ETV Bharat / bharat

କୋରୋନା ପରେ ‘ସାଲମୋନେଲା’, ଚିନ୍ତାରେ ଆମେରିକା-କାନାଡା - କୋରୋନା ପରେ‘ସାଲମୋନେଲା’

ମହାମାରୀ କୋରୋନା ସହ ସାରାବିଶ୍ବ ସଙ୍ଘର୍ଷ କରୁଥିବା ବେଳେ ଏବେ ଆଉ ଏକ ରହସ୍ୟମୟୀ ରୋଗ ଘେରରେ ଆମେରିକା ଓ କାନାଡା । ଉଭୟ ଦେଶରେ ପ୍ରାୟ 500 ରୁ ଅଧିକ ଲୋକ 'ସଲମୋନେଲା ବ୍ୟାକ୍ଟେରିଆ' ନାମକ ଏହି ରୋଗରେ ପୀଡିତ ଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

କୋରୋନା ପରେ ‘ସାଲମୋନେଲା’, ଚିନ୍ତାରେ ଆମେରିକା-କାନାଡାବାସୀ

author img

By

Published : Aug 18, 2020, 2:46 PM IST

କାର୍ଲିଫର୍ଣ୍ଣିଆ: ମହାମାରୀ କୋରୋନା ସହ ସାରାବିଶ୍ବ ସଙ୍ଘର୍ଷ କରୁଥିବା ବେଳେ ଏବେ ଆଉ ଏକ ରହସ୍ୟମୟୀ ରୋଗ ଘେରରେ ଆମେରିକା ଓ କାନାଡା । ଉଭୟ ଦେଶରେ ପ୍ରାୟ 500 ରୁ ଅଧିକ ଲୋକ 'ସଲମୋନେଲା ବ୍ୟାକ୍ଟେରିଆ' ନାମକ ଏହି ରୋଗରେ ପୀଡିତ ଥିବା ଦେଖିବାକୁ ମିଳିଛି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଅନୁଯାୟୀ, କାଲିଫର୍ନିଆରେ ଉତ୍ପାଦିତ ନାଲି ପିଆଜ ଏହି ରୋଗର ଏକ ପ୍ରମୁଖ କାରଣ ହୋଇପାରେ। ସିଡିସି ଅନୁଯାୟୀ ଏ ପର୍ଯ୍ୟନ୍ତ ଆମେରିକାର ୫୦ ମଧ୍ୟରୁ ୩୪ ରାଜ୍ୟରେ ଏହି ରୋଗରେ ୩୯୬ ପୀଡିତ ସାମ୍ନାକୁ ଆସିଲେଣି। ଯେଉଁଥିରେ ୫୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପ୍ରଶାସନର ଯାଞ୍ଚ ଅନୁଯାୟୀ ଏଥିରୁ ଅଧିକାଂଶ ଲୋକ ଲାଲ, ହଳଦିଆ ଓ ଧଳା ପିଆଜ ଖାଇଥିଲେ। ଏହି ଦୂଷିତ ପିଆଜର ଯୋଗାଣ ଥମସନ ଇଣ୍ଟରନ୍ୟାସନାଲ କମ୍ପାନୀ କରିଥିଲେ। ୟୁଏସ ଖାଦ୍ୟ ଓ ଔଷଧ ପ୍ରଶାସନ ଓ ସିଡିସି ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନେ ଥମସନ ଇଣ୍ଟରନ୍ୟାସନାଲ କମ୍ପାନୀର କୌଣସି ବି ପିଆଜ ସେବନ ନ କରନ୍ତୁ। ଯଦି କେହି ପିଆଜ ସେବନ କରନ୍ତି ଏବଂ ରୋଗ ଲକ୍ଷଣ ଦେଖିବାକୁ ମିଳେ ତେବେ ତୁରନ୍ତ ଡାକ୍ତର କିମ୍ବା ହସ୍ପିଟାଲ ସହ ଯୋଗାଯୋଗ କରନ୍ତୁ।

ସିଡିସି ଟ୍ଵିଟ୍ କରି କହିଛି ଏହି ରୋଗରୁ ବଞ୍ଚିବା ପାଇଁ ନିଜର ରୋଷେଇ ଘରୁ ଥମସନ ଇଣ୍ଟରନ୍ୟାସନାଲର ଲାଲ, ହଳଦିଆ ଓ ମିଠା ପିଆଜ କାଢି ଦିଅନ୍ତୁ। ସିଡିସି କହିଛି ସାଲମୋନେଲା ବ୍ୟାକ୍ଟେରିଆ ଅନେକ ପଶୁଙ୍କ ଶରୀରରେ ରହିଥାଏ। ଏହି କାରଣରୁ ଆମେରିକାରେ ପ୍ରାୟ ପ୍ରତି ବର୍ଷ ୪୨୦ ଜଣଙ୍କ ମୃତ୍ୟୁ ହୋଇଥାଏ । ଏହି ବ୍ୟାକ୍ଟେରିଆ କାରଣରୁ ପ୍ରତି ବର୍ଷ ଆମେରିକା ଓ କାନାଡାରେ ପ୍ରାୟ ୧.୩୫ ମିଲିୟନ ପେଟ ସଂକ୍ରମଣର ଶିକାର ହୋଇଥାନ୍ତି । ସେଥିମଧ୍ୟରୁ 26,500 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥାଏ ।

ଡାକ୍ତରଙ୍କ ଅନୁଯାୟୀ ସଲମୋନେଲା ଏକ ବୀଜାଣୁ, ଯାହା ମାନବ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହି ବୀଜାଣୁ ସଂସ୍ପର୍ଶରେ ଆସିବାର ଛଅ ଘଣ୍ଟାରୁ ଛଅ ଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଝାଡ଼ା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାଏ । ବେଳେବେଳେ ଅବସ୍ଥା ଗୁରୁତର ହୋଇଯାଏ ଏବଂ ସଂକ୍ରମଣ ହଜମ ପ୍ରକ୍ରିୟା ମାଧ୍ୟମରେ ପରିସ୍ରା, ରକ୍ତ, ହାଡ, ଗଣ୍ଠି, ମେରୁଦଣ୍ଡ ଏବଂ ମସ୍ତିଷ୍କକୁ ବ୍ୟାପିପାରେ । ଯାହା ମନୁଷ୍ୟର ମୃତ୍ୟୁର କାରଣ ପାଲିଟିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.