ନୂଆଦିଲ୍ଲୀ: ଆଜି ଲକଡାଉନକୁ ଏକ ମାସ ପୁରିଲା। ଲକଡାଉନ ଘୋଷଣା ହେବା ପୂର୍ବରୁ ଦେଶରେ 500 କୋରୋନା ସଂକ୍ରମଣ ମାମଲା ଦେଖାଦେଇଥିଲା। କିନ୍ତୁ ଲକଡାଉନ ପରେ କୋରୋନା ସଂକ୍ରମଣ ହାର ଧୀରେ ଧୀରେ କମିବାରେ ଲାଗୁଛି। ବର୍ତ୍ତମାନ ଏହି ହାର 21.6 ପ୍ରତିଶତରୁ ହ୍ରାସ ପାଇଁ 8.1 ପ୍ରତିଶତରେ ପହଞ୍ଚିଛି। ତଥାପି ମଧ୍ୟ ଦେଶର ସଂକ୍ରମଣ ମାମଲା ବିପଦ ସଙ୍କେତରେ ରହିଛି। ହେଲେ ଲକଡାଉନ କରାଯାଇନଥିଲେ ଏହି ସଂକ୍ରମଣ ମାମଲା 2 ଲକ୍ଷ ପାର କରି ସାରନ୍ତାଣି।
ସୂଚନା ଥାଉକି, ତେବେ କୋରୋନା ମହାମାରୀ ଅତ୍ୟଧିକ କ୍ଷତିଗ୍ରସ୍ତ ବିକାଶଶୀଳ ଦେଶଗୁଡିକର ସଂକ୍ରମଣ ମାମଲା ଠାରୁ ଗତ 3 ଦିନ ମଧ୍ୟରେ ଭାରତରେ ଅଧିକ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। କିନ୍ତୁ ଲକଡାଉନ ସମୟରେ ଜର୍ମାନରେ ସଂକ୍ରମଣ ହାର 2 ପ୍ରତିଶତ ଓ ଆମେରିକାରେ 4.8 ପ୍ରତିଶତ ରହିଥିଲା କିନ୍ତୁ ଭାରତରେ ଏହା 8.1 ପ୍ରତିଶତ ରହିଛି। ଯାହା ଭାରତ ପାଇଁ ଶୁଭ ସଙ୍କେତ ନୁହେଁ।
ଯଦି 8 ପ୍ରତିଶତ ହାରରେ ସଂକ୍ରମଣ ମାମଲା ବୃଦ୍ଧି ପାଇ ଚାଲେ ତେବେ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ସଂକ୍ରମଣ ମାମଲା 40 ହଜାର ପାର କରିଯିବ। ଯାହାକି ଆଗାମୀ 40 ଦିନରେ ପ୍ରାୟ 70,000 ଓ ମେ ମାସ ସୁଦ୍ଧା 2.5 ଲକ୍ଷରେ ପହଞ୍ଚିବ।