ETV Bharat / bharat

କୋଭିଡ୍‌-୧୯ ପରବର୍ତ୍ତୀ ବିଶ୍ଵ

author img

By

Published : Apr 18, 2020, 11:29 AM IST

ଚୀନର ୟୁହାନ ସହରରୁ ଉତ୍ପନ୍ନ ହୋଇଥିବା ଭୟଙ୍କର କୋରୋନା ଭୁତାଣୁ, ଏବେ ବିଶ୍ଵର ଦେଢ଼ ଲକ୍ଷରୁ ଅଧିକ ଜୀବନ ନେଇସାରିଲାଣି। ୨୧୦ ରାଷ୍ଟ୍ର ଏଥିରେ ଆତଙ୍କିତ। ତଥାପି ଏହାର ଅନ୍ତ କେଉଁଠି ତାହା ଦିଶୁନାହିଁ। ଏଯାଏଁ ଏହି ରୋଗର ଚିକିତ୍ସା ବାବଦରେ କୌଣସି ନିର୍ଦିଷ୍ଟ ପ୍ରୋଟୋକଲ ସ୍ଥିର କରାଯାଇ ନାହିଁ।

a piece on changing world order due to Covid19 pandemic
କୋଭିଡ୍‌-୧୯ ପରବର୍ତ୍ତୀ ବିଶ୍ଵ

ବିଷ୍ଣୁପ୍ରକାଶ, ରାଷ୍ଟ୍ରଦୂତ

ଚୀନର ୟୁହାନ ସହରରୁ ଉତ୍ପନ୍ନ ହୋଇଥିବା ଭୟଙ୍କର କୋରୋନା ଭୁତାଣୁ, ଏବେ ବିଶ୍ଵର ଦେଢ଼ ଲକ୍ଷରୁ ଅଧିକ ଜୀବନ ନେଇସାରିଲାଣି। ୨୧୦ ରାଷ୍ଟ୍ର ଏଥିରେ ଆତଙ୍କିତ। ତଥାପି ଏହାର ଅନ୍ତ କେଉଁଠି ତାହା ଦିଶୁନାହିଁ। ଏଯାଏଁ ଏହି ରୋଗର ଚିକିତ୍ସା ବାବଦରେ କୌଣସି ନିର୍ଦିଷ୍ଟ ପ୍ରୋଟୋକଲ ସ୍ଥିର କରାଯାଇ ନାହିଁ। ରୋଗ ନିରାକରଣ ପାଇଁ କୌଣସି ଟୀକା ଆବିଷ୍କାର ହୋଇପାରି ନାହିଁ। ବାସ୍ତବରେ ଦେଖିବାକୁ ଗଲେ ସବୁ ରାଷ୍ଟ୍ର ଏବେ ଏହି ସମସ୍ୟାର ସମାଧାନ ଖୋଜିବାରେ ବ୍ୟସ୍ତ ରହିଛନ୍ତି। ଅବଶ୍ୟ କିଛି ଦେଶରେ ଅଳ୍ପ କିଛି ଅଗ୍ରଗତି ଘଟିଛି । କିନ୍ତୁ ଏହା କେବେ ସମ୍ପୂର୍ଣ୍ଣ ହେବ ତାହାର କିଛି ନିଶ୍ଚିତ ଉତ୍ତର ନାହିଁ। ଇସ୍ରାଏଲ୍‌, କୋରିଆ, ସିଙ୍ଗାପୁର, ଭାରତ ଏବଂ ଜାପାନ ଭଳି ରାଷ୍ଟ୍ର ଏହି ରୋଗର ସଂକ୍ରମଣ ଶୃଙ୍ଖଳକୁ ଆବଦ୍ଧ କରିବାରେ ଅନ୍ୟମାନଙ୍କ ଅପେକ୍ଷା ସଫଳ ହୋଇଛନ୍ତି।

