ETV Bharat / bharat

ଦିଲ୍ଲୀରେ କୋରୋନାର ଉତ୍କଟ ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜରୁରୀ ବୈଠକ

ଦିଲ୍ଲୀରେ କୋରୋନାର ସ୍ଥିତି ସମୀକ୍ଷାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀ ସରକାରଙ୍କ ଅନେକ ଅଧିକାରୀ ଓ ଗୃହମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 21, 2020, 6:51 PM IST

ଦିଲ୍ଲୀରେ କୋରୋନାର ଉତ୍କଟ ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜରୁରୀ ବୈଠକ
ଦିଲ୍ଲୀରେ କୋରୋନାର ଉତ୍କଟ ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସ୍ଥିତି ଉତ୍କଟ ହେବାରେ ଲାଗିଛି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । କୋରୋନାର ବର୍ତ୍ତମାନ ସ୍ଥିତିକୁ ନେଇ ଜରୁରୀ ବୈଠକ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଦିଲ୍ଲୀରେ କୋରୋନା ସଂକ୍ରମଣର ସ୍ଥିତି ଉପରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସମେତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀ ସରକାରଙ୍କ ଅନେକ ଅଧିକାରୀ ଓ ଗୃହମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଅନ୍ୟପକ୍ଷେ ବେଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଭିଡିଓ କନଫରେନ୍ସିଂ ଜିଆରେ ଉପସ୍ଥିତ ଅଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଚିନ୍ତା ଜାହିର କରିଛନ୍ତି । କୋରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀକୁ 169 ଟେଷ୍ଟିଂ ସେଣ୍ଟର ଦିଆଯାଇଛି । ସେହିପରି ବର୍ତ୍ତମାନ ଦିଲ୍ଲୀରେ 431ଟି ଭେଣ୍ଟିଲେଟର ଉପଲବ୍ଧ ଥିବାବେଳେ ଆଉ 500ଟି ଭେଣ୍ଟିଲେଟର ଯୋଗାଇ ଦିଆଯିବାକୁ ଯୋଜନା ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.