ETV Bharat / bharat

ଏକ ସ୍ବର୍ଣ୍ଣିମ ଭବିଷ୍ୟତ ଦିଗରେ ନୂତନ ଉପକ୍ରମ !

ଶିକ୍ଷାଗତ ଯୋଗ୍ୟତା ବଢ଼ିଲେ, ବେକାର ସମସ୍ୟା ମଧ୍ୟ ବଢ଼ିବ ! ତେଣୁ ତୃଣମୂଳ ସ୍ତରରୁ ହିଁ ସଠିକ ସୁଧାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ଶିକ୍ଷା କ୍ଷେତ୍ରରେ ସଂସ୍କାର ହାସଲ କରାଯାଇପାରିବ । ଅଧିକ ପଢନ୍ତୁ...

ଏକ ସ୍ବର୍ଣ୍ଣିମ ଭବିଷ୍ୟତ ଦିଗରେ ନୂତନ ଉପକ୍ରମ !
ଏକ ସ୍ବର୍ଣ୍ଣିମ ଭବିଷ୍ୟତ ଦିଗରେ ନୂତନ ଉପକ୍ରମ !
author img

By

Published : Aug 1, 2020, 5:15 PM IST

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ପ୍ରଥମ ବୈଠକରେ ଉପସ୍ଥାପିତ ଏବଂ ମୋଦି ସରକାରଙ୍କ ଶାସନକାଳର ଦ୍ବିତୀୟ ପାଳିର ପ୍ରଥମ ଦିନରେ କ୍ୟାବିନେଟ ଦ୍ବାରା ଅନୁମୋଦିତ କସ୍ତୁରୀରଙ୍ଗନ କମିଟି ରିପୋର୍ଟରେ ଦେଶରେ ଏକ ପ୍ରଗତିଶୀଳ ଏବଂ ବିଜ୍ଞାନ ଆଧାରିତ ନୂତନ ସମାଜ ଗଠନ ଲକ୍ଷ୍ୟ ରଖାଯାଇଛି । ନର୍ସରୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ, 2040 ମସିହା ସୁଦ୍ଧା ଭାରତୀୟ ଶିକ୍ଷାଦାନ-ଶିକ୍ଷାଗ୍ରହଣ ପଦ୍ଧତିର ପୁନର୍ବିନ୍ୟାସ ଲାଗି ରଖାଯାଇଥିବା ଭବିଷ୍ୟତ ଲକ୍ଷ୍ୟ ବେଶ ପ୍ରଶଂସନୀୟ । 1986 ରେ ପ୍ରଣୀତ ଜାତୀୟ ଶିକ୍ଷା ପଦ୍ଧତି ଏହାର ପ୍ରାସଙ୍ଗିକତା ହରାଇଛି ବୋଲି 1991ରେ ସମାଲୋଚନା ହେବା ପରେ 1992ରେ ଏଥିରେ ଅଳ୍ପ କେତେକ ପରିବର୍ତ୍ତନ କରାଯାଇଥିଲେ ହେଁ ଏହି ଅନୁଶୀଳନ ଅସମ୍ପୂର୍ଣ୍ଣ ରହିଥିଲା । ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମୟରେ ପରିଲକ୍ଷିତ ସମସ୍ୟା ଓ ଆହ୍ବାନପୂର୍ଣ୍ଣ ସ୍ଥିତିକୁ ବିଚାରକୁ ନେଇ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ଲକ୍ଷ୍ୟରେ ପ୍ରଣୀତ ସୁଦୃଢ ନୀତି ଅତୀତରେ କରାଯାଇଥିବା ଅନେକ ଅମନଯୋଗୀ ଏବଂ ଅସଫଳ ପ୍ରୟାସ ତୁଳନାରେ ବହୁଗୁଣରେ ଉତ୍ତମ ।

