ଗୁଜୁରାଟ: ଜଣେ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯାଇଛି। ଭାରତ ସରକାର ଓ ଗୁଜୁରାଟ ସରକାର ତାଙ୍କର ନାଗରିକତ୍ବକୁ ସ୍ବୀକାର କରିଛନ୍ତି। ଏନେଇ ଗୁଜୁରାଟ ଦେବଭୂମି ଦ୍ବାରକାର ଜିଲ୍ଲାପାଳ ନରେନ୍ଦ୍ର କୁମାର ମୀନା ଜଣାଇଛନ୍ତି। ତାଙ୍କୁ ଗତ ଡିସେମ୍ବର 18 ତାରିଖରେ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି।
ମହିଳା ଜଣକ ଗୁଜୁରାଟର ଭାନଭଦ ତାଲୁକାରେ ଜନ୍ମ ହୋଇଥିଲେ। 1999 ମସିହାରେ ଜଣେ ପାକିସ୍ତାନୀଙ୍କୁ ବିବାହ କରିବା ପରେ ସେ ପାକିସ୍ତାନର ନାଗରିକତା ପାଇଥିଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ଭାରତ ଫେରିବାକୁ ଇଚ୍ଛା କରିବା ସହ ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିଲେ।