ETV Bharat / bharat

ଟିକ୍ ଟକ୍‌ରେ ମିଳିଲେ ନିଖୋଜ ବାପା

author img

By

Published : May 24, 2020, 1:27 PM IST

ଗତ ଦୁଇ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ନିଜ ଘର ଛାଡି ପଳାଇଥିବା ବେଳେ ପରିବାର ଲୋକ ତାଙ୍କୁ ଟିକ ଟକ୍ ଭିଡିଓ ଦ୍ବାରା ଚିହ୍ନଟ କରିଛନ୍ତି ।

tik tok
ହଜିଲା ବ୍ୟକ୍ତିକୁ ଖୋଜିଲା ଟିକ୍ ଟକ୍

ଚଣ୍ଡିଗଡ: ନିଖୋଜ ବ୍ୟକ୍ତିକୁ ଖୋଜିଲା ଟିକ୍ ଟକ୍ । ଗତ ଦୁଇ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ନିଜ ଘର ଛାଡି ପଳାଇଥିବା ବେଳେ ପରିବାର ଲୋକ ତାଙ୍କୁ ଟିକ୍ ଟକ୍ ଭିଡିଓ ଦ୍ବାରା ଚିହ୍ନଟ କରିଛନ୍ତି ।

ହଜିଲା ବ୍ୟକ୍ତିକୁ ଖୋଜିଲା ଟିକ୍ ଟକ୍

ସୂଚନା ଅନୁଯାୟୀ, ଭଦ୍ରାଦ୍ରୀ କୋଥାଗୁଡେମ ଜିଲ୍ଲାର ବାସିନ୍ଦା ଭେଙ୍କଟେଶ୍ୱରଲୁଙ୍କର ତିନି ପୁଅ ଏବଂ ଦୁଇ ଝିଅ ଅଛନ୍ତି। ସେ କାମ କରିବାକୁ ଯାଉଛନ୍ତି ବୋଲି କହି ଗତ ଦୁଇ ବର୍ଷ ତଳେ ଘର ଛାଡି ପଳାଇଥିଲେ। ପରିବାର ଲୋକେ ଏନେଇ ବରଗୁମପାଡୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ସେବେଠାରୁ ଭେଙ୍କଟେଶ୍ୱରଲୁଙ୍କରଙ୍କ ଅନୁସନ୍ଧାନ ଜାରି ରହିଥିଲା ।

ତେବେ ଗାଁର ଜଣେ ଯୁବକ ଟିକ୍ ଟକ୍ ଦେଖୁଥିବା ବେଳେ ଭିଡିଓରେ ଭେଙ୍କଟେଶ୍ୱରଲୁଙ୍କୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦେଇଥିଲେ। ତେବେ ଭେଙ୍କଟେଶ୍ୱରଲୁ ପଞ୍ଜାବରେ ଭିକ ମାଗୁଥିବା ବେଳେ ଚିହ୍ନଟ ହୋଇଛନ୍ତି । ଏନେଇ ଜାଣିବା ପରେ ତାଙ୍କ ପୁଅ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ନିବେଦନ କରି ପଦକ୍ଷେପ ନେବା ସହ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ । ଏହାପରେ ପୋଲିସର ସହାୟତା ଭେଙ୍କଟେଶ୍ୱରଲୁ ତାଙ୍କ ଗ୍ରାମକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.