ଅପରପକ୍ଷେ ଦେଖିବାକୁ ଗଲେ ଶକ୍ତିଶାଳୀ ଜି-୭ ରାଷ୍ଟ୍ରମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମେରିକାରେ ଦୈନିକ ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଚୀନ୍‌ରେ ଏହିଭଳି ଭୟଙ୍କର ଭୁତାଣୁ ଜନ୍ମ ନେବା ବିଶ୍ଵ ପାଇଁ ପ୍ରଥମ ଘଟଣା ନୁହେଁ। ସେହିପରି ଏପରି ଘଟଣାକୁ ଚାପିଦେବା ପାଇଁ ଚୀନ ଉଦ୍ୟମ କରିବା ବି କିଛି ନୂଆ କଥା ବି ନୁହେଁ। ହେଲେ ଯାହା ନୂଆ ତାହା ହେଲା ଏ ବାବଦରେ କୌଣସି ଦାୟତ୍ଵି ଚୀନ ନିଜ ମୁଣ୍ଡକୁ ନନେବାର ଅହଙ୍କାର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)କୁ ନିଜ ଯୁକ୍ତିରେ ସହମତି କରାଇ ନିଜ ପକ୍ଷରେ ଏକ ସୁନ୍ଦର କଣ୍ଡକ୍ଟ ସାର୍ଟିଫିକେଟ୍‌ ସଂଗ୍ରହ କରିବାରେ ସଫଳତା।

ଯେତେବେଳେ ବେଜିଂ କୋଭିଡ୍‌ ୧୯ ଭଳି ଟାଇମ୍‌ ବମ୍‌କୁ ଲୁଚାଇ ରଖି ସ୍ଵଭାବିକ ଭାବେ ତାହାର କାର୍ଯ୍ୟ ଜାରି ରଖିଥିଲା । ସେତେବେଳେ ଅବିଶ୍ଵାସ ନକରୁଥିବା ବିଶ୍ଵ ଚିରାଚରିତ ଭାବେ ତା’ କାମରେ ଲାଗିଥିଲା। ସେ ଜାଣି ନଥିଲା ଯେ, ଜଚନର ଏହି ଟାଇମ୍‌ ବମ୍‌ ଦେଶରେ ବିାସ୍ଫରିତ ହୋଇ ଲୋକଙ୍କୁ ମାରିବା ଲାଗି ପ୍ରସ୍ତୁତ ହେଲାଣି। ଆଉ ଯେତେବେଳେ ଚୀନର ଏହି କାର୍ଯ୍ୟକଳାପ ବାବଦରେ ବିଶ୍ଵ ଜାଣିଲା, ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଆସିଥିଲା। ଅର୍ଥାତ୍‌ ବିଶ୍ଵର ପ୍ରମୁଖ ଦେଶର ପ୍ରମୁଖ ସହର ସବୁ କୋଭିଡ୍‌ ସଂକ୍ରମଣ କବଳିତ ହୋଇଯାଇଥିଲା। ପରିସ୍ଥିତି କବଳିତ ସମ୍ପୂର୍ଣ୍ଣ ବିଶ୍ଵ କେବଳ ଏହି ଭୁତାଣୁର ତାଣ୍ଡବକୁ ଜଳକା ଭଳି ଅନାଇଛି ସିନା ତାକୁ ଆୟତ୍ତ କରିବାରେ ବିଫଳ ହେଉଛି।

ଏ ଭିତରେ ସମ୍ପୂର୍ଣ୍ଣ ପଶ୍ଚିମୀ ଦେଶମାନେ ଏହା ଅନୁଭବ କରିଛନ୍ତି ଯେ, ସେମାନଙ୍କ ଦେଶର ପରିସ୍ଥିତି ଏବେ ଏମିତି ହୋଇଯାଇଛି ଯେ, ଯେଉଁ ଦେଶରୁ ଭୁତାଣୁ ଆସି ତାଙ୍କ ଦେଶରେ ମୃତ୍ୟୁ ଦୂତ ସାଜିଛି, ତାହାର ପ୍ରତିକାର, ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ମେଡିକାଲ୍‌ ସରଞ୍ଜାମ ବି ସେଇ ଚୀନରେ ହିଁ ପ୍ରସ୍ତୁତ ହେଉଛି। ଅର୍ଥାତ୍‌ ମାସ୍କଠାରୁ ଆରମ୍ଭ କରି ଭେଣ୍ଟିଲେଟର ଯାଏଁ ଆବଶ୍ୟକ ମେଡିକାଲ୍‌ ସରଞ୍ଜାମ ପାଇଁ ସେମାନେ ଚୀନ ଉପରେ ନିର୍ଭର କରନ୍ତି। ନିଜ ଦେଶରେ ଏସବୁ ନିର୍ମାଣ ହୁଏ ନାହିଁ। କହିବାକୁ ଗଲେ ରୋଗ ଚିକିତ୍ସା ପାଇଁ ସେମାନଙ୍କ ପାଖରେ କେବଳ ମାସ୍କ ନୁହେଁ ଗ୍ଲୋଭ୍‌, ଭେଣ୍ଟିଲେଟର ଏମିତିକି ସାଧାରଣ ପାରାସିଟାମୋଲ୍‌ ଟବ୍‌ଲେଟ୍‌ର ଘୋର ଅଭାବ ରହିଛି।

