ETV Bharat / bharat

ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ

ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ସିଧାସଳଖ ଅଭିଯୋଗ କରିଛି ଭାରତ । ଏହା ସହିତ ପାକିସ୍ତାନ ଜମ୍ମୁ-କାଶ୍ମୀରକୁ ନେଇ ମନଗଢା କାହାଣୀ ଶୁଣାଇଥିବା ଭାରତ ପକ୍ଷରୁ କୁହାଯାଇଛି ।

ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ
ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ
author img

By

Published : Jul 8, 2020, 1:21 PM IST

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ଏକ ଭର୍ଚୁଆଲ ବୈଠକରେ ପାକିସ୍ତାନ ଉପରେ ବର୍ଷିଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ସିଧାସଳଖ ଅଭିଯୋଗ କରିଛି ଭାରତ । ଏହା ସହିତ ପାକିସ୍ତାନ ଜମ୍ମୁ-କାଶ୍ମୀରକୁ ନେଇ ମନଗଢା କାହାଣୀ ଶୁଣାଇଥିବା ଭାରତ ପକ୍ଷରୁ କୁହାଯାଇଛି ।

ଜାତିସଙ୍ଘ ସୁରକ୍ଷା ପରିଷଦର ଏହି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଭାରତୀୟ ଦଳର ନେତୃତ୍ବ କରୁଥିବା ବୈଦେଶିକ ମନ୍ତ୍ରାଳୟର ସଂଯୁକ୍ତ ସଚିବ ମହାବୀର ସିଙ୍ଘବୀ ବୈଠକରେ ଅନେକ ପ୍ରସଙ୍ଗ ଉଠାଇଥିଲେ । ଏହି ବୈଠକର ଥିମ 'ଆତଙ୍କବାଦ ଏକ ବୈଶ୍ବକ ସଙ୍କଟ' ରହିଥିଲା । ତେବେ ଏହି ବୈଠକରେ ଭାରତ ପକ୍ଷରୁ କୁହାଯାଇଥିଲା, ମହାମାରୀ କୋରୋନା ବିରୋଧରେ ଲଢେଇ କରିବାକୁ ବିଶ୍ବର ସମସ୍ତ ଦେଶ ଏକତ୍ରିତ ହୋଇଛନ୍ତି । କିନ୍ତୁ ପାକିସ୍ତାନ ଏକ ରାଜ୍ୟର ସୀମାରେ ଆତଙ୍କବାଦକୁ ପ୍ରଯୋଜିତ କରୁଛି । ସିଙ୍ଘବୀ ଏନେଇ କହିଛନ୍ତି, ଯେଉଁ ଦେଶ ମୁମ୍ବାଇ ଆକ୍ରମଣ, ପଠାନକୋଟ ଆକ୍ରମଣ, ଉରୀ ଏବଂ ପୁଲୱାମା ଭଳି ଆକ୍ରମଣ କରିଛି ସେ ଏବେ ବିଶ୍ବ ସମୁଦାୟକୁ ଉପଦେଶ ଦେଉଛି ।

ଜାତିସଙ୍ଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନୀର ଅକରମଙ୍କ ଅଭିଯୋଗ ପରେ ଭାରତ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇଥିଲା । ପାକିସ୍ତାନ ଭାରତ ଏବଂ ତାର ସହଯୋଗୀ ଦ୍ବାରା ପ୍ରଜୋଜିତ ସଂଗଠନ ଦ୍ବାରା କରାଯାଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି ବୋଲି ଅକରମ କହିଥିଲେ । ତେବେ ଏହାର ଜବାବରେ ଭାରତ କହିଥିଲା, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ସ୍ବୀକାର କରିଥିଲେ ଯେ ପାକିସ୍ତାନରେ 40,000 ଆତଙ୍କବାଦୀ ରହିଛନ୍ତି । ଏହା ବ୍ୟତୀତ ଲସ୍କର ଏବଂ ଜୈଶ-ଇ-ମହମ୍ମଦ ସହ ଜଡିତ ପ୍ରାୟ 6500 ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ କାମ କରୁଥିବା ନିକଟରେ ପ୍ରକାଶ ପାଇଥିଲା । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନା ଦେଉଥିବା ପାକିସ୍ତାନ ଜମ୍ମୁ-କାଶ୍ମୀରକୁ ନେଇ ମନଗଢା କାହାଣୀ କହୁଛି ବୋଲି ସିଙ୍ଘବୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.