ଶିକ୍ଷା କ୍ଷେତ୍ର ସୁଦୃଢ ହେଲେ, ଦେଶର ଉତ୍ପାଦକ ପ୍ରକ୍ରିୟାରେ ଉପଲବ୍‌ଧ ମାନବ ସମ୍ବଳର ସର୍ବାଧିକ ବିନିଯୋଗ ଏବଂ ଏଥିରେ ପରିବର୍ତ୍ତନଶୀଳତାର ସୁଯୋଗ ମିଳିବା ସହିତ ରାଷ୍ଟ୍ରର ଭବିଷ୍ୟତ ଗଠନକୁ ନୂତନ ରୂପ ପ୍ରଦାନ କରାଯାଇପାରିବ । ନୂତନ ପାଠ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ସମାପନ ସମୟ ସୁଦ୍ଧା କେତେକ ବୃତ୍ତି ନିମନ୍ତେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି, ମାତୃଭାଷାରେ ଶିକ୍ଷାଲାଭର ଅବସର, ପାଠ୍ୟକ୍ରମର ବିଷୟବସ୍ତୁକୁ ଯୁକ୍ତିସଂଗତ ଭାବରେ ହ୍ରାସ କରିବା ସହିତ ସ୍କୁଲ୍‌ ବ୍ୟାଗ୍‌ର ଓଜନ ହ୍ରାସ ଏବଂ ଶିକ୍ଷା କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦ (GDP)ର 6 ପ୍ରତିଶତ ବ୍ୟୟବରାଦ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମର ଲକ୍ଷ୍ୟସାଧନ ନିମନ୍ତେ ଏକ ବଳିଷ୍ଠ ଭିତ୍ତି ସ୍ଥାପନ ପାଇଁ ବଜେଟରେ ପର୍ଯ୍ୟାପ୍ତ ବ୍ୟୟବରାଦର ଆବଶ୍ୟକତା ରହିଛି । ନିକଟରେ ଉନ୍ମୋଚିତ ନୂତନ ଶିକ୍ଷା ନୀତି ବଳରେ ଶିକ୍ଷାଦାନ କ୍ଷେତ୍ରରେ ଗୁଣାତ୍ମକ ରୂପାନ୍ତରଣ ସେତେବେଳେ ସମ୍ଭବ ହେବ, ଯେତେବେଳେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ବର୍ତ୍ତମାନ ଖର୍ଚ୍ଚ କରୁଥିବା (ମୋଟ ଘରୋଇ ଉତ୍ପାଦର 4.4 ପ୍ରତିଶତ) ରାଶି ପରିମାଣରେ ଆଉ 2.25 ଲକ୍ଷ କୋଟି ଟଙ୍କା ବୃଦ୍ଧି କରିବେ ।

ସମ୍ପ୍ରତି ଦେଶରେ ଚାଲିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ASER ବା ଶିକ୍ଷା ସ୍ଥିତି ସଂପର୍କିତ ବାର୍ଷିକ ରିପୋର୍ଟରେ ସମାଲୋଚନା କରାଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ବି ଏହା ସେତେ ଭଲ ନୁହେଁ । ଏବେ ଏକ ଧାରଣା ସୃଷ୍ଟି ହୋଇଛି ଯେ, ଶିକ୍ଷାଗତ ଯୋଗ୍ୟତା ବଢ଼ିଲେ, ବେକାର ସମସ୍ୟା ମଧ୍ୟ ବଢ଼ିବ ! ତେଣୁ ତୃଣମୂଳ ସ୍ତରରୁ ହିଁ ସଠିକ ସୁଧାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ଶିକ୍ଷା କ୍ଷେତ୍ରରେ ସଂସ୍କାର ହାସଲ କରାଯାଇପାରିବ ! ମାତୃଭାଷାରେ ଶିକ୍ଷାଲାଭକୁ ଅଗ୍ରାଧିକାର ଦେଉଥିବା ଜର୍ମାନୀ, ଜାପାନ, ଇଟାଲୀ ଏବଂ ଇଜିପ୍‌ଟର ଉତ୍ପାଦନକ୍ଷମତାରେ ମହତ୍ତ୍ବପୂର୍ଣ୍ଣ ଅଭିବୃଦ୍ଧି ହାସଲ କରାଯାଇଛି ।

