ETV Bharat / bharat

ପ୍ରକୃତି ବନ୍ଧୁ: ଗୋଟିଏ ନଡିଆ ଗଛ ପାଇଁ ଅଢେଇ ଲକ୍ଷ ଖର୍ଚ୍ଚ - ପରିବେଶ ସୁରକ୍ଷା

ଗୋଟିଏ ନଡିଆ ଗଛ ବଞ୍ଚାଇବାକୁ ଜଣେ ବ୍ୟକ୍ତି ଖର୍ଚ୍ଚ କରିଛନ୍ତି 2.5 ଲକ୍ଷ ଟଙ୍କା । ପ୍ରକୃତିକୁ ପ୍ରକୃତରେ ଭଲ ପାଇବା ମଣିଷଟିଏ ହେଉଛନ୍ତି ପଶ୍ଚିମବଙ୍ଗର ଉତ୍ତର 24 ପରଗନାର ନିର୍ମାଲ୍ୟ ଦତ୍ତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 6, 2019, 3:58 PM IST

କୋଲକାତା: ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ଅନେକ ଯୋଜନା । କୌଣସି କାର୍ଯ୍ୟକ୍ରମରେ ନେତା ଓ ସେଲିବ୍ରିଟି ବୃକ୍ଷରୋପଣ କରି ଚର୍ଚ୍ଚାକୁ ଆସିଥାନ୍ତି । କିନ୍ତୁ ଏହି ଗଛ ଲଗାଯିବା ପରେ ଏହାକୁ ସମସ୍ତେ ଭୁଲି ଯାଇଥାନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ହେଲେ ଏଠାରେ ଦେଖିବାକୁ ମିଳିଛି ଟିକିଏ ବ୍ୟତିକ୍ରମ । ଗୋଟିଏ ନଡିଆ ଗଛ ବଞ୍ଚାଇବାକୁ ଜଣେ ବ୍ୟକ୍ତି ଖର୍ଚ୍ଚ କରିଛନ୍ତି 2.5 ଲକ୍ଷ ଟଙ୍କା । ପରିବେଶ ପ୍ରତି ନିଆରା ଚିନ୍ତାଧାରା, ନିଆରା ଭଲପାଇବା । ପ୍ରକୃତିକୁ ପ୍ରକୃତରେ ଭଲ ପାଇବା ମଣିଷଟିଏ ହେଉଛନ୍ତି ପଶ୍ଚିମବଙ୍ଗର ଉତ୍ତର 24 ପରଗନାର ନିର୍ମଲ୍ୟ ଦତ୍ତ । 2 ଲକ୍ଷ 50 ହଜାର ବ୍ୟୟରେ ସେ ନିଜ ନଡିଆ ଗଛକୁ ବଞ୍ଚାଇ ରଖିଛନ୍ତି । ସୂଚନା ଅନୁସାରେ 20 ବର୍ଷ ପୂର୍ବେ ନିର୍ମାଲ୍ୟଙ୍କ ବାଡିରେ ଥିଲା 5ଟି ନଡିଆ ଗଛ ଓ ଗୁଆ ଗଛ । ପଡୋଶୀ ଘରର କିଛି ଅସୁବିଧା ହେବାରୁ ସେମାନେ ଏହି ସମସ୍ତ ଗଛକୁ କାଟିବାକୁ ବାଧ୍ୟ ହୋଇଥିଲେ ।

ସେହି ସମୟରେ ନିର୍ମଲ୍ୟଙ୍କ ବାପା ଗୋଟିଏ ନଡିଆ ଗଛ ଛାଡି ଦେଇ ସବୁତକ ଗଛ କାଟି ଦେଇଥିଲେ । ପରେପରେ ନିର୍ମାଲ୍ୟଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଏହି ନଡିଆ ଗଛକୁ ବଞ୍ଚାଇ ରଖିବାକୁ ଚେଷ୍ଟା କଲେ ସେ । ହେଲେ ଘରର ଚତୁର୍ପାର୍ଶ୍ବରେ ମୋବାଇଲ ଟାୱାର ଥିବା ଯୋଗୁଁ ବିକିରଣ ରଶ୍ମୀ ମନୁଷ୍ୟ ପାଇଁ ଏବଂ ଗଛପତ୍ର, ପଶୁପକ୍ଷୀ ପାଇଁ ହାନିକାରକ । ଏପରି ଚିନ୍ତାଧାରରେ ନିର୍ମାଲ୍ୟ ତାଙ୍କ ନଡିଆ ଗଛକୁ ବଞ୍ଚାଇବାକୁ ଯାଇ ଏକ 64 ଫୁଟ ଉଚ୍ଚର ଟାୱାର ପ୍ରସ୍ତୁତ କଲେ । ଯେହେତୁ ସେ ସରକାରୀ କନିଷ୍ଠ ମେକାନିକାଲ ଇଞ୍ଜିନିୟର ତେଣୁ ସେ ବୁଦ୍ଧି ଖଟାଇ ଏହି ଟାୱାର ନିର୍ମାଣ କଲେ ।

ଏହି 64 ଫୁଟ ଉଚ୍ଚର ଟାୱାରଟି ଆଲୁମିନିୟମ ଖମ୍ବ, ଆଲୁମିନିୟମର ଜାଲି ଏବଂ ବାଉଁଶ ସହାଯ୍ୟରେ ତିଆରି କରାଯାଇଛି । ଏପରି କରିବାର ଉଦେଶ୍ୟ ହେଉଛି ବର୍ଷାଦିନେ ବଜ୍ରପାତ ହେଲେ ଏହି ଆଲୁମିନିୟମ ଖମ୍ବଟି ଆର୍ଥିଂ ଭଳି କାମ କରିବ । ଫଳରେ ନଡିଆ ଗଛଟି ବଜ୍ରାଘାତରୁ ସୁରକ୍ଷା ପାଇବ । ଗଛିଟି ମଧ୍ୟ ଏତେ ବର୍ଷ ଯାଏଁ ସୁରକ୍ଷିତ ଅଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.