ETV Bharat / bharat

କଠୋର ନିୟମ ଅନୁସାରେ ପ୍ରସ୍ତୁତ ଏକ ଭୋଟର ତାଲିକା - କଠୋର ନିୟମ ଅନୁସାରେ ପ୍ରସ୍ତୁତ ଏକ ଭୋଟର ତାଲିକା

ସାରା ଦେଶରେ ଗୋଟିଏ ଭୋଟର ତାଲିକା ପ୍ରଚଳନ ପ୍ରସ୍ତାବକୁ 1999 ଏବଂ 2004ରେ ନିର୍ବାଚନ କମିଶନ ସମର୍ଥନ କରିଥିବା ବେଳେ ବିଚାର ବିଭାଗୀୟ ଟ୍ରିବୁନାଲ ମଧ୍ୟ ଏହାକୁ 2015ରେ, ସାଧାରଣ ନିର୍ବାଚନ ଅବସରରେ ସମର୍ଥନ କରିଥିଲେ । ଅଧିକ ପଢନ୍ତୁ...

କଠୋର ନିୟମ ଅନୁସାରେ ପ୍ରସ୍ତୁତ ଏକ ଭୋଟର ତାଲିକା

author img

By

Published : Sep 1, 2020, 4:01 PM IST

90 କୋଟିରୁ ଅଧିକ ଭୋଟଦାତାଙ୍କ ତଥ୍ୟାବଳୀ ସହିତ ଭାରତ ବିଶ୍ବରେ ଗଣତାନ୍ତ୍ରିକ ପଦ୍ଧତିର ଅଗ୍ରଦୂତ ରୂପେ ଖ୍ୟାତି ଅର୍ଜନ କରିଛି । ହେଲେ ଭାରତର ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ପାଇଁ ପ୍ରତିନିଧି ନିର୍ବାଚନ ନିମନ୍ତେ ରହିଥିବା ଏହି ଭୋଟର ତାଲିକାର ସାମ୍ପ୍ରତିକ ସ୍ଥିତି ଲଜ୍ଜାଜନକ ମନେହୁଏ । ଯଦିଓ ନୀତିନିଷ୍ଠ ଭାବରେ ଭୋଟର ତାଲିକା ପ୍ରସ୍ତୁତି କରିବାର ଆବଶ୍ୟକତାକ ସମ୍ପର୍କରେ ଭାରତ ରତ୍ନ ଆମ୍ବେଦକର ଏକଦା ଆମକୁ ସ୍ମରଣ କରାଇ ଦେଇଥିଲେ, ତଥାପି ବର୍ଷ ବର୍ଷ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରହିଥିବା ନିର୍ବାଚନ କମିଟିଗୁଡ଼ିକ ଯେଉଁଭଳି ଢଙ୍ଗରେ କାର୍ଯ୍ୟ କରିଆସୁଛନ୍ତି, ତାହା ଗଭୀର ଉଦବେଗ ସୃଷ୍ଟି କରେ। ଗତ ସାଧାରଣ ନିର୍ବାଚନରେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଘୋଷିତ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ, ନିକଟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର, ଲୋକସଭା, ବିଧାନସଭା ଏବଂ ସ୍ବାୟତ୍ତ ଶାସନ ସଂସ୍ଥା ନିର୍ବାଚନ ପାଇଁ ଚୂଡ଼ାନ୍ତ ରୂପରେ ଗୋଟିଏ ଭୋଟର ତାଲିକା ପ୍ରସ୍ତୁତ କରିବା ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ସମ୍ବିଧାନର 324 ଧାରା ଅନୁସାରେ, ନିର୍ବାଚନ ନିମନ୍ତେ ଲୋକସଭା ଏବଂ ବିଧାନସଭା ଦ୍ବାରା ଆଇନାନୁଯାୟୀ ନିର୍ଦ୍ଦିଷ୍ଟ ଭୋଟର ତାଲିକା ପ୍ରସ୍ତୁତ କରାଯିବା ଆବଶ୍ୟକ ହୋଇଥିବା ବେଳେ ବିଭିନ୍ନ ସ୍ବାୟତ୍ତ ଶାସନ ସଂସ୍ଥା ଦ୍ବାରା ନିର୍ବାଚନ ପରିଚାଳନା ନିମନ୍ତେ କ୍ଷମତାପ୍ରାପ୍ତ ରାଜ୍ୟସ୍ତରୀୟ ନିର୍ବାଚନ ସଂସ୍ଥା ପାଇଁ ଭୋଟର ତାଲିକା ପ୍ରସ୍ତୁତି ଏକ ସାମ୍ବିଧାନିକ କର୍ତ୍ତବ୍ୟ । ଯଦିଓ କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରସ୍ତୁତ ଭୋଟର ତାଲିକା ଉପରେ 22ଟି ରାଜ୍ୟ ନିର୍ଭର କରିଥାଆନ୍ତି, ତଥାପି, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଓଡ଼ିଶା, ଆସାମ, ମଧ୍ୟ ପ୍ରଦେଶ, କେରଳ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ପ୍ରଭୃତି ରାଜ୍ୟ ସେମାନଙ୍କର ନିଜସ୍ବ ‘ସ୍ବତନ୍ତ୍ର’ ଶୈଳୀର ସଙ୍କେତ ଦେଉଥିବା ଏକ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରିଛନ୍ତି । ସାରା ଦେଶରେ ଗୋଟିଏ ଭୋଟର ତାଲିକା ପ୍ରଚଳନ ପ୍ରସ୍ତାବକୁ 1999 ଏବଂ 2004ରେ ନିର୍ବାଚନ କମିଶନ ସମର୍ଥନ କରିଥିବା ବେଳେ ବିଚାର ବିଭାଗୀୟ ଟ୍ରିବୁନାଲ ମଧ୍ୟ ଏହାକୁ 2015ରେ, ସାଧାରଣ ନିର୍ବାଚନ ଅବସରରେ ସମର୍ଥନ କରିଥିଲେ । ଅନାବଶ୍ୟକ ବ୍ୟୟ ଏବଂ ରାଜ୍ୟସ୍ତରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ଏଡ଼ାଇ ଯିବା ପାଇଁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବା ପାଇଁ ବିଭିନ୍ନ ରାଜ୍ୟରେ ପ୍ରଚଳିତ ଏ ସଂକ୍ରାନ୍ତ ଆଇନରେ କେତେକ ପରିବର୍ତ୍ତନ ଆବଶ୍ୟକ ହୁଏ । ସାରା ଦେଶ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନ କରିବା ଏକ ଉତ୍ତମ ପରିକଳ୍ପନା ହୋଇଥିଲେ ହେଁ ଏହି ତାଲିକାର ବିଶ୍ବସନୀୟତା ଉପରେ ଭରସା କରିହେବ କି ନାହିଁ ତାହା ପରଖି ଦେଖିବା କଥା ।

