ETV Bharat / bharat

ମନେ ରହିବ ବିବାହବାର୍ଷିକୀ: ସ୍ତ୍ରୀ ନାଁରେ ଜହ୍ନରେ ଜାଗା କିଣିଲେ ସ୍ବାମୀ - ସ୍ତ୍ରୀଙ୍କୁ ସ୍ବାମୀଙ୍କ ବିରଳ ଉପହାର

ବିବାହ ବାର୍ଷିକୀରେ ସ୍ତ୍ରୀକୁ ସ୍ବାମୀଙ୍କ ବିରଳ ଉପହାର । ଚନ୍ଦ୍ରପୃଷ୍ଠରୁ 3 ଏକର ଜମି କଲେ ପ୍ରଦାନ । ଅଧିକ ପଢନ୍ତୁ...

ସ୍ତ୍ରୀ ନାମରେ ଜହ୍ନରେ ଜାଗା କିଣିଲେ ସ୍ବାମୀ
ସ୍ତ୍ରୀ ନାମରେ ଜହ୍ନରେ ଜାଗା କିଣିଲେ ସ୍ବାମୀ
author img

By

Published : Dec 26, 2020, 10:11 PM IST

Updated : Dec 26, 2020, 11:02 PM IST

ଜୟପୁର: ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଚନ୍ଦ୍ରପୃଷ୍ଠରେ ଜମି ଉପହାର ଦେଲେ ସ୍ବାମୀ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ, କିନ୍ତୁ କଥାଟି ସତ ଆଉ ଆଇନଗତ ମଧ୍ୟ । ଜୟପୁର ଅଜମେରର ଜଣେ ବ୍ୟକ୍ତି ତାଙ୍କ ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଚନ୍ଦ୍ରପୃଷ୍ଠରୁ 3 ଏକର ଜମି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଏପରି ଘଟଣା ରାଜସ୍ଥାନର ପ୍ରଥମ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଆମେରିକା ନ୍ୟୁୟର୍କ ସିଟିର ଏକ ଫର୍ମ ଲୁନର ସୋସାଇଟି ଇଣ୍ଟରନ୍ୟାସନାଲ୍ ଏହି ଜମି ବିକ୍ରିକରେ। ବ୍ରାଜିଲରେ ରହୁଥିବା ଅଜମେରର ବାସିନ୍ଦା ଧର୍ମେନ୍ଦ୍ର ଧାମିଆ ବିବାହର ଅଷ୍ଟମ ବାର୍ଷିକୀରେ ତାଙ୍କ ପତ୍ନୀ ସପନା ଧାମିଆଙ୍କୁ ଚନ୍ଦ୍ରରେ 3 ଏକର ଜମି ଉପହାର ଦେଇଛନ୍ତି । ଏଥିସହ ଧମେନ୍ଦ୍ର ସପନାଙ୍କୁ ଜମିର ରେଜିଷ୍ଟ୍ରି ପ୍ରମାଣପତ୍ର ଏବଂ ସେଠାକାର ନାଗରିକତା ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଧର୍ମେନ୍ଦ୍ର ଉତ୍ତର ଅକ୍ଷାଂଶର 14.3 ଏବଂ ପୂର୍ବ ଦ୍ରାଘିମାର 5.6 ଅଂଶ କିଣିଛନ୍ତି । ଯାହାର ଫାଇଲ୍ ସଂଖ୍ୟା ହେଉଛି 14253182f । ଡିସେମ୍ବର 24ରେ, ଅଜମେରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କେକ୍ କାଟିବା ସହ ତାଙ୍କ ପତ୍ନୀଙ୍କୁ ଚନ୍ଦ୍ରପୃଷ୍ଠରେ ରେଜିଷ୍ଟ୍ରି କରିଥିବା ଜମି ପ୍ରଦାନ କରିଛନ୍ତି ।

ତେବେ କାର୍ଯ୍ୟକ୍ରମରେ ଏଭଳି ଉପହାର ଦେଖି ସପନା ଭାବବିହ୍ବଳ ହୋଇଯାଇ ଥିବାବେଳେ ସେଠାରେ ଉପସ୍ଥିତ ଅତିଥି ତାଙ୍କୁ ଅଭିବାଦନ ଜଣାଇଥିଲେ । ଧର୍ମେନ୍ଦ୍ର ଧାମିଆ କହିଛନ୍ତି ଯେ ଉପହାରରେ ମୂଲ୍ୟ ଦେଖାଯାଏନାହିଁ ବୋଲି ମୁଁ ଏହାର ମୂଲ୍ୟ କହିପାରିବି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 26, 2020, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.