ସେମାନଙ୍କର ଏହି ନିର୍ଭରଶୀଳତା ୯୫ ପ୍ରତିଶତ ଆବଶ୍ୟକତାଠୁ ଅଧିକ। ଏଣୁ ସେମାନେ ବାଧ୍ୟ ହୋଇ ଚୀନର ବିଭିନ୍ନ ନିର୍ମାତାଙ୍କୁ ଏଥିଲାଗି ଅନୁରୋଧ କରିବା ସ୍ଵଭାବିକ। କିନ୍ତୁ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ମେଡିକାଲ୍‌ ସରଞ୍ଜାମ କିଣିବା ଲାଗି ଚୀନ୍‌ ପାଖକୁ ଗଲା ପରେ ଏହାର କିଛି ଅସାଧୁ କମ୍ପାନୀ ନିମ୍ନମାନର ତଥା ଖରାପ ଟେଷ୍ଟିଂ କିଟ୍‌, ଗ୍ଲୋଭ୍ ଏବଂ ଅନ୍ୟ ସରଞ୍ଜାମ ସମ୍ପୃକ୍ତ ଦେଶକୁ ପଠାଇଛନ୍ତି। ‘ଆମେରିକାରେ ଦରକାର ପଡ଼ୁଥିବା ଅଧିକାଂଶ ମାସ୍କ ଚୀନ୍‌ରେ ତିଆରି ହୋଇଥାଏ। ଯଦି ଚୀନ୍‌ ଆମେରିକାକୁ ଜବାବ ଦେବାକୁ ଯାଇ ମେଡିକାଲ୍‌ ଉତ୍ପାଦର ରପ୍ତାନୀ ଓ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଏ ତେବେ

ଯୁକ୍ତରାଷ୍ଟ୍ର ଆମେରିକା ଆଉ ଏକ ନୂଆ ନିମୋନିଆ ମହାମାରୀରେ ପୀଡ଼ିତ ହେବ। ଆମେରିକା ଚୀନ୍‌ଠୁ କ୍ଷମା ଆଶା କରୁଛି । କିନ୍ତୁ ବିଶ୍ଵ ଚୀନକୁ କୃତଜ୍ଞତା ପ୍ରଦାନ କରେ’ ବୋଲି ୪ ତାରିଖ ଦିନ ଚୀନର ଜିନୁଆ-ସରକାରୀ ନ୍ୟୁଜ୍‌ ଏଜେନ୍ସୀ ସୂଚନା କରିଛି।

ତା’ହେଲେ ଏବେ ବାସ୍ତବ ସ୍ଥିତି କ’ଣ? ମହାମାରୀରେ ପୀଡ଼ିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଚିକିତ୍ସା ଅଭାବ ହେଉ ବା ବିଜ୍ଞାନର ପରାଜୟ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଭୁତାଣୁ ଜନିତ ରୋଗରେ ସଂକ୍ରମିତ ହେବା ଏବଂ ସେମାନଙ୍କ ଭିତରେ ମୃତ୍ୟୁ ବଢ଼ି ଚାଲିବା ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି। ତା’ ଭିତରେ ଆଉ ଏକ ଉଦ୍‌ବେଗର କାରଣ ଠିଆ ହୋଇଛି ତାହା ହେଲା ଆର୍ଥିକ ମାନ୍ଦାବସ୍ଥା। ସମଗ୍ର ବିଶ୍ଵ ଏବେ ଏହି କଠୋର ପରିସ୍ଥିତିକୁ ସାମ୍ନା କରୁଛି। ବିଶ୍ଵସ୍ତରରେ ଯେଉଁ ଯୋଗାଣ ଶୃଙ୍ଖଳ କାର୍ଯ୍ୟ କରୁଥିଲା ତାହା ପ୍ରଭାବିତ ହୋଇଛି। ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ହୋଇପଡ଼ିଛି।