ଭୋଟର ଅର୍ଥ କ’ଣ ?

ଅତୀତରେ ଭାରତର ନିର୍ବାଚନ କମିଶନ ସଗର୍ବେ ଘୋଷଣା କରିସାରିଛନ୍ତି ଯେ, ପ୍ରଥମ ସାଧାରଣ ନିର୍ବାଚନ ସମୟରେ କମିଶନଙ୍କ ଦ୍ବାରା ପ୍ରଚଳିତ ଭୋଟଦାନ ପଦ୍ଧତି ସମ୍ପର୍କରେ ସଂପୂର୍ଣ୍ଣ ଜ୍ଞାନ ଅର୍ଜନ କରିଥିବା ଜଣେ ନାଗରିକ, ପରବର୍ତ୍ତୀ ସାଧାରଣ ନିର୍ବାଚନରେ ତଦନୁସାରେ ଭୋଟ ଦେବାରେ ସକ୍ଷମ ହୋଇଥିଲେ ହିଁ ତାଙ୍କୁ ଜଣେ ଭୋଟଦାତା କୁହାଯିବ । ହେଲେ ବର୍ତ୍ତମାନ ପରିସ୍ଥିତିରେ, ସେମାନଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଥିବା ସଂପର୍କରେ ଜଟିଳ ପ୍ରଶ୍ନ ଉଠାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ପ୍ରତି ନିଷ୍କ୍ରିୟତା ପ୍ରଦର୍ଶନ ହିଁ ଅସ୍ବସ୍ତିକର ମନେ ହେଉଛି। କାରଣ, ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶିତ ଏହି ତାଲିକାରେ ନାଁ ରହିବା ହିଁ ସେମାନଙ୍କ ସ୍ଥିତିକୁ ସୂଚାଉଛି ବୋଲି ସେମାନେ ମନେ କରନ୍ତି ।

