ETV Bharat / bharat

ରଜୌରୀରୁ ଗିରଫ ହେଲେ ନିଖୋଜ ଏସଏସବି ଯବାନ

author img

By

Published : Oct 16, 2020, 5:33 PM IST

ଜମ୍ମୁ ଓ କାଶ୍ମୀରର ରଜୌରୀରୁ ଗିରଫ ହେଲେ ଜଣେ ଏସଏସବି ଯବାନ। ଗତକାଲି ବିଳମ୍ବିତ ରାତିରୁ ଦୁଇଟି ରାଇଫଲ ନେଇ କେଉଁ ଆଡ଼େ ଚାଲିଯାଇଥିଲେ। ଅଧିକ ପଢ଼ନ୍ତୁ...

ଜମ୍ମୁର ରଜୋରୀରୁ ଗିରଫ ହେଲେ ନିଖୋଜ ଏସଏସବି ଯବାନ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବଡଗାମ ଅଞ୍ଚଳରୁ ନିଖୋଜ ହୋଇଥିବା ଜଣେ ଯବାନଙ୍କୁ ଗିରଫ କଲା ରଜୌରୀ ପୋଲିସ। ଗତକାଲି(ଗୁରୁବାର) ସଶସ୍ତ୍ର ସୀମା ବାହିନୀର ଜଣେ ଜଣେ ଯବାନ ଦୁଇଟି ଏକେ-47 ରାଇଫଲ ନେଇ ନିଖୋଜ ହୋଇଯାଇଥିଲେ। ଏହାପରେ ଯବାନକୁ ଖୋଜା ଚଳାଇଥିଲା ବଡଗାମ ପୋଲିସ।

ଯବାନ ଜଣକ ବଡ଼ଗାମ ଅଞ୍ଚଳରେ ସ୍ବତନ୍ତ୍ର ପୋଲିସ ଅଧିକାରୀ ଭାବେ କାର୍ଯ୍ୟରତ ରହିଥିଲେ। ଗତ 4 ବର୍ଷ ହେଲା ଯବାନ ଜଣକ ଏହି ପଦରେ କାର୍ଯ୍ୟରତ ରହିଛନ୍ତି। ତେବେ ଗତକାଲି ବିଳମ୍ବିତ ରାତିରୁ ସେ ଦୁଇଟି ଏକେ-47 ରାଇଫଲ ଓ 3ଟି ମାଗାଜିନ ସହ କେଉଁ ଆଡ଼େ ଚାଲିଥିଲେ। କେଉଁ କାରଣରୁ ସେ ଦୁଇଟି ରାଇଫଲ ନେଇ ନିଖୋଜ ରହିଥିଲେ ସେନେଇ କୌଣସି ତଥ୍ୟ ପୋଲିସ ହାତରେ ଲାଗିନାହିଁ। ଏନେଇ ପୋଲିସ ଛାନଭିନ ଜାରି ରଖିଛି।

ଯବାନଙ୍କୁ ରଜୌରୀ ଅଞ୍ଚଳରୁ ଗିରଫ ହେବା ପରେ ଏକ ପ୍ରେସ ଇସ୍ତିହାର ଜରିଆରେ ଜମ୍ମୁ ଓ କାଶ୍ମୀର ପୋଲିସ ସୂଚନା ଦେଇଛି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କିହଛନ୍ତି ଯେ, "ଗତକାଲି ଯବାନ ଜଣକ ନିଜ କ୍ୟାମ୍ପରୁ କେଉଁ ଆଡ଼େ ଚାଲି ଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତାଙ୍କୁ ଖୋଜାଖୋଜି କରିଥିଲା। ଆଜି ସେ ରଜୌରୀ ଇଲାକାରେ ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ତାଙ୍କୁ ପୋଲିସ ଗିରଫ କରିଛି। ଏହାସହ ତାଙ୍କ ପାଖରେ ଥିବା ଦୁଇଟି ରାଇଫଲ ଓ 3ଟି ମାଗାଜିନକୁ ମଧ୍ୟ ଜବତ କରାଯାଇଛି।"

ଯବାନ ଜଣକ ବଡ଼ଗାମ ଜିଲ୍ଲା କାଜିପୁରା ଅଞ୍ଚଳର ଗୁଲାମ ହାସନ ଭଟଙ୍କ ପୁଅ ଅଲତାଫ ହାସନ ବୋଲି ଜଣା ପଡ଼ିଛି। ଘଟଣାକୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବାନେଇ ପୋଲିସ ସୂଚନା ଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.