ଲୋକ ଜୀବୀକା ହରାଇବାରେ ଲାଗିଛନ୍ତି। ୨କୋଟି ୨୦ ଲକ୍ଷ ଆମେରିକୀୟ ମାର୍ଚ୍ଚ ମାସରେ ସେମାନଙ୍କ ଚାକିରି ହରାଇଛନ୍ତି। ଆଉ ପରିସ୍ଥିତି ଏପରି ହୋଇଛି ଯେ, ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳୁ ନାହିଁ।

ଆର୍ଥିକ ସହଯୋଗ ଏବଂ ବିକାଶ ( ଓଇସିଡି)ର ମୁଖ୍ୟ ଅର୍ଥନୀତିଜ୍ଞଙ୍କ କହିବା ଅନୁସାରେ, ଓଇସିଡି ଦେଶମାନଙ୍କରେ ଉତ୍ପାଦନ ୨୫ରୁ ୬୦ ପ୍ରତିଶତ ଖସି ଆସିଛି। ଅଶୋଧିତ ତୈଳ ମୂଲ୍ୟ ୭୦ ପ୍ରତିଶତ ତଳକୁ ଖସି ଆସିଛି। ( ଭାରତ ଏ ନେଇ ଅଭିଯୋଗ କରୁନାହିଁ)। ଏହା ବି ଆକଳନ କରାଯାଇଛି ଯେ ୧.୫୭ ବିଲିୟନ୍‌ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବିକାଶ ଅବରୋଧ ହୋଇଛି। ହସ୍‌ପିଟାଲିଟି, ଟୁରିଜିମ୍‌, ଅଭିଏସନ୍‌ ଏବଂ ନିର୍ମାଣ ଶିଳ୍ପ ଗୁରୁତର ଆଘାତ ପାଇଛନ୍ତି। ସେମାନଙ୍କ ମୁକୁଳିବା ଶୀଘ୍ର ତଥା କଷ୍ଟ ବିହୀନ ହେବା ଅସମ୍ଭବ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏହା ଆକଳନ କରିଛନ୍ତି ଯେ, ଏବର୍ଷ ବିଶ୍ଵ ଅର୍ଥନୀତି ୩ ପ୍ରତିଶତ ସଙ୍କୁଚିତ ହେବ। ଏହା ୧୯୩୦ ଦଶକର ମହା ମାନ୍ଦାବସ୍ଥାକୁ ବି ବଳିଯିବ। ଆସନ୍ତା ୨ ବର୍ଷ ଭିତରେ ବିଶ୍ଵର ସମୁଦାୟ ଘରୋଇ ଉତ୍ପାଦନ ( ଜିଡିପି)ରେ ୯ ଟ୍ରିଲିୟନ୍‌ ହାନୀ ଘଟାଇବ। ଏଥିରେ ଚୀନର ଅର୍ଥନୀତି ବି ପ୍ରଭାବିତ ହେବ। ଏହାର ଅଭିବୃଦ୍ଧି ହାର ୧.୨ ପ୍ରତିଶତ ରହିବ। ୧୯୭୬ ପରେ ଏହା ସବୁଠାରୁମନ୍ଥର ହେବ ବୋଲି ଆକଳନ କରାଯାଇଛି।

ଆଉ ଭାରତର ଅର୍ଥନୀତିର ଅଭିବୃଦ୍ଧି ୧.୫ ପ୍ରତିଶତ ରହିବ। ଯେତେଦିନ ଯାଏଁ ଏହି ମାହାମାରୀର ତାଣ୍ଡବ ଲାଗି ରହିବ ସେତେଦିନ ଯାଏ ଏମିତି କ୍ଷତି ସହି ଚାଲିଥିବ ସାରା ବିଶ୍ଵ। ଏହା ଏବେ ଅନୁମାନ କରିବା କଷ୍ଟ ଯେ, ପୁଣି କେବେ ଅବସ୍ଥା ‘ନ୍ୟୁନର୍ମାଲ’ ଫେରିବ। ଜଙ୍ଗଲରେ ନିଆଁ ଲାଗି ତାହା ଅନିୟନ୍ତ୍ରିତ ଭାବେ ମାଡ଼ି ଚାଲିବା ଭଳି ଏହି ମହାମାରୀ ସଂକ୍ରମଣ ଏବେ ବ୍ୟାପି ଚାଲିଛି।