ମହାରାଷ୍ଟ୍ର, ତାମିଲନାଡୁ ଏବଂ କର୍ଣ୍ଣାଟକ ସେମାନଙ୍କ ନିଜ ଭାଷାରେ ଶିକ୍ଷାଦାନର ଗୁରୁତ୍ବକୁ ବୁଝିପାରିଥିବା ବେଳେ ଅନ୍ୟ ଅନେକ ରାଜ୍ୟରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନକୁ ଏବେ ବି ଗୁରୁତ୍ବ ପ୍ରଦାନ କରାଯାଉଛି । ଯଦିଓ ଦେଶରେ ଇଂରେଜ ଶାସନର ଅନ୍ତ ଘଟିଛି, ତଥାପି ଇଂରାଜୀ ଭାଷା ପ୍ରତି ରହିଥିବା ମାନସିକ ଦୁର୍ବଳତା ଏ ଦେଶକୁ ଛାଡୁନାହିଁ । ନୂତନ ଶିକ୍ଷା ନୀତି ଅନୁସାରେ ସଂକୀର୍ଣ୍ଣ ରାଜନୀତିରୁ ଦୂରେଇ ଯାଇ ମାତୃଭାଷା ମାଧ୍ୟମରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ସମ୍ଭବ ହେଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିବା ଦିଗରେ ସବୁ ରାଜ୍ୟ ସହଯୋଗ କରିବେ।

କେବଳ ଭଲ ଚାକିରି ମିଳିବା ଆଶାରେ କେତେକ ପିତାମାତା ସେମାନଙ୍କ ପିଲାଙ୍କ ପାଇଁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନକୁ ପସନ୍ଦ କରିଥାଆନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ସଂକ୍ରାନ୍ତ ନିୟମରେ ପରିବର୍ତ୍ତନ କରି କେବଳ ନିଜ ମାତୃଭାଷାରେ ଦକ୍ଷତାର ସହ ପଢିଲେଖି ପାରୁଥିବା ପ୍ରାର୍ଥୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିବା ଉଚିତ। ସରକାରଙ୍କ ଶାସନ ବ୍ୟବସ୍ଥାରେ ପତ୍ର ବିନିମୟ ଏବଂ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ବି ମାତୃଭାଷାର ବହୁଳ ପ୍ରଚଳନ ବିଧେୟ । କେବଳ ତାହାହେଲେ ହିଁ ନୂତନ ଶିକ୍ଷା ନୀତିରେ ରହିଥିବା ପ୍ରମୁଖ ସଂସ୍କାର ପ୍ରସ୍ତାବଗୁଡ଼ିକ ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହେବା ସହିତ ସାରା ଦେଶକୁ ଅନୁପ୍ରାଣିତ କରିପାରିବ ।

‘ଦେଶର 20 ପ୍ରତିଶତ ଶିକ୍ଷକ ଏବଂ 45 ପ୍ରତିଶତ ଠିକାଭିତ୍ତିକ ଶିକ୍ଷା କର୍ମଚାରୀ ଆବଶ୍ୟକ ପ୍ରଶିକ୍ଷଣ ପାଇନାହାନ୍ତି ।‘ ଶିକ୍ଷକମାନଙ୍କୁ ସର୍ବୋଚ୍ଚ ସ୍ତରର ପ୍ରଶିକ୍ଷଣ ଓ ଶିକ୍ଷା ଦେବା ଲାଗି ଆଇଆଇଟି ଏବଂ ଆଇଆଇଏମ ସମତୁଲ ଏକ ଉଚ୍ଚସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ନିହାତି ଆବଶ୍ୟକ । ନୀତି ପ୍ରଣୟନ ଗୋଟିଏ କଥା.. ଏହାକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଭିନ୍ନ କଥା । ପୁରୁଣାକାଳିଆ ଶିକ୍ଷାଦାନ ପଦ୍ଧତି, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ବିହୀନ ଶିକ୍ଷକ, ନିଶ୍ଚିତ ଜୀବିକା ଉପାର୍ଜନରେ ଅକ୍ଷମ ଡିଗ୍ରୀ ଏବଂପରୀକ୍ଷାର ଚାପ... ଏହି ସବୁ ସମସ୍ୟାକୁ ସରକାର ଯଦି ହୃଦବୋଧ କରନ୍ତି ଏବଂ ପରବର୍ତ୍ତୀ ପିଢ଼ିକୁ ଏହି ବାଧାବିଘ୍ନରୁ ମୁକ୍ତ କରିବାକୁ ନିଷ୍ଠାର ସହ କାର୍ଯ୍ୟ କରନ୍ତି, ତେବେ ନୂତନ ଶିକ୍ଷା ନୀତିର ଆଶା ଓ ଆକାଂକ୍ଷା ପୂରଣ ଦିଗରେ ଭାରତୀୟ ଶିକ୍ଷାଦାନ ବ୍ୟବସ୍ଥାର ପୁନର୍ବିନ୍ୟାସ ସମ୍ଭବ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.