ଲକ୍ଷ୍ମୌ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଏଭଳି ଲଜ୍ଜ୍ୟାଜନକ ଘଟଣା ଘଟିଛି ମଧ୍ୟପ୍ରଦେଶରର ହମିରପୁରରେ । ପୋଲିସ ଘଟଣାସ୍ଥଳରେ ପଦଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାରେ ବ୍ୟବହୃତ ହୋଇଥିବା ଅସ୍ତ୍ର ଜବତ କରାଯାଇ ଫରେନସିକ ଲ୍ୟାବକୁ ପଠାଯାଇଛି । ଘଟଣାର ତଦନ୍ତ ପାଇଁ 5 ଜଣିଆ ଟିମ ଗଠନ ହୋଇଛି । ଏସପି ଶ୍ଲୋକ କୁମାର କହିଛନ୍ତି ଯେ ପୀଡିତାଙ୍କ ପରିବାର ଓ ଗ୍ରାମବାସୀ ଏହାକୁ ଗଣଦୁଷ୍କର୍ମ ବୋଲି ଦାବି କରୁଛନ୍ତି ।
ହେଲେ ଦୁଷ୍କର୍ମ ଘଟଣାରେ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଏସପି କହିଛନ୍ତି । ତେବେ ଘଟଣାର ତଦନ୍ତ ଜାରି ରହି ଥିବା ବେଳେ, କିଛି ଲୋକଙ୍କୁ ମଧ୍ୟ ପଚରା ଉଚରା କରିଛି ପୋଲିସ । ସୂଚନା ଅନୁସାରେ,ନାବାଳିକା ଜଣକ ଘରେ ଏକା ଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା । ପରେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