ଆହୁରି କିଛିଦିନ ଏମିତି ଚାଲିବ। ଯେତିକି ଦିନ ଏହି ଅବସ୍ଥା ଜାରି ରହିଥିବା ସେତିକି ଦିନ ଯାଏ ଆମ ଜୀବନ ଶୈଳୀ, ବ୍ୟବସାୟ, ପରସ୍ପର ସମ୍ପର୍କ ଏବଂ କ୍ଷମତା କେନ୍ଦ୍ରରେ ବଦଳି ଚାଲିଥିବ। ସୂକ୍ଷ୍ମ ଭାବେ ଚିନ୍ତା କଲେ ଏହି ପରିସ୍ଥିତି ଘରୁ କାମ କରିବା ଓ ବାରମ୍ବାର ହାତ ଧୋଇବା , ମାସ୍କ ପିନ୍ଧିବା ସଂସ୍କୃତିକୁ

ବଢ଼ାଇ ଚାଲିବା। ପୁଣି ଏହି ପରିସ୍ଥିତି ଦ୍ଵାରା ଇ-କମର୍ସ ପ୍ଲାଟ୍‌ଫର୍ମ, ଡିଜିଟାଲ୍‌ ସାଇଟ ଗୁଡ଼ିକର ଚାହିଦା ବଢ଼ିବ।

ଦିନକୁ ଦିନ ଡେଟା ବ୍ୟବହାର ଓ ଚାହିଦା ଯଥେଷ୍ଟ ବଢ଼ିବାରେ ଲାଗିବ। ମାକ୍ରୋସ୍ତରରେ ଦେଖିଲେ ପରିବର୍ତ୍ତନ ଅନେକ ହେବ। ବିଶେଷକରି ସରକାରମାନେ ଗୁରୁତ୍ଵପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀକୁ ଏବେ ନିଜ ଦେଶରେ ତିଆରି କରିବା ଲାଗି ଚାହିଁବେ। ରାଷ୍ଟ୍ରଗୁଡ଼ିକ ଅନ୍ତର୍ମୁଖୀ ହେବେ। ଫଳରେ ଆନ୍ତର୍ଜାତୀୟ ବାଣିଜ୍ୟ ଓ ବ୍ୟବସାୟ ଏକ ନୂଆ ଦିଗ ନେବ । ସରକାରମାନେ ଅଧିକ ଶକ୍ତ ହେବାକୁ ଚାହିଁବେ। ଆନ୍ତର୍ଜାତୀୟ ଅର୍ଥନୀତିକ ପ୍ରତିଷ୍ଠାନ ( ଆଇଆଇଏଫ)ଙ୍କ କହିବା ଅନୁସାରେ ଏବେ ବିଭିନ୍ନ ଉଦୀୟମାନ ବଜାରରେ ପ୍ରାୟ ୧୦୦ ବିଲିୟନ ଡଲାର ନିବେଶ କରାଯାଇଛି। ଏହା ୨୦୦୮ ବିଶ୍ଵ ମାନ୍ଦାବସ୍ଥା ସମୟରେ ଦେଖା ଦେଇଥିବା ପୁଞ୍ଜି ସ୍ଥାନାନ୍ତରଠାରୁ ୩ ଗୁଣା ଅଧିକ। ଜାପାନ୍‌ ଏ ଭିତରେ ଚୀନରୁ ଉତ୍ପାଦନକୁ ଫେରାଇ ଆଣି ନିଜ ଦେଶରେ ବା ଅନ୍ୟ ତୃତୀୟ ପକ୍ଷ ଦେଶରେ ନିବେଶ କରିବା ପାଇଁ ୨.୨ ବିଲିୟନ୍‌ ଡଲାର୍‌ ସଂରକ୍ଷିତ କରିଥିବା ଜଣାଇଛି। ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବିଶାଳ ପରିବର୍ତ୍ତନ ଆଶଙ୍କା କରାଯାଉଛି।