2015 ଫେବ୍ରୁଆରୀରେ ନିର୍ବାଚନ ସଦନର ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଏଚ.ଏସ. ବ୍ରହ୍ମା ଘୋଷଣା କଲେ ଯେ, ସାରା ଦେଶର ଭୋଟର ତାଲିକାରେ ସାଢ଼େ ଆଠ କୋଟି ଜାଲ ବା ନକଲି ଭୋଟର ରହିଛନ୍ତି । ସେ କହିଲେ ଯେ, ଭୋଟରଙ୍କ ମୋଟ ସଂଖ୍ୟାର 10ରୁ 12 ପ୍ରତିଶତ ନକଲି ଭୋଟର ଏବଂ ଏହା ଏକ ଜାତୀୟ ସମସ୍ୟା । ସେହି ବର୍ଷ ଅଗଷ୍ଟ 15 ତାରିଖ ସୁଦ୍ଧା ନାଗରିକମାନଙ୍କ ମୂଳ କ୍ରମିକ ସଂଖ୍ୟାକୁ ଭୋଟର ତାଲିକା ସହ ସଂଯୁକ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ହେଲେ, ସମସ୍ତ କାରବାର କ୍ଷେତ୍ରରେ ଆଧାର କାର୍ଡ ସଂଖ୍ୟାକୁ ଅନିବାର୍ଯ୍ୟ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଏମିତି କି ଭୋଟଦାନ ସଂପର୍କରେ ସାଧାରଣ ସଚେତନତା ଅଭିଯାନରେ ଭାଗ ନେଇ ନାଗରିକମାନଙ୍କୁ ସେମାନଙ୍କର ‘ଭୋଟଦାନ ଅଧିକାର’ ସାବ୍ୟସ୍ତ କରିବା ଦିଗରେ ଅନୁପ୍ରେରିତ କରାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ନାଁ ବି ଜାତୀୟ ଭୋଟର ତାଲିକାରୁ ଉଭେଇ ଯାଇଥିଲା । ଏ କ୍ଷେତ୍ରରେ ଆହୁରି ଏକ ଆଖିଦୃଶିଆ ଦୃଷ୍ଟାନ୍ତ ହେଉଛି ଯେ ଦେଶର ନିର୍ବାଚନ କମିଶନରେ ପୂର୍ବତନ ମୁଖ୍ୟ କମିଶନରଙ୍କୁ ନାମପାଲିର ଜଣେ ଭୋଟର ରୂପେ ଦର୍ଶାଯାଇଥିଲା । ଅନେକ ସମୟରେ ନିର୍ବାଚନ କମିଶନଙ୍କ ‘କ୍ଷମା ପ୍ରାର୍ଥନା/ଦୁଃଖ ପ୍ରକାଶ’ ଭଳି ଶବ୍ଦପ୍ରୟୋଗକୁ ବାଦ ଦେଇ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ତ୍ରୁଟିବିଚ୍ୟୁତିକୁ ଏଡ଼ାଇ ଯାଇ ଭାରତୀୟ ଭୋଟଦାତାମାନଙ୍କର ଏକ ତ୍ରୁଟିହୀନ ଏବଂ ପ୍ରମାଣସିଦ୍ଧ ତାଲିକା ପ୍ରକାଶନ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ମନେହୁଏ । ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନସ ଏବଂ ଫିନଲ୍ୟାଣ୍ଡରେ ସୁରୁଖୁରୁରେ ସମ୍ପାଦିତ ନିର୍ବାଚନ ଏବଂ ସେଥିପାଇଁ ଆବଶ୍ୟକ ପ୍ରାଶାସନିକ ପ୍ରକ୍ରିୟାରୁ ଆମ ଦେଶର କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ପ୍ରେରିତ ହୋଇପାରିଲେ ହିଁ ଭାରତରେ ଗଣତନ୍ତ୍ରର ସୁଫଳ ହାସଲ ହୋଇପାରିବ । ସବୁ ଭାରତୀୟ ନାଗରିକଙ୍କ ସହାୟତା ଏବଂ ଏକ ତ୍ରୁଟିହୀନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏହି ତାଲିକାରୁ ଜାଲ ବିବରଣୀକୁ ବାଦ ଦେଇ ଏହାକୁ ନିର୍ମଳ କରିବା ଦିଗରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.