋଲି ବି କହିଥିଲେ ।

କଂଗ୍ରେସ ସ୍ଥିତିକୁ ତର୍ଜମା କଲେ ଜଣାଯାଏ ଯେ, ୨୦୧୯ ସଂସଦୀୟ ନିର୍ବାଚନରେ ଏହା ଭଲ ପ୍ରଦର୍ଶନ କରିଥିଲା । ୭ଟି ଲୋକସଭା ଆସନରୁ ୫ଟିରେ ଦଳ ଦ୍ଵିତୀୟ ସ୍ଥାନରେ ଥିଲା । କିନ୍ତୁ ୨୦୨୦ ବିଧାନସଭା ନିର୍ବାଚନରେ ଏହାର ଫଳାଫଳ ଆଶା ଜନକ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି । ଏ ଭିତରେ କଂଗ୍ରେସ ନିଜର ସ୍ଥିତିକୁ ବଞ୍ଚାଇବା ଲାଗି ନିର୍ବାଚନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ କାର୍ଯ୍ୟକାଳ ଏବଂ ଦିଲ୍ଲୀର ବିକାଶକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ଚେଷ୍ଟା କରିଛି । ଏହାଦ୍ଵାରା ଦଳ କହିବାକୁ ଚାହିଁଛି ଯେ, କଂଗ୍ରେସ ସମୟରେ ଶାସନ ଆପ୍‌ଠାରୁ ଯଥେଷ୍ଟ ଭଲ ଥିଲା । କିନ୍ତୁ ବିଜେପି ଜାତୀୟତାବାଦ ବନାମ ସ୍ଥାନୀୟବାଦ ତତ୍ତ୍ଵ ଓ ପ୍ରଚାରରେ କଂଗ୍ରେସର ଏହି ପ୍ରଚାର ସ୍ଵର ଲୋକଙ୍କୁ କ୍ଷୀଣ ଶୁଣାଯାଇଛି ।

ନିର୍ବାଚନ ସରିବା ପରେ ବିଭିନ୍ନ ଏକଜିଟ ପୋଲ ସବୁ ପ୍ରକାଶ ପାଇଛି । ଏଥିରେ କଂଗ୍ରେସ ସବୁଠାରୁ ପଛୁଆ ତଥା ହତଭାଗା ଦଳ ଭାବେ ବର୍ଣ୍ଣନା କରାଯାଇଛି । ଆପ୍‌ ପୁଣିଥରେ ଶାସନକୁ ଫେରିବ ବୋଲି ଆକଳନ କରାଯାଇଥିବାବେଳେ ବିଜେପି ସ୍ଥାନ ଦ୍ଵିତୀୟରେ ରହିବ ବୋଲି ଆଶା କରାଯାଇଛି । ହେଲେ ବିଜେପି ଏହା ମାନିବାକୁ ନାରାଜ । ବିଜେପି ମତରେ ସେମାନେ ୭୦ରୁ ୪୮ ଆସନ ଜିତିବେ ଏବଂ ସରକାର ଗଢ଼ିବେ । ସେମାନଙ୍କର ଏହି ଆକଳନକୁ ନେଇ ସେତେବେଳେ ଦ୍ଵନ୍ଦ୍ଵ ଉପୁଜିଥିଲା ଯେତେବେଳେ ନିର୍ବାଚନ ଆୟୁକ୍ତ ଭୋଟ୍‌ ଗ୍ରହଣ ଶେଷ ହେବାର ଅନେକ ଘଣ୍ଟା ଯାଏ କେତେ ମତଦାନ ହୋଇଛି ତାହା ଜଣାଇବାରେ ବିଫଳ ହେଲେ । ସେହିଦିନ କମିଶନ ମତଦାନ ହାର ୫୭ ପ୍ରତିଶତ କରିଥିବାବେଳେ ଗୋଟିଏ ଦିନ ପରେ ଏହି ମତଦାନ ହାର ୬୨ ପ୍ରତିଶତକୁ ପହଞ୍ଚିଥିଲା । ନିର୍ବାଚନ କମିଶନ କହିଥିଲେ ଯେ, ଏହା ୨୦୧୫ ମତଦାନ ହାରଠାରୁ ୫ ପ୍ରତିଶତ ଅଧିକ । ଗୋଟିଏ ରାତିରେ ୫ ପ୍ରତିଶତ ମତଦାନ ହାର ବଢ଼ିଥିବା ବିଭିନ୍ନ ଦଳ ଓ ଜନସାଧାରଣଙ୍କୁ ସନ୍ଦେହରେ ପକାଇଥିଲା । ଆପ୍‌ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା । କିଛି ବୁଦ୍ଧିଜୀବୀ ତଥା ରାଜନୀତିକ ଦଳ ଏହା ବି ଅଭିଯୋଗ କରିଥିଲେ ଯେ, ଇଭିଏମ୍‌ରେ କିଛି ଏପଟସେପଟ ହୋଇଛି । ୫ଟା ବେଳେ ଯେଉଁ ଭୋଟ ହାର ୫୦ ପ୍ରତିଶତ ଥିଲା ତାହା ୬ଟା ବେଳେ ୬୨ ପ୍ରତିଶତରେ ପହଞ୍ଚିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ ।

ଯଦି ବିଜେପି ଆଶାଠାରୁ ଅଧିକ ସିଟ୍‌ ହାସଲ କରେ ତେବେ ଇଭିଏମ୍‌କୁ ନେଇ ଏହି ଅସନ୍ତୋଷ ଅଧିକ ହେବ। ଆପ୍‌ ଏବଂ କଂଗ୍ରେସ ଉଭୟ ହୋହଲ୍ଲା କରିବେ । ଚାରିଆଡ଼େ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶିତ ହେବା ସ୍ଵଭାବିକ । ଏଥିରେ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ବି ପ୍ରଶ୍ନ ଉଠିବ । ଆଉ ଯଦି ବିଜେପି କମ୍‌ ଆସନ ପାଏ ତେବେ ଇଭିଏମ୍‌ କୋଳାହଳ ଶୁଣାଯିବ ନାହିଁ ।
ଅନ୍ୟପକ୍ଷରେ ନିର୍ବାଚନ ଫଳାଫଳ ଯାହା ହେଉ ନା କହିଁକି ବିଜେପି ଆଉ ଶାନ୍ତ ହୋଇ ବସିବ ନାହିଁ । ଏନ୍‌ଆର୍‌ସି- ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ଏହା କଠୋର ହୋଇପାରେ । ଏ ଭିତରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୁଲିସ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନୁମତି ମାଗିଛି । ଏଣୁ ଫଳାଫଳ ପ୍ରକାଶ ପରେ ଆନ୍ଦୋଳନକାରୀ- ବିଜେପି ଭିତରେ ପୁଣି ମୁହାଁମୁହିଁ ହେବା ସ୍ଵଭାବିକ । ଏପରିକି ପରିସ୍ଥିତି ଆହୁରି ଅପ୍ରିତିକର ହେବା ଆଶଙ୍କା କରାଯାଉଛି । ସଂକ୍ଷେପରେ କହିବାକୁ ଗଲେ ଏହି ନିର୍ବାଚନ ଫଳାଫଳ ପ୍ରକାଶ ପରେ ଅନେକ କିଛି ହୋଇପାରେ ।

ସଞ୍ଜୟ କପୁର, ବରିଷ୍ଠ ସାମ୍ବାଦିକ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.