ଆମେରିକା ବିଶ୍ଵରେ ଯେଉଁ ସୁରକ୍ଷା ବଳୟ ସୃଷ୍ଟି କରିଛି ସେଥିରେ ଥିବା ଦେଶ ଗୁଡ଼ିକ ଆମେରିକା ଉପରେ ପ୍ରକଟ କରି ଆସୁଥିବା ଆସ୍ଥା ଦୁର୍ବଳ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ ଚୀନର ଉଦ୍‌ବେଗ ଦିନକୁ ଦିନ ବଢ଼ି ଚାଲିବ। ପରିଶେଷରେ ଚୀନ୍‌ ହିଁ ସବୁଠାରୁ ଅଧିକ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେବ। ଚୀନର ଛାତ୍ରଛାତ୍ରୀ, ବୈଜ୍ଞାନିକ, ବ୍ୟବସାୟକୁ ଏବେ ସାରା ବିଶ୍ଵ ସନ୍ଦେହ ଦୃଷ୍ଟିରେ ଦେଖିବେ। ବିକଳ୍ପ ପ୍ରତିଷ୍ଠା ଲାଗି କିଛି କ୍ଷଣ ଲାଗି ହେଲେ ବି ଏକ ପ୍ରତ୍ୟକ୍ଷ ଯୁଦ୍ଧ ବି ଏ ବିଶ୍ଵ ଦେଖିବା ଆଶଙ୍କା ରହିଛି। ଏହା ସମଗ୍ର ବିଶ୍ଵରେ ଅସ୍ଥିରତା ଓ ଉତ୍ତେଜନା ବାତାବରଣ ସୃଷ୍ଟି କରିବ । ଜାତିସଂଘ, ଜାତିସଂଘ ସୁରକ୍ଷା ପରିଷଦ, ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପରି ବିଶ୍ଵ ଅନୁଷ୍ଠାନଗୁଡ଼ିକ ଏବେ ସନ୍ଦେହ ଘେରକୁ ଚାଲି ଆସିଛନ୍ତି। ଏମାନଙ୍କୁ ବିଭାଜନକାରୀ, ନିଷ୍କ୍ରିୟ ଅନୁଷ୍ଠାନ ବୋଲି ବିଚାର କରାଯାଉଛି।

ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ୍‌ ଜୟଶଙ୍କର ଏବର୍ଷ ପ୍ରାରମ୍ଭରୁ ମ୍ୟୁନିକ୍‌ ସୁରକ୍ଷା ସମ୍ମିଳନୀରେ ନିଜର ମତ ପ୍ରକାଶ କରି କହିଥିଲେ ଯେ, ଇତିହାସରେ ଜାତିସଂଘକୁ ଯେମିତି ବିଶ୍ଵସନୀୟ ଅନୁଷ୍ଠାନ ଭାବେ ଗ୍ରହଣ କରାଯାଉଥିଲା ଏବେ ତାହା ଘଟିଛି। ଏଥିଲାଗି ଦୁଇଟି ମୁଖ୍ୟ କାରଣ ଦାୟୀ। ପ୍ରଥମେ ଏହା ନିଜ ପକ୍ଷରୁ ନିଆଯାଇଥିବା କୌଣସି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ଅସମର୍ଥ। ପୁଣି ଜାତିସଂଘ ସୁରକ୍ଷା ପରିଷଦ ସବୁବେଳେ ଏହାର ୫ଟି ସ୍ଥାୟୀ ସମସ୍ୟଙ୍କ ଉପରେ ନିର୍ଭର କରିଥାଏ ଯେଉଁମାନେ ପରସ୍ପରଠାରୁ ବିଭାଜିତ। ଦ୍ଵିତୀୟରେ ଏହି ଅନୁଷ୍ଠାନଗୁଡ଼ିକ ପାଇଁ ଆମେରିକାଠାରୁ ଚୀନର ଆର୍ଥିକ ଅବଦାନ ଯଥେଷ୍ଟ କମ୍‌ ହୋଇଥିଲେ ବି ଦିନକୁ ଦିନ ଚୀନର ପ୍ରଭାବ ବଢ଼ି ଚାଲିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନକୁ ଚୀନ୮୬ ମିଲିୟନ ଡଲାର ସହାୟତା ଦେଇଥିବାବେଳେ ଆମେରିକା ୮୯୩ ମିଲିୟନ୍‌ ଡଲାର ପ୍ରଦାନ କରିଛି। ଚୀନ୍‌ ସବୁବେଳେ ସଂଗଠନର ପ୍ରମୁଖ ପଦବୀଗୁଡ଼ିକରେ କେମିତି ତା’ର ମନଲାଖି ପ୍ରାର୍ଥୀ ନିର୍ବାଚିତ ହେବେ ସେଥିପ୍ରତି ଧ୍ୟାନ ଦିଏ। ଆଉ ତା’ପରେ ତାହାଙ୍କୁ ନିଜ ଅନୁସାରେ ପରିଚାଳିତ କରିବା ପାଇଁ ଚାହେ। ଏବେ ଯିଏ ସଂଗଠନର ମୁଖ୍ୟ ଅଛନ୍ତି ସେ ଜଣେ ଚୀନ୍ ସମର୍ଥିତ ପ୍ରାର୍ଥୀ ଥିଲେ।

