ETV Bharat / bharat

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କୁ କାଳିମାଡ - କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ

କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ତଥା ବିହାରର ବକ୍ସର ଲୋକସଭା ଆସନର ସାଂସଦ ଅଶ୍ବିନୀ ଚୌବେଙ୍କ ଉପରକୁ ରାଜଧାନୀ ପାଟନାରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲ ଆଗରେ କାଳିମାଡ ହୋଇଛି। କେନ୍ଦ୍ରମନ୍ତ୍ରୀଙ୍କୁ କାଳିମାଡ କରିଥିବା ଯୁବକ ଜଣକ ପପୁ ଯାଦବଙ୍କ ସମର୍ଥକ ବୋଲି କୁହାଯାଉଛି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 15, 2019, 3:56 PM IST

Updated : Oct 16, 2019, 5:00 AM IST

ପାଟନା: ବିହାରର ରାଜଧାନୀ ପାଟନାରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉପରକୁ କାଳି ମାଡ। ଦାବି ପୂରଣ ପାଇଁ କେନ୍ଦ୍ରମନ୍ତ୍ରୀ ଉପରେ କାଳିମାଡ ହୋଇଥିବାର ଖବର ମିଳିଛି। ଏ ଘଟଣା ପରେ ମନ୍ତ୍ରୀଙ୍କ ଉପରକୁ କାଳି ଫୋପାଡି ଥିବା ଯୁବକ ଫେରାର ହୋଇଯାଇଛି। ସେ ପପୁ ଯାଦବଙ୍କ ସମର୍ଥକ ବୋଲି କୁହାଯାଉଛି।

ଭିଡିଓ ସୌଜନ୍ୟ: ଏଏନଆଇ

ଡେଙ୍ଗୁରେ ପୀଡିତ ରୋଗୀଙ୍କୁ ଭେଟିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚିଥିଲେ । ଓ୍ବାର୍ଡ ନୀରିକ୍ଷଣ କରି ଫେରୁଥିବା ବେଳେ, ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ଉପରେ କାଳି ମାଡ କରିଥିଲା। ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା କାଳି ମାଡ କରିଥିବା ଯୁବକ।

ତାକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ। ଏ ଘଟଣା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଚୌବେ। ଏହାକୁ ଲୋକ, ଲୋକତନ୍ତ୍ର ଓ ଲୋକତନ୍ତ୍ରର ସ୍ତମ୍ଭ ଉପରେ ଫୋପଡା ଯାଇଥିବା ସେ କହିଛନ୍ତି।

Intro:Body:

BLANK FOR LINK  

Conclusion:
Last Updated : Oct 16, 2019, 5:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.