ଆଗକୁ ଏହି ଅନୁଷ୍ଠାନଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି କାରଣ ଏଠାରେ ସଂସ୍କାର ପ୍ରକ୍ରିୟା ପାଇଁ ସୀମିତ ଆଗ୍ରହ ରହିଛି। ଆଉ ସର୍ବଶେଷରେ ବଡ଼ ପ୍ରଶ୍ନ ହେଉଛି ଭାରତ ଏ ପରିସ୍ଥିତିରେ କ’ଣ କରିବ? ଏବାବଦରେ ଏଯାଏ ଯେଉଁ ସଙ୍କେତ ମିଳୁଛି ତାହା ସକରାତ୍ମକ ରହିଛି। ଆଶା କରୁଛି ଯେ, ଆମେ ସ୍ଥାନୀୟ ତଥା ଗୋଷ୍ଠୀ ସଂକ୍ରମଣକୁ ରୋକି ପାରିବାରେ ସକ୍ଷମ ହୋଇଛୁ। ଯେହେତୁ ଆମେ ସଂକ୍ରମଣକୁ ଅବରୋଧ କରିପାରିବାରେ ସଫଳ ହୋଇଛୁ, ସରକାର ଅର୍ଥନୀତିକ ପ୍ରକ୍ରିୟାକୁ ପୁଣିଥରେ ଚାଲୁ କରିବା ଲାଗି ଆଗଭର ହୋଇଛନ୍ତି। ଯେହେତୁ ଏବେ ବିଶ୍ଵରେ ଅନେକ ଶଙ୍କା, ଆଶଙ୍କା ରହିଛି, ଏହା ଭାରତ ପାଇଁ ବ୍ୟବସାୟିକ କାର୍ଯ୍ୟକ୍ରମ ଆରମ୍ଭ କରିବାର ଉଚିତ ସମୟ। ମେକ୍‌ ଇନ୍‌ ଇଣ୍ଡିଆ ୨.୦ ପ୍ରକ୍ରିୟା ସହଜରେ ଋଣ ଉପଲବ୍ଧ କରାଇବା ଆବଶ୍ୟକ। ଜିଏସ୍‌ଟି ହାର କମିବା, ଜମି ଓ ଶ୍ରମ ସଂସ୍କାର, ସମୟଭିତ୍ତିକ ଅନ୍‌ଲାଇନ୍‌ ଅନୁମୋଦନ ଏବଂ ପ୍ରତିବନ୍ଧକକୁ ସହଜରେ ଏଡ଼ାଇବାର ବ୍ୟବସ୍ଥା ହେଉଛି ସାମ୍ପ୍ରତିକ ସମୟର ଜରୁରୀ ଆବଶ୍ୟକତା। କୋଭିଡ୍‌୧୯, ଏକ ଅପ୍ରତ୍ୟାଶିତ ଆହ୍ବାନ କିନ୍ତୁ ଏକ ସୁଯୋଗ ମଧ୍ୟ। ଆଶା ଆମେ ଏହି ଆହ୍ବାନକୁ ସମ୍ମୁଖୀନ ହୋଇ ସୁଯୋଗକୁ ଅକ୍ତିଆର କରିବା କ୍ଷେତ୍ରରେ ସଫଳ ହେବା ଶକ୍ତି ଧାରଣ କରିଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.